ରେଳ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଡିଜିପିଙ୍କ ବୈଠକ: କିନ୍ନରଙ୍କ ଉପରେ କଟକଣା, ଧରାହେବେ ଲୁଟେରା

ଭୁବନେଶ୍ୱର, ୨୫ା୬(ବ୍ୟୁରୋ)- ବିଗତ କିଛିଦିନ ହେବ ରେଳ ଷ୍ଟେଶନରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। କିନ୍ନର ଓ ଲୁଟେରା ଗ୍ୟାଙ୍ଗ୍‌ ଉତ୍ପାତ କରୁଛନ୍ତି। ଟ୍ରେନ୍‌ ଯାତ୍ରୀମାନେ ଷ୍ଟେଶନ ସମେତ ବାହାରେ ମଧ୍ୟ ଆକ୍ରମଣ, ଲୁଟ୍‌ ଓ ଚୋରିର ଶିକାର ହେଉଛନ୍ତି। ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ମଙ୍ଗଳବାର ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ୍‌ ଅଫିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଆର୍‌ପିଏଫ୍‌ ଆଇଜି ରାଜା ରାମ, ରେଲ୍‌ଓ୍ବେ ଏଡିଜି ପ୍ରାଣବନ୍ଧୁ ଆଚାର୍ଯ୍ୟଙ୍କ ସମେତ ଜିଆର୍‌ପି ଓ ଆରପିଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ରେଲ୍‌ଓ୍ବେ ସୁରକ୍ଷାକୁ ନେଇ ବିଭିନ୍ନ ର ଆଲୋଚନା ହୋଇଥିଲା। ତେବେ କିନ୍ନରଙ୍କ ଉପରେ କଟକଣା ଲାଗୁ କରାଯିବା ସହ ଲୁଟେରାଙ୍କୁ ସାବାଡ଼ ପାଇଁ କେତେକ ନିଷ୍ପତ୍ତି ହୋଇଛି।

ଟ୍ରେନ୍‌ରେ କିନ୍ନରମାନେ ମନଇଚ୍ଛା ପ୍ରବେଶ କରି ଯାତ୍ରୀଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନ ମିଳିଲେ ଖରାପ ବ୍ୟବହାର କରୁଛନ୍ତି। ଏପରିକି ପରିବାର ସହ ଯାଉଥିବା ଯାତ୍ରୀଙ୍କୁ ଅଶ୍ଳୀଳତା ପ୍ରଦର୍ଶନ କରିବା ସହ ଆକ୍ରମଣ କରୁଛନ୍ତି। ବାହାରୁ ଆସୁଥିବା ଯାତ୍ରୀଙ୍କ ମନରେ ରାଜ୍ୟପ୍ରତି ଏହା ଭିନ୍ନ ଭାବନା ସୃଷ୍ଟି କରୁଛି। ତେଣୁ ଷ୍ଟେଶନକୁ କିନ୍ନରମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। କିନ୍ନରମାନେ ଯେପରି ଷ୍ଟେଶନ ନ ଆସିବେ ସେଥିଲାଗି ଆର୍‌ପିଏଫ୍‌, ଜିଆର୍‌ପି ଓ ସ୍ଥାନୀୟ ପୋଲିସ ପ୍ରାଥମିକ ସ୍ଥରରେ ସେମାନେ ରହୁଥିବା ବସ୍ତିକୁ ଯିବେ। କିନ୍ନରଙ୍କ ଘରକୁ ଘର ଯାଇ ଷ୍ଟେଶନ ନ ଆସିବାକୁ ବୁଝାଇବେ। ଯଦି ସେମାନେ ନ ବୁଝନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହାସହ ଭୁବନେଶ୍ୱର ରେଳ ଷ୍ଟେଶନରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ଯାତ୍ରୀ ଓ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ନିଶାଦିଆ ଲୁଟେରାଙ୍କୁ ସାବାଡ ପାଇଁ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଜିଆର୍‌ପି ଓ ଆରପିଏଫ୍‌ ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିବା ନିଶାଦିଆ ଲୁଟେରାଙ୍କର ଏକ ତାଲିକା କରିବେ। ସେମାନଙ୍କ ସହ ଲିଙ୍କ୍‌ରେ ଥିବା ଔଷଧ ଦୋକାନ ଓ ଅଟୋ ଡ୍ରାଇଭରଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଗିରଫ କରାଯିବ। ଆହୁରି ମଧ୍ୟ ଷ୍ଟେଶନରେ ଲୁଟ, ଚୋରି ଓ ଡକାୟତି କରୁଥିବା ପେଶାଦାର ଅପରାଧୀଙ୍କ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପେଶାଦାର ଅପରାଧୀଙ୍କୁ ଚିହ୍ନଟ ପାଇଁ ଆର୍‌ପିଏଫ୍‌ ଓ ଜିଆର୍‌ପି ଇନ୍ସପେକ୍ଟରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ତାଲିକା କରି ପେଶାଦାର ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବ। ସେହିଭଳି ସନ୍ଦିଗ୍ଧଙ୍କ ଉପରେ ମଧ୍ୟ ନଜର ରଖାଯିବ। ଅନେକ ସମୟରେ ସନ୍ଦିଗ୍ଧମାନେ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ଟ୍ରେନରେ ନେଉଥିବା ନଜିର ରହିଛି। ତେଣୁ ଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚକୁ କଡାକଡା କରାଯବିq। ଯେଉଁମାନଙ୍କ ଉପରେ ସନ୍ଦେହ ହେବ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯିବା ସହ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?