ଲାଟେଷ୍ଟ ଟ୍ରେଣ୍ଡରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌

ଆଜିକାଲି ଯୁବତୀମାନେ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆଉଟ୍‌ଫିଟ୍‌ ସହ ଫୁଟ୍‌ଓ୍ବେର୍‌ ଉପରେ ବି ବିଶେଷ ଧ୍ୟାନ ଦେଉଛନ୍ତି। ଖାସ୍‌ ସେଥିପାଇଁ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡରେ ରହିଛି। ଏମ୍ବ୍ରୋଡୋରି ଆଉଟ୍‌ଫିଟ୍‌ ଭଳି ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ବି ପିନ୍ଧିବାକୁ କମ୍ଫଟେବୁଲ୍‌ ଲାଗିବା ସହ ଆକର୍ଷଣୀୟ ଲୁକ୍‌ ଦେଇଥାଏ, ଯାହାକୁ ପାର୍ଟି, ଫଙ୍କ୍‌ସନରୁ ଆରମ୍ଭକରି ଯେକୌଣସି ଅକେଜନରେ ମଧ୍ୟ ପିନ୍ଧିହୁଏ। ତା’ଛଡ଼ା ଏହି ଫୁଟ୍‌ଓ୍ବେର୍‌ ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ବି ବେଶ୍‌ ମାନିଥାଏ। ତେବେ ଏହି ଫୁଟ୍‌ଓ୍ବେର୍‌ର କ’ଣ ସବୁ ଲାଟେଷ୍ଟ କଲେକ୍‌ସନ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ …

କ’ଣ ସବୁ ଭେରାଇଟି ରହିଛି: ଆଜିକାଲି ମାର୍କେଟରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ର ଅନେକ ଭେରାଇଟି ମିଳିଲାଣି। ଯେମିତିକି ଏମ୍ବ୍ରୋଡୋରି ସ୍ଲିପର, ଏମ୍ବ୍ରୋଡୋରି ବେଲ୍ଲୀ, ଏମ୍ବ୍ରୋଡୋରି ସାଣ୍ଡାଲ୍ସ, ଏମ୍ବ୍ରୋଡୋରି ବୁଟ୍ସ ଇତ୍ୟାଦି।

ଏମ୍ବ୍ରୋଡୋରି ସ୍ଲିପର୍‌: ଏହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

ଏମ୍ବ୍ରୋଡୋରି ବେଲ୍ଲୀ: ଏହାକୁ ଜିନ୍ସ, କୁର୍ତ୍ତି ହେଉ ଅବା ନି ଲେନ୍ଥ ଫ୍ରକ୍‌ କିମ୍ବା ସାଲ୍‌ଓ୍ବାର୍‌ କମିଜ ସହ ମ୍ୟାଚିଂ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ଏମ୍ବ୍ରୋଡୋରି ସାଣ୍ଡାଲ : ଏହାକୁ ପାର୍ଟି ଓ୍ବେର୍‌ ଶାଢ଼ି , ଲେହେଙ୍ଗା ଅବା ଗର୍ଜିୟସ୍‌ କାମ ହୋଇଥିବା ସାଲ୍‌ଓ୍ବାର୍‌ କମିଜ ସହ ମ୍ୟାଚିଂକରି ପିନ୍ଧି ପାର୍ଟି, ଫଙ୍କ୍‌ସନକୁ ଗଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ଫ୍ଲୋରାଲ ଡିଜାଇନ : ଫ୍ଲୋରାଲ ଡିଜାଇନର ଏମ୍ବ୍ରୋଡୋରି କାମ ହୋଇଥିବା ଫୁଟ୍‌ଓ୍ବେର୍‌ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ, ପିନ୍ଧିଲେ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ଖାସ୍‌କରି ଏ ଧରଣର ଫୁଟ୍‌ଓ୍ବେର୍‌କୁ ମ୍ୟାଚିଂ ଆଉଟ୍‌ଫିଟ୍‌ ସହ ପିନ୍ଧି ପାର୍ଟି, ଫଙ୍କ୍‌ସନକୁ ଗଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ହାଇ ହିଲ୍ସ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌: ଗ୍ଲାମର୍ସ ଲୁକ୍‌ ଦେବା ସହ ଆତ୍ମବିଶ୍ୱାସ ବଢ଼ାଇବାରେ ବି ସାହାଯ୍ୟ କରିଥାଏ ହାଇ ହିଲ୍‌। ଖାସ୍‌କରି ଏହାକୁ ପାର୍ଟିି, ଫଙ୍କ୍‌ସନ ହେଉ ଅବା ଅଫିସ୍‌ ମିଟିଂ କିମ୍ବା ସାଙ୍ଗସାଥୀଙ୍କ ସହ ଆଉଟିଂରେ ଗଲାବେଳେ ପିନ୍ଧିଲେ କମ୍ଫଟେବଲ୍‌ ଲାଗିଥାଏ। ହେଲେ ଏମ୍ବ୍ରୋଡୋରି କାମ ହୋଇଥିବା ହାଇ ହିଲ୍ସକୁ ବିଶେଷକରି ଗର୍ଜିୟସ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପାର୍ଟି, ଫଙ୍କ୍‌ସନକୁ ପିନ୍ଧି ଗଲେ ଲୁକ୍‌ ଆହୁରି ଆକର୍ଷଣୀୟ ଦେଖାଯାଇଥାଏ।

ଫ୍ଲୋରାଲ ଏମ୍ବ୍ରୋଡୋରି ସୁ’ : ଜିନ୍ସ ଓ ଟି-ଶାର୍ଟ ସହ ସୁ’ ପିନ୍ଧିଲେ ସୋବର ଲୁକ୍‌ ମିଳେ। ଯଦି ଆପଣଙ୍କୁ କାଜୁଆଲ୍‌ ଲୁକ୍‌ ପସନ୍ଦ ତା’ହେଲେ ଆପଣ ସେ ସ୍ଥାନରେ ଫ୍ଲୋରାଲ ଡିଜାଇନର ଏମ୍ବ୍ରୋଡୋରି କାମ ହୋଇଥିବା ଯେକୌଣସି ସୁ’ ବି ଟ୍ରାଏ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri