ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା ପ୍ରସ୍ତାବ ଉପରେ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଏହା କହିଛନ୍ତି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ଗୋୟଲ କହିଛନ୍ତି ଯେ, ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା ଲାଗି କୌଣସି ଯାତ୍ରୀବାହୀ ଟ୍ରେନକୁ ନିର୍ଦ୍ଧାରିତ କରାଯାଇ ନାହିଁ। ନୂଆଦିଲ୍ଲୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ ଦେଶର ପ୍ରଥମ ଘରୋଇ ଟ୍ରେନ ହେବ ବୋଲି ଖବର ଆସିଥିଲା। ମାତ୍ର ରେଲଓ୍ବେ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।

ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ, ଆଗାମୀ ଦିନରେ ଏ ଭଳି ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ ନେଇ ସରକାର ଚିନ୍ତା କରିବେ। ମାତ୍ର ରେଲଓ୍ବେର ଘରୋଇ କରଣ ନେଇ କୌଣସି ପ୍ରସ୍ତାବ ନ ଥିବା ରେଳ ମନ୍ତ୍ରୀ ଗୋୟଲ କହିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ୧୮୯ ନୂଆ ଲାଇନ ଯୋଜନା କରାଯାଇଥିବା ସେ କହିଛନ୍ତି। ଏଗୁଡିକ ୨୧,୪୪୩ କିମି ବିଶିଷ୍ଟ ହାଇଥିବା ବେଳେ ଯୋଜନା, ମଞ୍ଜୁରୀ ଏବଂ କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ରେଳ ନେଟଓ୍ବର୍କ ସହ ଯୋଡି ହୋଇ ନ ଥିବା ଅଞ୍ଚଳଗୁଡିକୁ ସେବା ଯୋଗାଣ ନେଇ ସରକାର ଏଭଳି ବ୍ୟବସ୍ଥା ଆଣିଛନ୍ତି। ସମୟର ଆବଶ୍ୟକତା ଅନୁସାରେ ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବାଣିଜି୍ୟକ ଯଥାର୍ଥତା, ପରିଚାଳନାଗତ ଆବଶ୍ୟକତା, ଜ୍ଞାନକୌଶଳଗତ ଢାଞ୍ଚା ଏବଂ ସମ୍ବଳ ଉପଲବ୍ଧତା ଉପରେ ବିଚାର କରାଯାଉଥିବା ଗୋୟଲ ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି।

ଦୈନିକ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା ହେବ
ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ଚଳିତ ବର୍ଷ ଅକ୍ଟୋବରରୁ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା କରିବାକୁ ରେଲଓ୍ବେ ଯୋଜନା ରଖିଛି। ଏଥି ଲାଗି ରେଲଓ୍ବେ ନୂଆ ଟେକ୍ନୋଲୋଜି ଆଣିବ। ପାଓ୍ବାର କାର ବଦଳରେ ଇଞ୍ଜିନରୁ ଶକ୍ତି ସଂଯୋଗ କରିବା ଦିଗରେ ନୂଆ ଟେକ୍ନୋଲୋଜି ସହାୟକ ହେବ। ଲାଇଟ ଏବଂ ଏସି ଲାଗି ଏହି ଶକ୍ତି ଉପଯୋଗ ହେବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଏଲ୍‌ଏଚ୍‌ବି ରେକ୍‌ରେ ଗୋଟିଏ କିମ୍ବା ୨ ପାଓ୍ବାର କାର ଇଞ୍ଜିନ ବ୍ୟବହାର ହେଉଛି। ଡିଜେଲ ଜେନେରେଟର ଦ୍ୱାରା କୋଚ୍‌ଗୁଡିକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଉଛି। ଏହାକୁ ଏଣ୍ଡ ଅଫ୍‌ ଜେନେରେଶନ କୁହାଯାଉଥିବା ବେଳେ ଆଗାମୀ ଦିନରେ ହେଡ ଅନ୍‌ ଜେନେରେଶନ ନାମକ ନୂଆ ଟେକ୍ନୋଲୋଜି ବ୍ୟବସ୍ଥା ଆସିବ। ଏଗୁଡିକ ଦ୍ୱାରା ଓଭରହେଡ ପାଓ୍ବାରଲାଇନରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବ। ୫ ହଜାରରୁ ଅଧିକ କୋଚରେ ଏହି ବ୍ୟବସ୍ଥା ଆସିବ। ଫଳରେ ଟ୍ରେନଗୁଡିକ ସେମାନଙ୍କ ପାଓ୍ବାରକାରଗୁଡିକୁ କମ୍‌ କରି ଅଧିକ ବର୍ଥ ବ୍ୟବସ୍ଥା କରିବେ। ଏହା ଦ୍ୱରା ରେଲଓ୍ବେର ବାର୍ଷିକ ୬ ହଜାର କୋଟି ଟଙ୍କାର ଫୁଏଲ ବିଲ୍‌ ସଞ୍ଚୟ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri