ରୋଗପୋକ ଉଜାଡିଲା ଚାଷ : କୃଷି ଅଧିକାରୀଙ୍କୁ ଦେଖାଇଲେ ଧାନକେଣ୍ଡା

ଜାମଟିକ୍ରା, ୪।୧୧ (ଡି.ଏନ.ଏ): ଅତାବିରା ବ୍ଲକ ଅଞ୍ଚଳରେ ଧାନ ଫସଲରେ ଲାଗିଥିବା ରୋଗପୋକ ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ବଜାରରେ ମିଳୁଥିବା କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ସୋମବାର ଚାଷୀମାନେ ଅତାବିରା କୃଷି ଓ ପରାମର୍ଶ କେନ୍ଦ୍ରକୁ ଆସି ରୋଗପୋକ ଲାଗିଥିବା ଧାନକେଣ୍ଡା ବ୍ଲକ କୃଷି ଅଧିକାରୀଙ୍କୁ ଦେଖାଇଥିଲେ। ଅଭିଯୋଗ ଅନୁସାରେ, ସେମାନେ ଯମୁନା, ସୋର୍ଣ୍ଣା ଓ ୧୦୦୧ ଧାନ ଚାଷ କରିଛନ୍ତି । କିନ୍ତୁ ଧାନ ଗୁଡିକର ପିଲ ବାହାରିବା ପରେ ଧାନରେ ନଳୀ ପୋକ ଓ ସିଟି ବ୍ଲାଷ୍ଟ ରୋଗ ଲାଗିଥିବାରୁ ଧାନ ଗୁଡିକ ପରିପକ୍ୱ ହେବା ପୂର୍ବରୁ ଅଗାଡି ହୋଇଯାଉଛି। ସଚେତନତା ଅଭାବ ଯୋଗୁ ଚାଷୀମାନେ ରୋଗ ସମ୍ପର୍କରେ କିଛି ଜାଣି ପାରୁନାହାନ୍ତି । ଫଳରେ ସେମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ସମ୍ପର୍କରେ ଅତାବିରା ବ୍ଳକ କୃଷି ଅଧିକାରୀ ମାମିନୀ ଭୋଇଙ୍କୁ ପଚାରିବାରୁ ବର୍ତ୍ତମାନ ଆଉ କିଛି କରିହେବ ନାହିଁ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?