ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ହକି ପ୍ରୋ ଲିଗ୍ ମ୍ୟାଚରେ ସେ ଏଠାରେ ଭାରତ ପକ୍ଷରୁ ସିନିୟର ସ୍ତରରେ ଡେବ୍ୟୁ କରିଛନ୍ତି। କେବଳ ସେତିକି ନୁହେଁ ଦୀର୍ଘ ୮ ବର୍ଷର ପ୍ରତୀକ୍ଷା ପରେ ସେ ଜାତୀୟ ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ହାସଲ କରିଛନ୍ତି। ୨୦୧୪ରେ ରାହିଲ ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଆସିଥିଲେ, ଯାହାକି କେବେ ଭୁଲିବାର ନୁହେଁ। ମାତ୍ର ସେତେବେଳେ ଖେଳିବା ପାଇଁ ନୁହେଁ ବରଂ ସାଇ ହକି ହଷ୍ଟେଲ ସାଥୀମାନଙ୍କ ସହ ମିଶି ସେ ଏଫ୍ଆଇଏଚ୍ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ଦେଖିବାକୁ ଆସିଥିଲେ। ଭାଗ୍ୟ ତାଙ୍କୁ ସେହି ଷ୍ଟାଡିୟମରେ ୮ ବର୍ଷ ପରେ ଜାତୀୟ ଦଳ ପକ୍ଷରୁ ଖେଳିବା ସୁଯୋଗ ଦେବ ବୋଲି କେବେ ଭାବି ନ ଥିଲେ। ୩୩ ଜଣିଆ କୋର୍ ଗ୍ରୁପ୍ରେ ସାମିଲ ଥିବାରୁ ରାହିଲଙ୍କୁ ଚଳିତ ବର୍ଷ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡକା ଯାଇଥିଲା। ସେଠାରୁ ପ୍ରୋ-ଲିଗ୍ ପାଇଁ ଦଳରେ ସାମିଲ କରାଯାଇଥିଲା।
”୨୦୧୪ରେ ମୁଁ ହଷ୍ଟେଲ ସାଥୀ ଖେଳାଳିଙ୍କ ସହ ଏଠାକୁ ଚାମ୍ପିୟନ୍ସ ଟ୍ରଫି ଦେଖିବାକୁ ଆସିଥିଲି। ସେଦିନ ଷ୍ଟାଡିୟମରେ ବହୁ ଦର୍ଶକ ଥିଲେ। ମୋର ଯାହା ମନେପଡ଼ୁଛି ଟିକେଟ ପାଇଁ ମୋତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଭାରତ-ପାକିସ୍ତାନ ସେମିଫାଇନାଲରେ ଷ୍ଟାଡିୟମର ପରିବେଶ ମୋତେ ଆହ୍ଲାଦିତ କରିଥିଲା। ଏଠାରେ ମୁଁ ବି ଦିନେ ଖେଳିବି ବୋଲି କେବେ ଭାବି ନ ଥିଲି। ତେଣୁ କଳିଙ୍ଗ ଷ୍ଟାଡିୟମରେ ପଦାର୍ପଣ ମ୍ୟାଚ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ। ମୁଁ ପ୍ଲେଇଂ ଇଲେଭେନରେ ଥିବା କଥା ଜଣାଇବା ପରେ ମୋ ପରିବାର ବହୁତ ଖୁସି। ମୋ ବାପା ବହୁତ ଗର୍ବ ଅନୁଭବ କରିଥିଲେ“ ବୋଲି ରାହିଲ ପ୍ରକାଶ କରିଛନ୍ତି। ମ୍ୟାଚ ଖେଳିବାଦିନ ସକାଳୁ ମୁଁ ନର୍ଭସ ଥିଲି। ଉତ୍ସାହ ଓ ଉଦ୍ଦୀପନା ଯୋଗୁ ମନରେ ବିଭିନ୍ନ କଥା ଆସିଥିଲା। ଏହି ସ୍ତରରେ ଭଲ ଖେଳିପାରିବି କି ନାହିଁ ବୋଲି ବିଚାର ଆସିଥିଲା। ଏ କଥା ମୁଁ ନୀଳକାନ୍ତ ଶର୍ମାଙ୍କୁ କହିଥିଲି। ସେ ମୋତେ କିଛି ନକାରାତ୍ମକ କଥା ଚିନ୍ତା ନ କରି ନିଜ ଉପରେ ବିଶ୍ୱାସ ରଖିବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ପଡ଼ିଆକୁ ଯିବା ପରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିବା ଦେଖିଥିଲି। ଯଦିଓ ଆଚମ୍ବିତ ହୋଇଥିଲି ତେବେ ସେମାନେ ଜାତୀୟ ସଙ୍ଗୀତ ଗାନ କରିବା ସମୟରେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲି। କାରଣ କ୍ୟାରିୟରରେ ମୁଁ ୮ ବର୍ଷ ଧରି ଏହି କ୍ଷଣକୁ ଅପେକ୍ଷା କରିଥିଲି ବୋଲି ରାହିଲ କହିଛନ୍ତି।
ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….
ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…
SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…
ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…
କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ
ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…
ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….
ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…
ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…
କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!
ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…
ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ
ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…
ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…
Archives

