Posted inଖେଳ

ରିୟଲ ମାଡ୍ରିଡକୁ ହରାଇଲା ଆଟଲେଟିକୋ

ନ୍ୟୁୟର୍କ,୨୭ା୭(ଏଏଫ୍‌ପି)- ସ୍ଥାନୀୟ ମେଟ୍‌ଲାଇଫ୍‌ ଷ୍ଟାଡିୟମରେ ଏକ ପ୍ରାକ୍‌ ସିଜନ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚରେ ଡିଏଗୋ କୋଷ୍ଟାଙ୍କ ୪ ଗୋଲ ସହାୟତାରେ ଆଟ୍‌ଲେଟିକୋ ମାଡ୍ରିଡ୍‌ ଏହାର ଲା ଲିଗା ପ୍ରତିଦ୍ୱନ୍ଦ୍ୱୀ ରିୟଲ ମାଡ୍ରିଡକୁ ୭-୩ ଗୋଲରେ ପରାସ୍ତ କରିଛି। ଖେଳର ୬୩ତମ ମିନିଟ୍‌ରେ ରେଡ୍‌କାର୍ଡ ପାଇ ପଡ଼ିଆ ଛାଡ଼ିଥିବା କୋଷ୍ଟା ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ତାଙ୍କ ହ୍ୟାଟ୍ରିକ ଗୋଲ ସ୍କୋର କରିସାରିଥିଲେ। ମ୍ୟାଚଟି ଖୁବ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ, ଫାଉଲ ଖେଳ ପାଇଁ ଏକଦା ଦୁଇ ଦଳକୁ ୧୦ଖେଳାଳିଙ୍କୁ ନେଇ ଖେଳିିବାକୁ ହୋଇଥିଲା। ୧୯ ବର୍ଷୀୟ ପର୍ତ୍ତୁଗିଜ୍‌ ଖେଳାଳି ଜୋଆଓ ଫେଲିକ୍ସ ଆଟଲେଟିକୋ ତରଫରୁ ଗୋଟିଏ ଗୋଲ ଦେଇଥିବା ବେଳେ ଅନ୍ୟ ଦୁଇଟି ଗୋଲ ସ୍କୋର ବେଳେ ସହାୟକ ହୋଇଥିଲେ। ସୂଚନାଯୋଗ୍ୟ, ଫେଲିକ୍ସ ୧୨୬ ନିୟୁତ ୟୁରୋ (୧୪୨ ନିୟୁତ ଡଲାର) ବିନିମୟରେ ବେନିଫିକାରୁ ଆସି ଦଳରେ ଯୋଗ ଦେଇଛନ୍ତି। ଆଟ୍‌ଲେଟିକୋ ତରଫରୁ ଆଞ୍ଜେଲ କୋରିଆ ମଧ୍ୟ ଏକ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ବିଜୟୀ ଦଳ ୫-୦ରେ ଅଗ୍ରଣୀ ରହିଥିଲା। ୫୯ତମ ମିନିଟ୍‌ରେ ଇଡେନ ହାଜାର୍ଡ ନାଚୋଙ୍କ କ୍ରସ୍‌ ସହାୟତାରେ ଜରିଆରେ ରିୟଲ ମାଡ୍ରିଡ ଏହାର ପ୍ରଥମ ଗୋଲ ସ୍କୋର କରିବା ପୂର୍ବରୁ ଆଲେଟିକୋ ୬ଟି ଗୋଲ ସ୍କୋର ଦେଇ ସାରିଥିଲା। ଆଟଲେଟିକୋ ଏହାର ୭ମ ଗୋଲ ୭୦ ତମ ଦେଇଥିଲା। ଭିଟୋଲୋ ଏକାକି ଚମତ୍କାର ଭାବେ ବଲ୍‌କୁ କ୍ୟାରି କରି ଏହି ଗୋଲଟିକୁ ସ୍କୋର କରିଥିଲେ। ରିୟଲ ମାଡ୍ରିଡ ପକ୍ଷରୁ କରିମ ବେଞ୍ଜିମା ୮୫ତମ ମିନିଟ୍‌ରେ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ। ହାଭି ହର୍ନାଣ୍ଡେଜ ୮୯ତମ ମିନିଟ୍‌ରେ ସ୍କୋର କରି ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri