Posted inବରଗଡ଼

ରୋଜଗାର ହରାଇଛନ୍ତି ଉଠା ଦୋକାନୀ, ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୯।୬-
କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ହୋଇଛି । ଏଥିରେ ଉଠା ଦୋକାନୀମାନେ ନିଜର ରୋଜଗାର ହରାଇଛନ୍ତି । ମାତ୍ର ପ୍ରଶାସନିକ ଅବହେଳା ଯୋଗୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ନେଇ ଆମ୍‌ ଆଦମୀ ପାର୍ଟି ବରଗଡ଼ ଜିଲାର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଥିଲେ । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ ଉଲ୍ଲେଖ ଅଛି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଠା ଦୋକାନୀଙ୍କ ପାଇ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ମାତ୍ର ପ୍ରଶାସନିକ ଅବହେଳାରୁ ଉଠା ଦୋକାନୀମାନେ ଚିହ୍ନଟ ହୋଇପାରି ନଥିବା ଯୋଗୁ ସେମାନଙ୍କ ପାଖକୁ ସେହି ଯୋଜନା ଅପହଞ୍ଚ ହୋଇ ପଡୁଛି । ସହରାଞ୍ଚଳର ପ୍ରାୟ ୮୦ପ୍ରତିଶତ ଉଠା ଦୋକାନୀଙ୍କ ନାମ ଏପର୍ଯ୍ୟନ୍ତ ତାଳିକାଭୁକ୍ତ ହୋଇପାରି ନାହିଁ । ଫଳରେ ସେମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ୨୦୧୭ ପର୍ଯ୍ୟନ୍ତ ପ୍ରାୟ ଏକ ହଜାର ଉଠା ଦୋକାନୀଙ୍କୁ ପ୍ରଶାସନ ଚିହ୍ନଟ କରିଥିଲା। ମାତ୍ର ସେତେବେଳେ ସହରରେ ପ୍ରାୟ ୩ହଜାର ଉଠା ଦୋକାନୀ ରହିଥିଲେ । ଏବେ ଉଠା ଦୋକାନୀଙ୍କ ସଂଖ୍ୟା ଆହୁରି ବଢ଼ିଛି । ମାତ୍ର ଉଠା ଦୋକାନୀଙ୍କ ଚିହ୍ନଟ ପ୍ରକ୍ରିୟା ଅସମ୍ପୁର୍ଣ୍ଣ ତଥା ଠିକ୍‌ଭାବେ ହୋଇ ନଥିବା ଯୋଗୁ ସେମାନେ ସହାୟତା ପାଇ ପାରୁନାହାନ୍ତି। ଫଳରେ ଚିହ୍ନଟ ପ୍ରକ୍ରିୟାକୁ ଠିକ୍‌ଭାବେ ତୁରନ୍ତ ସମାପନ କରିବା ସହିତ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଉଠା ଦୋକାନୀମାନଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଦୀର୍ଘ ମିଆଦି ଋଣ ପ୍ରଦାନ, ସମସ୍ତ ଉଠା ଦୋକାନୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଦଳ ଦାବି କରିଛି। ଦଳର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ଜିଲା ଉଠା ଦୋକାନୀ ସଂଘର ଆବାହକ ଅମିତାଭ ପାତ୍ର ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଜିଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଥିବା...

ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ)-କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅଭିଷେକ...

ଦୁଇ ଫୁଲମାଳାରେ ପରସ୍ପରକୁ ବାଛିଲେ ଜୀବନ ସାଥୀ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ଜାତିଆଣ ଭେଦଭାବ ମଧ୍ୟ ନ ଥିଲା । ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ବିଜୁ...

ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ

ସରଣ୍ଡା,୧୪ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗାରେ ରବିବାର ହନୁମାନ ଜୟନ୍ତୀ ପାଳିତ ହୋଇଛି। ତେବେ ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଭାଜପାର ବରଗଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri