ଲିଙ୍କ୍‌ରୁ ଡାଉନ୍‌ଲୋଡ୍‌ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୭ା୫ (ବ୍ୟୁରୋ): କରୋନା ସଂକ୍ରମିତଙ୍କ ଟେଷ୍ଟକୁ ସରଳ କରିବା ପାଇଁ କେନ୍ଦ୍ର ସରକାର ‘ଆରୋଗ୍ୟ ସେତୁ ଆପ୍‌’ ତିଆରି କରିଛନ୍ତି। ଏହି ଆପ ଜରିଆରେ ଜଣେ ନାଗରିକ କରୋନା ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରି ନିଜେ ଜାଣିପାରିବ। ବର୍ତ୍ତମାନ ଏହି ଆପ ପ୍ରତ୍ୟେକ ନାଗରିକ ପାଇଁ ଜରୁରୀ ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଜନତାଙ୍କୁ ସତର୍କ କରାଯାଇଛି। ଏ ନେଇ ବୁଧବାର କୁହାଯାଇଛି, ପାକିସ୍ତାନ ସାଇବର ଅପରାଧୀମାନେ ଆରୋଗ୍ୟ ସେତୁ ଆପ୍‌କୁ ହ୍ୟାକ କରି ଆପଣଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଯିବାର ସମ୍ଭାବନା ରହିଛି। ତେଣୁ ଏହି ଆପ୍‌କୁ ହ୍ବାଟସଆପ୍‌ କି, ଏସ୍‌ଏମସ୍‌ରେ ଆସୁଥିବା ଲିଙ୍କ୍‌ରୁ ଡାଉନ୍‌ଲୋଡ୍‌ ନ କରିବାକୁ କୁହାଯାଇଛି। କାରଣ ଏହି ଆପ୍‌ ପ୍ରକୃତରେ ଆରୋଗ୍ୟ ଆପ୍‌ର ଲିଙ୍କ୍‌ ନୁହେଁ। ଯଦି କିଏ କରିଛନ୍ତି ତେବେ, ଏହାକୁ ଅନ୍‌-ଇନ୍‌ଷ୍ଟଲ୍‌ କରି ଦିଅନ୍ତୁ। କେବଳ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିବାକୁ ପୋଲିସ ପରାମର୍ଶ ଦେଇଛି। ଆରୋଗ୍ୟ ସେତୁ ଆପର ସୁରକ୍ଷିତ ବ୍ୟବହାରର ୫ଟି ଦିଗକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସାଇବର୍‌ ସର୍ତକତା କରାଯାଇଛି। ଏହି ଆପ୍‌ ମାଧ୍ୟମରେ ପାକିସ୍ତାନ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହ୍ୟାକ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନୀ ଅପରାଧୀ ଛାଡ଼ିଥିବା ଲିଙ୍କରେ ଚାଟ୍‌ ମି ଆପ ବୋଲି କୁହାଯାଇଛି। ତେଣୁ କୌଣସି ଲିଙ୍କରୁ ଆପ ଡାଉନଲୋଡ ନ କରିବାକୁ କୁହାଯାଇଛି। ଆରୋଗ୍ୟ ସେତୁ ଆପ୍‌ ଦ୍ୱାରା ସହଜରେ ଜଣେ ଲୋକ ପରୀକ୍ଷା କରିହେଉଥିବାରୁ ଏହାକୁ ସମସ୍ତେ ଡାଉନ୍‌ଲୋଡ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍‌ କରିଥିଲେ। କିନ୍ତୁ ଏହି ଆପ୍‌ ମାଧ୍ୟମରେ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେବାର ସମ୍ଭାବନା ଥିବାରୁ କମିଶନରେଟ୍‌ ପୋଲିସ ସର୍ତକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri