ଲକ୍‌ଡାଉନ ନୁହେଁ, ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଜରୁରୀ

ମୁମ୍ବାଇ,୨୬।୪(ପିଟି): କରୋନା ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ସବୁ ବନ୍ଦ ରହିଥିବାରୁ ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ ବିଗିଡ଼ି ଗଲାଣି। ଲକ୍‌ଡାଉନ ହଟିବା ପରେ ଏହି ମହାମାରୀକୁ କିପରି ରୋକାଯାଇପାରିବ ଏବଂ ଦେଶ ପୁଣି ସ୍ବାଭାବିକ ସ୍ଥିତିକୁ ଫେରିପାରିବ ସେନେଇ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି। କେତେକ ଲକ୍‌ଡାଉନ ହଟାଇବା ସମ୍ପର୍କରେ ମତ ଦେଇଥିବାବେଳେ ଅନ୍ୟ କେତେକ ଲକ୍‌ଡାଉନ ସପକ୍ଷରେ ମତ ଦେଇଛନ୍ତି। ସଂକ୍ରାମକ ରୋଗର ୨ବିଶେଷଜ୍ଞ ଜୟପ୍ରକାଶ ମୁଲିୟାଲ ଏବଂ ଟି.ଜାକବ ଲକ୍‌ଡାଉନ ହଟାଇବା ସମୟ ଆସିଛି ବୋଲି କହିଛନ୍ତି। ତାଙ୍କ ମତରେ ଦୀର୍ଘ ସମୟ ଧରି ଶଟଡାଉନ ଲାଗୁ କରିବା ଅର୍ଥ ଯେ, ଗୋଟିଏ ମୂଷାକୁ ମାରିବା ପାଇଁ ସମ୍ପୂର୍ଣ୍ଣ ଘରକୁ ପୋଡ଼ିଦେବା। ଜୟପ୍ରକାଶ କୁଷ୍ଠରୋଗ ଦୂରୀକରଣ ଏବଂ ଜାକବ ପଲ୍‌ସ ପୋଲିଓ ଟିକା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜୟପ୍ରକାଶଙ୍କ ମତରେ ବୟସ୍କ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ତେଣୁ ସେମାନଙ୍କୁ ଅତିକମ୍‌ରେ ୨ ରୁ ୩ ମାସ ସଙ୍ଗରୋଧ ରଖାଯିବା ଦରକାର। ଆଉ ଅନ୍ୟମାନଙ୍କୁ କାମ କରିବାର ସୁଯୋଗ ଦେବା ଆବଶ୍ୟକ। ହୁଏତ ଅନେକଙ୍କୁୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଗଲେ, ସେମାନେ ଭଲ ହୋଇଯିବେ ଏବଂ ମୃତ୍ୟୁ ହାର ମଧ୍ୟ କମିଯିବ ବୋଲି ଜୟପ୍ରକାଶ କହିଛନ୍ତି। ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଜୟପ୍ରକାଶଙ୍କ କହିବା ହେଲା ଯେ, ଲୋକଙ୍କଠାରେ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିଲେ ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ଏହି ଚିନ୍ତାଧାରା ପ୍ରଥମେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ମନରେ ଆସିଥିଲା। ଏବେ ନ୍ୟୁୟର୍କରେ ଅଧିକ ମାତ୍ରାରେ କରାଯାଉଥିବା ରୋଗନାଶକ ଟେଷ୍ଟିଂରୁ ଜଣାପଡ଼ିଛି ଯେ,ସହରର ୨୦% ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ଆପେ ଆପେ ମଧ୍ୟ ଭଲ ହୋଇଛନ୍ତି। ଜୟପ୍ରକାଶଙ୍କ କହିବାହେଲା ଏବେ ଭାରତରେ ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ବଢ଼ିବାରେ ଲାଗିଛି। ମହାମାରୀକୁ ପ୍ରତିହତ କରିବା ପାଇଁ ପ୍ରାକୃତିକ ପ୍ରତିରୋଧକ ବ୍ୟବସ୍ଥା ଯଥେଷ୍ଟ। ଅଳ୍ପବୟସର ଲୋକଙ୍କଠାରେ ସଂକ୍ରମଣ ବ୍ୟାପିବାର ଆଶଙ୍କା କମ୍‌, ଆଉ ଯଦିବି ଆଶଙ୍କା ରହିଛି ତେବେ ଭଲ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଛି ବୋଲି ସେ କହିଛନ୍ତି। ସେହିପରି ଜାକବଙ୍କ କହିବା ହେଲା ଲକ୍‌ଡାଉନ ହେଉଛି ସମୟ ମଧ୍ୟରେ ବନ୍ଦୀ ହୋଇ ରହିବା। ଥରେ ସମୟ ଭିତରୁ ବାହାରି ଆସିଲେ ସବୁ କାମ ସରଳ ହୋଇଯିବ। ଯେତେ ଅଧିକ ଦିନ ତୁମେ ବନ୍ଦୀ ହୋଇ ରହିବ ସେତେ ତୁମ ଉପରେ କାମ ଭାରି ହୋଇପଡ଼ିବ। ଲକ୍‌ଡାଉନ ଘୋଷଣା ସଂକ୍ରମଣକୁ କମାଇବା ପାଇଁ ନୁହେଁ ବରଂ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ପ୍ରସ୍ତୁତ ହେବାକୁ କରାଯାଇଥିଲା। ଯଦି ତାହା ୨ସପ୍ତାହ ମଧ୍ୟରେ ହୋଇପାରିଲା ନାହିଁ, ତେବେ ୪ସପ୍ତାହ ପରେ ମଧ୍ୟ ହୋଇପାରିବ ନାହିଁ ବୋଲି ଜାକବ କହିଛନ୍ତି। ସେ ଲକ୍‌ଡାଉନକୁ ଏକ ଛୋଟିଆ ଗପ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଥରେ ଜଣେ ଚତୁର ଲୋକ ତାଙ୍କ ଘରେ ପଶିଥିବା ଏକ ମୂଷାକୁ ମାରିବାକୁ ନିଜ ଘରକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଥିଲେ। ସେହିପରି ଲକ୍‌ଡାଉନ ୨ସପ୍ତାହ ପାଇଁ ଠିକ୍‌,ଏପରି କି ୩ସପ୍ତାହ ହେଲେ ଚଳିବ, ମାତ୍ର ଏହାଠାରୁ ଅଧିକ ସମୟ ଜାରି ରହିଲେ ତାହା ଘରକୁ ପୋଡ଼ିଦେବା ସଦୃଶ ହେବ ବୋଲି ଜାକବ କହିଛନ୍ତି। ତେବେ ସର୍ବୋପରି ସାମାଜିକ ଦୂରତ୍ୱ ରକ୍ଷା କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ଅପରପକ୍ଷରେ ଆଉକିଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଉପଯୁକ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା କରାଯାଇ ପର୍ଯ୍ୟାୟକ୍ରମେ ଲକ୍‌ଡାଉନକୁ କୋହଳ କରାଯିବା ଆବଶ୍ୟକ। ନଚେତ ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ପାଇବା କଷ୍ଟକର ହୋଇପଡ଼ିବ ଏବଂ ଏହା ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରି ପଡ଼ିଯିବ ବୋଲି କହିଛନ୍ତି। ଇଣ୍ଡିଆନ କାଉନ୍‌ସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ନ୍ୟାଶନାଲ ଟାକ୍ସ ଫୋର୍ସ ମତରେ ଦେଶକୁ ପ୍ରଥମେ ସ୍ବାଭାବିକ ସ୍ଥିତିକୁ ଆଣିବାକୁ ପଡ଼ିବ। ଲକ୍‌ଡାଉନ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଉପଯୁକ୍ତ ଚିକିତ୍ସା ସୁବିଧା ସହ ପର୍ଯ୍ୟାୟକ୍ରମେ କଟକଣାକୁ କୋହଳ କରିବା। ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଚିନ୍ତାଧାରା ହେଉଛି ତତ୍ତ୍ୱ ସମ୍ବନ୍ଧୀୟ। ବାସ୍ତବରେ ପୂର୍ବରୁ ଯେଉଁ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଥିବ ସେଠାରେ ପୁନଃ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ଏହା ପ୍ରମାଣିତ ହୋଇଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ ସବୁଠାରୁ ଭଲ ବ୍ୟବସ୍ଥା ଅଟେ ବୋଲି ଡାକ୍ତର ସଞ୍ଜୟ ପୂଜାରୀ କହିଛନ୍ତି। ତାଙ୍କ ମତରେ ମୃତ୍ୟୁହାର କମାଇବାରେ ଗୋଷ୍ଠୀ ସଂକ୍ରମଣ ମୁକ୍ତ ଚିନ୍ତାଧାରା ଠିକ୍‌। ମାତ୍ର କୋଭିଡ-୧୯ କ୍ଷେତ୍ରରେ ଏହି ଉପାୟକୁ ଆପଣାଇଲେ ଭାରତ ଭଳି ୧୩୦କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟାର ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିଯିବାର ଅଧିକ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri