Posted inଖେଳ

ଜମ୍ମୁ-କଶ୍ମୀର ତରଫରୁ ଖେଳିପାରିବେ ଲଦାଖ ଖେଳାଳି

ନୂଆଦିଲ୍ଲୀ,୬।୮(ପି.ଟି.)- ବର୍ତ୍ତମାନ ନୂଆକରି ଗଠିତ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ଖେଳାଳିମାନେ ଜମ୍ମୁ-କଶ୍ମୀର ତରଫରୁ ଆଗାମୀ ଘରୋଇ ସେସନରେ ପ୍ରତନିଧିତ୍ୱ କରିପାରିବେ ବୋଲି ମଙ୍ଗଳବାର କ୍ରିକେଟ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାଏ କହିଛନ୍ତି। ସମ୍ବିଧାନର ୩୭୦ ଧାର ଉଚ୍ଛେଦ କରି ସରକାର ସୋମବାର ଜମ୍ମୁ- କଶ୍ମୀର ରାଜ୍ୟକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଗୋଟିଏ ହେଲା ଲାଦାଖ ଓ ଅନ୍ୟଟି ହେଲା ଜମ୍ମୁ- କଶ୍ମୀର। ତେବେ ବର୍ତ୍ତମାନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଅଲଗା ଅଲଗା ରାଜ୍ୟ ଆସୋସିଏଶନ ଗଠନ କରିବ ନାହିଁ। ଫଳରେ ଉଭୟ ଅଞ୍ଚଳର ଖେଳାଳି ଜମ୍ମୁ- କାଶ୍ମୀର ପାଇଁ ବିସିସିଆଇର ସବୁ ପ୍ରକାର ଘରୋଇ କ୍ରିକେଟରେ ପ୍ରତିନିଧିତ୍ୱ କରିବେ ବୋଲି ବିନୋଦ ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏପର୍ଯନ୍ତ ଲଦାଖରୁ କୌଣସି ଖେଳାଳି ଜମ୍ମୁ- କଶ୍ମୀର ପାଇଁ ଖେଳିନାହାନ୍ତି। ଆଗାମୀ ଡିସେମ୍ବରରୁ ଦେଶର ସର୍ବବୃହତ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପ
ପୁଡ୍ଡୁଚେରୀ ଭଳି ଲଦାଖକୁ ମତଦାନ ଅଧିକାର ମିଳିବ କି ବୋଲି ପ୍ରଶ୍ନ ହେବାରୁ ବିନୋଦ ଏ ନେଇ କୌଣସି ଆଲୋଚନା କରାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ଖେଳାଳିମାନେ ପଞ୍ଚାବ କିମ୍ବା ହରିୟାଣା ତରଫରୁ ପ୍ରତିନିଧିତ୍ୱ କରିଥାନ୍ତି। ଠିକ୍‌ ସେହିପରି ଏବେ ଲଦାଖର ଖେଳାଳିମାନେ ଜମ୍ମୁ- କଶ୍ମୀର ତରଫରୁ ପ୍ରତିନିଧିତ୍ୱ କରିବେ ବୋଲି ବିନୋଦ କହିଛନ୍ତି। ୩୭୦ ଧାରା ଉଚ୍ଛେଦ ହୋଇଥିଲେ ମଧ୍ୟ ବିସିସିଆଇ ଏ ନେଇ ଆଦୌ ଚିନ୍ତିତ ନୁହଁ। କଦ୍‌ଶ୍ମୀର ଉପତ୍ୟକାରେ ପୂର୍ବପରି କ୍ରିକେଟ ଚାଲୁ ରହିବ ବୋଲି ସେ କହିଛନ୍ତି। ଗତବର୍ଷ ଭଲି ଜମ୍ମୁ- କଶ୍ମୀର ଶ୍ରୀନଗରରେ ତା’ର ଘରୋଇ ମ୍ୟାଚ୍‌ ଖେଳିବ। ବିକଳ୍ପ ଭେନ୍ୟୁ ନେଇ କୌଣସି ଆଲୋଚନା କରାଯାଇ ନାହିଁ। ତେଣୁ କୌଣସ ପରିବର୍ତ୍ତନ କରାଯିବ ନାହିଁ। ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ବୟସ ବର୍ଗର ଅଭ୍ୟାସ ଶିବିରକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ଟିମ୍‌ ମେଣ୍ଟର ଇର୍ଫାନ ପଠାନଙ୍କ ସହିତ ସବୁ ୧୦୦ କ୍ରିକେଟରଙ୍କୁ କଶ୍ମୀର ଉପତ୍ୟକା ଛାଡି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri