ଲକ୍‌ଡାଉନ ନୁହେଁ, ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଜରୁରୀ

ମୁମ୍ବାଇ,୨୬।୪(ପିଟି): କରୋନା ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ସବୁ ବନ୍ଦ ରହିଥିବାରୁ ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ ବିଗିଡ଼ି ଗଲାଣି। ଲକ୍‌ଡାଉନ ହଟିବା ପରେ ଏହି ମହାମାରୀକୁ କିପରି ରୋକାଯାଇପାରିବ ଏବଂ ଦେଶ ପୁଣି ସ୍ବାଭାବିକ ସ୍ଥିତିକୁ ଫେରିପାରିବ ସେନେଇ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି। କେତେକ ଲକ୍‌ଡାଉନ ହଟାଇବା ସମ୍ପର୍କରେ ମତ ଦେଇଥିବାବେଳେ ଅନ୍ୟ କେତେକ ଲକ୍‌ଡାଉନ ସପକ୍ଷରେ ମତ ଦେଇଛନ୍ତି। ସଂକ୍ରାମକ ରୋଗର ୨ବିଶେଷଜ୍ଞ ଜୟପ୍ରକାଶ ମୁଲିୟାଲ ଏବଂ ଟି.ଜାକବ ଲକ୍‌ଡାଉନ ହଟାଇବା ସମୟ ଆସିଛି ବୋଲି କହିଛନ୍ତି। ତାଙ୍କ ମତରେ ଦୀର୍ଘ ସମୟ ଧରି ଶଟଡାଉନ ଲାଗୁ କରିବା ଅର୍ଥ ଯେ, ଗୋଟିଏ ମୂଷାକୁ ମାରିବା ପାଇଁ ସମ୍ପୂର୍ଣ୍ଣ ଘରକୁ ପୋଡ଼ିଦେବା। ଜୟପ୍ରକାଶ କୁଷ୍ଠରୋଗ ଦୂରୀକରଣ ଏବଂ ଜାକବ ପଲ୍‌ସ ପୋଲିଓ ଟିକା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜୟପ୍ରକାଶଙ୍କ ମତରେ ବୟସ୍କ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ତେଣୁ ସେମାନଙ୍କୁ ଅତିକମ୍‌ରେ ୨ ରୁ ୩ ମାସ ସଙ୍ଗରୋଧ ରଖାଯିବା ଦରକାର। ଆଉ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଆବଶ୍ୟକ। ହୁଏତ ଅନେକଙ୍କୁୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଗଲେ, ସେମାନେ ଭଲ ହୋଇଯିବେ ଏବଂ ମୃତ୍ୟୁ ହାର ମଧ୍ୟ କମିଯିବ ବୋଲି ଜୟପ୍ରକାଶ କହିଛନ୍ତି। ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଜୟପ୍ରକାଶଙ୍କ କହିବା ହେଲା ଯେ, ଲୋକଙ୍କଠାରେ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିଲେ ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ଏହି ଚିନ୍ତାଧାରା ପ୍ରଥମେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ମନରେ ଆସିଥିଲା। ଏବେ ନ୍ୟୁୟର୍କରେ ଅଧିକ ମାତ୍ରାରେ କରାଯାଉଥିବା ରୋଗନାଶକ ଟେଷ୍ଟିଂରୁ ଜଣାପଡ଼ିଛି ଯେ,ସହରର ୨୦% ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ଆପେ ଆପେ ମଧ୍ୟ ଭଲ ହୋଇଛନ୍ତି। ଜୟପ୍ରକାଶଙ୍କ କହିବାହେଲା ଏବେ ଭାରତରେ ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ବଢ଼ିବାରେ ଲାଗିଛି। ମହାମାରୀକୁ ପ୍ରତିହତ କରିବା ପାଇଁ ପ୍ରାକୃତିକ ପ୍ରତିରୋଧକ ବ୍ୟବସ୍ଥା ଯଥେଷ୍ଟ। ଅଳ୍ପବୟସର ଲୋକଙ୍କଠାରେ ସଂକ୍ରମଣ ବ୍ୟାପିବାର ଆଶଙ୍କା କମ୍‌, ଆଉ ଯଦିବି ଆଶଙ୍କା ରହିଛି ତେବେ ଭଲ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି ବୋଲି ସେ କହିଛନ୍ତି। ସେହିପରି ଜାକବଙ୍କ କହିବା ହେଲା ଲକ୍‌ଡାଉନ ହେଉଛି ସମୟ ମଧ୍ୟରେ ବନ୍ଦୀ ହୋଇ ରହିବା। ଥରେ ସମୟ ଭିତରୁ ବାହାରି ଆସିଲେ ସବୁ କାମ ସରଳ ହୋଇଯିବ। ଯେତେ ଅଧିକ ଦିନ ତୁମେ ବନ୍ଦୀ ହୋଇ ରହିବ ସେତେ ତୁମ ଉପରେ କାମ ଭାରି ହୋଇପଡ଼ିବ। ଲକ୍‌ଡାଉନ ଘୋଷଣା ସଂକ୍ରମଣକୁ କମାଇବା ପାଇଁ ନୁହେଁ ବରଂ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ପ୍ରସ୍ତୁତ ହେବାକୁ କରାଯାଇଥିଲା। ଯଦି ତାହା ୨ସପ୍ତାହ ମଧ୍ୟରେ ହୋଇପାରିଲା ନାହିଁ, ତେବେ ୪ସପ୍ତାହ ପରେ ମଧ୍ୟ ହୋଇପାରିବ ନାହିଁ ବୋଲି ଜାକବ କହିଛନ୍ତି। ସେ ଲକ୍‌ଡାଉନକୁ ଏକ ଛୋଟିଆ ଗପ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଥରେ ଜଣେ ଚତୁର ଲୋକ ତାଙ୍କ ଘରେ ପଶିଥିବା ଏକ ମୂଷାକୁ ମାରିବାକୁ ନିଜ ଘରକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଥିଲେ। ସେହିପରି ଲକ୍‌ଡାଉନ ୨ସପ୍ତାହ ପାଇଁ ଠିକ୍‌,ଏପରି କି ୩ସପ୍ତାହ ହେଲେ ଚଳିବ, ମାତ୍ର ଏହାଠାରୁ ଅଧିକ ସମୟ ଜାରି ରହିଲେ ତାହା ଘରକୁ ପୋଡ଼ିଦେବା ସଦୃଶ ହେବ ବୋଲି ଜାକବ କହିଛନ୍ତି। ତେବେ ସର୍ବୋପରି ସାମାଜିକ ଦୂରତ୍ୱ ରକ୍ଷା କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ଅପରପକ୍ଷରେ ଆଉକିଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଉପଯୁକ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା କରାଯାଇ ପର୍ଯ୍ୟାୟକ୍ରମେ ଲକ୍‌ଡାଉନକୁ କୋହଳ କରାଯିବା ଆବଶ୍ୟକ। ନଚେତ ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ପାଇବା କଷ୍ଟକର ହୋଇପଡ଼ିବ ଏବଂ ଏହା ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ପଡ଼ିଯିବ ବୋଲି କହିଛନ୍ତି। ଇଣ୍ଡିଆନ କାଉନ୍‌ସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ନ୍ୟାଶନାଲ ଟାକ୍ସ ଫୋର୍ସ ମତରେ ଦେଶକୁ ପ୍ରଥମେ ସ୍ବାଭାବିକ ସ୍ଥିତିକୁ ଆଣିବାକୁ ପଡ଼ିବ। ଲକ୍‌ଡାଉନ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଉପଯୁକ୍ତ ଚିକିତ୍ସା ସୁବିଧା ସହ ପର୍ଯ୍ୟାୟକ୍ରମେ କଟକଣାକୁ କୋହଳ କରିବା। ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଚିନ୍ତାଧାରା ହେଉଛି ତତ୍ତ୍ୱ ସମ୍ବନ୍ଧୀୟ। ବାସ୍ତବରେ ପୂର୍ବରୁ ଯେଉଁ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଥିବ ସେଠାରେ ପୁନଃ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ଏହା ପ୍ରମାଣିତ ହୋଇଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ ସବୁଠାରୁ ଭଲ ବ୍ୟବସ୍ଥା ଅଟେ ବୋଲି ଡାକ୍ତର ସଞ୍ଜୟ ପୂଜାରୀ କହିଛନ୍ତି। ତାଙ୍କ ମତରେ ମୃତ୍ୟୁହାର କମାଇବାରେ ଗୋଷ୍ଠୀ ସଂକ୍ରମଣ ମୁକ୍ତ ଚିନ୍ତାଧାରା ଠିକ୍‌। ମାତ୍ର କୋଭିଡ-୧୯ କ୍ଷେତ୍ରରେ ଏହି ଉପାୟକୁ ଆପଣାଇଲେ ଭାରତ ଭଳି ୧୩୦କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟାର ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିଯିବାର ଅଧିକ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri