ରେପର ସଙ୍ଗୀତ ମାଧ୍ୟମରେ ଓଡ଼ିଆକୁ ଭଲ ପାଇବା ମହକ

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁରରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ସୋମବାର ଥିଲା ଚତୁର୍ଥ ସନ୍ଧ୍ୟା। କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଶମ ସହର ବ୍ରହ୍ମପୁର ହେଉଛି ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର। ମହୋତ୍ସବରେ ଜିଲାର ସଂସ୍କୃତି, ପରମ୍ପରା ଓ ଲୋକ କଳାକୁ ଲୋକ ଲୋଚନକୁ ଆଣିବା ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ। ଏହି ମହୋତ୍ସବ ମାଧ୍ୟମରେ ଗଞ୍ଜାମ ଅର୍ଥନୀତି ସୁଦୃଢ଼ ହେବ। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମରେ ଓଡିଶା ଅଗ୍ରଣୀ ହୋଇଛି। ଏଥିମଧ୍ୟରେ ରେଶମ ସହର ଉତ୍ସବ ଅନ୍ୟତମ ବୋଲି ବାଚସ୍ପତି କହିଥିଲେ। ଅନ୍ୟତମ ଅତିଥି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ। ପୁରୁଷ ବିଶ୍ୱକପ ହକିକୁ ସ୍ବାଗତ ଜଣାଇ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି। ହକି ପାଇଁ ସମଗ୍ର ବିଶ୍ୱରେ ଓଡିଶା ଆଜି ପରିଚିତ ବୋଲି ବିଧାୟିକା କହିଥିଲେ। ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଉଥିବା ନେଇ ରେଶମ ସହରବାସୀଙ୍କୁ ଆଇଜି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲାପାଳ ଦିବ୍ୟଜ୍ୟୋତି ପରିଡା, କମିଶନର ଜେ ସୋନାଲ ଓ ବ୍ରହ୍ମପୁର ଏସପି ଡା ଶ୍ରବଣା ବିବେକ ଏମ ମଞ୍ଚାସୀନ ଥିଲେ।
ଆଜିର ସନ୍ଧ୍ୟାରେ ଚଇତି ଘୋଡା, କିନରଙ୍କ ଫ୍ୟାସନ ଶୋ, ୱେଷ୍ଟର୍ଣ୍ଣ ନୃତ୍ୟ, ଗାହାଣୀ, ଓଡିଶୀ, ବିହୁ, ମୋହି ନିତ୍ୟମ୍‌ ଆଦି ପରିବେଶଣ ହୋଇଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିଶା ପଟନୀ ଓ ତାଙ୍କ ଟିମ ହିନ୍ଦୀ ଚଳଚ୍ଚିତ୍ର ସଂଗୀତରେ ଦର୍ଶକଙ୍କୁ ନଚାଇଥିଲେ। ସ୍ଲୋ..ମୋସନ.. ଭଳି ବହୁ ସୁପରହିଟ ଗୀତରେ ଦିଶା ପରିବେଶଣ କରିଥିଲେ। ଏହାପରେ ରେପର ବିଗ ଡିଲ ମୁଁ.. ଓଡିଆ.., ପୁରୀ..ଜଗନ୍ନାଥ ଭଳି ରେପର ସଙ୍ଗୀତ ପରିବେଷଣ କରି ଓଡିଆ ପ୍ରତି ଥିବା ଭଲ ପାଇବା ମହକକୁ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ସେ ରେପର ମାଧ୍ୟମରେ ମୋ..ବୋଉ.. ଗୀତରେ ଦର୍ଶକଙ୍କୁ ଭାବ ବିହ୍ବଳ କରି ଦେଇଥିଲେ। ପରେ ପରେ ବ୍ଲାକ ସ୍ବାନ ଟିମ୍‌ ତାଙ୍କର ନୃତ୍ୟ ପରିବେଷଣ କରିବା ସହ ଓଡିଆ ଭାଷାରେ ବ୍ରହ୍ମପୁରବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାପରେ ସଂଗୀତଜ୍ଞ ନାକାଶ ଆଜିଜ ରା..ରା..ରାକାମା, ଶାଢି..କା.ଫଲସା ଗୀତରେ ଦର୍ଶକଙ୍କ ମନ ଜିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri