ଲଘୁ ବନଜାତ ଦ୍ରବ୍ୟ ଟୋଲରୁ ଆଦିବାସୀଙ୍କୁ ମିଳୁନି ପ୍ରାପ୍ୟ

ମାଲକାନଗିର,୧୩ା୬(ଡି.ଏନ.ଏ.)-ମାଲକାନଗିରି ଜିଲାରେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ବନଜାତ ଦ୍ରବ୍ୟ। ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଟୋଲ ମଧ୍ୟ ଆଦିବାସୀଙ୍କ ଜୀବିକାର୍ଜନର ଏକ ମାଧ୍ୟମ ପାଲଟିଛି। ଏହାକୁ ସେମାନେ ବିକ୍ରି କରିବା ସହ ତେଲ ପ୍ରସ୍ତୁତ କରିଥାନ୍ତି। ମେ ମାସରୁ ଜୁନ୍‌ ପର୍ଯ୍ୟନ୍ତ ଟୋଲ ସଂଗ୍ରହ କରି ଏହାକୁ ଶୁଖାଇବା ପରେ ଉପର ଖୋଳପାକୁ ଛଡ଼ାଇ ବିକ୍ରି କରିଥାନ୍ତି। ଏହାଦ୍ୱାରା ସେମାନେ ୩/୪ ମାସ ରୋଜଗାରର ପାଇଥାନ୍ତି। ତେବେ ଆଦିବାସୀମାନେ କରୁଥିବା ପରିଶ୍ରମ ଅନୁସାରେ ମୂଲ୍ୟ ପାଆନ୍ତି ନାହିଁ। ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ବାବଦରେ ସେମାନେ ଜାଣନ୍ତିନାହିଁ। ଏହାର ସୁଯୋଗ ବ୍ୟବସାୟୀମାନେ ନେଇଥାନ୍ତି। ପଡ଼ୋଶୀ ରାଜ୍ୟର ବ୍ୟବସାୟୀମାନେ ଖୁବ୍‌ ଶସ୍ତା ଦରରେ ଏସବୁ ସେମାନଙ୍କଠାରୁ କିଣି ବାହାରେ ଅଧିକ ଦରରେ ବିକ୍ରି କରି ଲାଭ ପାଇଥାନ୍ତି। ଗ୍ରାମର କେତେଜଣ ବ୍ୟକ୍ତି ମଧ୍ୟ ଶହଶହ କୁଇଣ୍ଟାଲ ଟୋଲ ମହଜୁଦ ରଖି ବାହାରେ ଚଢା ଦରରେ ବିକ୍ରି କରନ୍ତି। ମାତ୍ର ଆଦିବାସୀମାନେ ସେହି ତରିକା ଜାଣନ୍ତି ନାହିଁ। ଏନେଇ ନିର୍ଦ୍ଦିଷ୍ଟ ବଜାର ନ ଥିବାରୁ ସେମାନଙ୍କଠାରୁ ବାହାର ବ୍ୟବସାୟୀମାନେ ହିଁ କିଣି ନେଇଥାନ୍ତି। କେବଳ ଟୋଲ ନୁହେଁ ପ୍ରତ୍ୟେକ ଲଘୁ ବନଜାତ ଦ୍ରବ୍ୟ ମହୁଲ, କେନ୍ଦୁପତ୍ର, ଝୁଣା, ହରିଡ଼ା, ବାହାଡ଼ା ଆଦିର ଉଚିତ ମୂଲ୍ୟ ନ ପାଇ ସେମାନେ ଶୋଷଣର ଶିକାର ହୋଇଥାନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରିପାରିଲେ ଆଦିବାସୀଙ୍କ ଆର୍ଥିକ ବିକାଶ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri