Posted inଖେଳ

ରେସ୍ତୋରାରେ  ବାସନ ମାଜୁଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକଧାରୀ

ନୂଆଦିଲ୍ଲୀ,୨୯।୬- ସକାଳେ ଖବରକାଗଜ ବିକନ୍ତି। ଅପରାହ୍ନରେ ଦିଲ୍ଲୀର ସଦର ବଜାରଠାରେ ନକଲି ଗହଣା କିଣିବା ଲାଗି ଗରାଖକୁ ମନାନ୍ତି। ଏକଦା ସେ ଆମେରିକାରେ ଏକ ଭାରତୀୟ ରେସ୍ତୋରାରେ ଦୈନିକ ୧୦ରୁ ୧୨ ଘଣ୍ଟା ବାସନ ମାଜୁଥିଲେ। କାଲିଫର୍ନିଆର ସାନ୍‌ଜୋସଠାରେ ଫିଗର ସ୍କେଟିଂ କୋର୍ସ କରିବା ଲାଗି ସେ ଅର୍ଥ ଯୋଗାଡ଼ କରୁଥିଲେ। ଏହା ହେଉଛି ଦେଶର ଏକମାତ୍ର ସ୍ବର୍ଣ୍ଣପଦକ ହାସଲକାରୀ ଆଇସ ସ୍କେଟର ରାଜକୁମାର ତିଓ୍ବାରୀଙ୍କ ଜୀବନ। ସେ ଦକ୍ଷିଣ କୋରିଆର ୨୦୧୩ ସ୍ପେଶାଲ ଅଲିମ୍ପିକ୍ସ ବିଶ୍ୱ ଓ୍ବିଣ୍ଟର ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ଗେମ୍ସ ହେଉଛି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ କ୍ରୀଡ଼ାଭିତ୍ତିକ ଇଭେଣ୍ଟ, ଯେଉଁଥିରେ ଭିନ୍ନକ୍ଷମ ଆଥ୍‌ଲେଟ ଅଂଶଗ୍ରହଣ କରନ୍ତି। ୨୦୧୪ଠାରୁ ଖବରକାଗଜ ଭେଣ୍ଡରଙ୍କ ପୁଅ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସାଧାରଣ ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ରାଜକୁମାର ଅର୍ଥ ଅଭାବରୁ ଏବେ ସୁଦ୍ଧା ଦୁଇଟି ଗୁରୁତ୍ୱପୂର୍ଣ୍ଣ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଇୟର କପ (ଅଷ୍ଟ୍ରିଆ) ଓ ବସଫୋରୁଷ (ତୁର୍କୀ) ଇଭେଣ୍ଟରେ ଅଂଶଗ୍ରହଣ କରିପାରି ନାହାନ୍ତି। ସେ ଚାଇନା, କାନାଡା, କ୍ରୋଏସିଆ, ଜର୍ମାନୀ ଓ ଆମେରିକାରେ ହେବାକୁ ଥିବା ୫ ଚାମ୍ପିୟନଶିପ୍‌ରେ ସମ୍ଭବତଃ ଭାଗନେଇ ପାରିବେ ନାହିଁ। ଏହି ଟୁର୍ନାମେଣ୍ଟଗୁଡ଼ିକରେ ଖେଳିବା ଲାଗି ତାଙ୍କୁ ଅତିକମ୍‌ରେ ୧୬ରୁ ୧୮ ଲକ୍ଷ ଟଙ୍କା ଦରକାର। ଏହି ଇଭେଣ୍ଟଗୁଡ଼ିକ ରାଜକୁମାରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ନ ହେଲେ ଆଗାମୀ ବର୍ଷ କାନାଡର ମଣ୍ଟ୍ରିଲଠାରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ସେ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ। କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସହାୟତା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ତାଙ୍କୁ ନିଶ୍ଚିତ ଦେଖାକରି ତାଙ୍କ ଆର୍ଥିକ ସମସ୍ୟା ଦୂରକରିବି। ତାଙ୍କର ଯାହା ଦରକାର ମନ୍ତ୍ରଣାଳୟ ପକ୍ଷରୁ ସାହାଯ୍ୟ କରାଯିବ। ରାଜକୁମାର ପ୍ରତ୍ୟେକ ଦିନ ଦିଲ୍ଲୀରୁ ଗୁରୁଗ୍ରାମ ଅଭ୍ୟାସ କରିବାକୁ ଯାଆନ୍ତି। ଏକ ମଲ୍‌ରେ ସ୍କେଟିଂ ରୁଟିନ ଅଭ୍ୟାସ କରିବା ଲାଗି ଅର୍ଥ ଅଭାବ ସାଜୁଛି। ବେଳେବେଳେ ଟଙ୍କା ଅଭାବରୁ ମୁଁ ଅଭ୍ୟାସ କରିପାରେ ନାହିଁ। ମୋତେ ତୁରନ୍ତ ସରକାରଙ୍କ ସାହାଯ୍ୟ ଦରକାର। ମୋ ସାନଭାଇ ମଞ୍ଜେସ ପାଇଁ ଚିନ୍ତିତ। ସେ ଜୁନିୟର ବର୍ଗରେ ଜଣେ ଚମତ୍କାର ସ୍କେଟର। ତାଙ୍କୁ ୫ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମଧ୍ୟ ମିଳିଛି। ସେ ନିକଟରେ ମେଲ୍‌ବୋର୍ନଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ ବୋଲି ରାଜକୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri