ଭୁବନେଶ୍ୱର, ୪।୧୧ (କ୍ରୀଡ଼ା ପ୍ରତିନିଧି):ମହମ୍ମଦ ରାହିଲ ମୌସିନଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଅବିସ୍ମରଣୀୟ ହୋଇଛି। ଏହାର କାରଣ ମଧ୍ୟ ଅନେକ। ଅକ୍ଟୋବର ୨୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ହକି ପ୍ରୋ ଲିଗ୍ ମ୍ୟାଚରେ ସେ ଏଠାରେ ଭାରତ ପକ୍ଷରୁ ସିନିୟର ସ୍ତରରେ ଡେବ୍ୟୁ କରିଛନ୍ତି। କେବଳ ସେତିକି ନୁହେଁ ଦୀର୍ଘ ୮ ବର୍ଷର ପ୍ରତୀକ୍ଷା ପରେ ସେ ଜାତୀୟ ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ହାସଲ କରିଛନ୍ତି। ୨୦୧୪ରେ ରାହିଲ ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଆସିଥିଲେ, ଯାହାକି କେବେ ଭୁଲିବାର ନୁହେଁ। ମାତ୍ର ସେତେବେଳେ ଖେଳିବା ପାଇଁ ନୁହେଁ ବରଂ ସାଇ ହକି ହଷ୍ଟେଲ ସାଥୀମାନଙ୍କ ସହ ମିଶି ସେ ଏଫ୍ଆଇଏଚ୍ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ଦେଖିବାକୁ ଆସିଥିଲେ। ଭାଗ୍ୟ ତାଙ୍କୁ ସେହି ଷ୍ଟାଡିୟମରେ ୮ ବର୍ଷ ପରେ ଜାତୀୟ ଦଳ ପକ୍ଷରୁ ଖେଳିବା ସୁଯୋଗ ଦେବ ବୋଲି କେବେ ଭାବି ନ ଥିଲେ। ୩୩ ଜଣିଆ କୋର୍ ଗ୍ରୁପ୍ରେ ସାମିଲ ଥିବାରୁ ରାହିଲଙ୍କୁ ଚଳିତ ବର୍ଷ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡକା ଯାଇଥିଲା। ସେଠାରୁ ପ୍ରୋ-ଲିଗ୍ ପାଇଁ ଦଳରେ ସାମିଲ କରାଯାଇଥିଲା।
”୨୦୧୪ରେ ମୁଁ ହଷ୍ଟେଲ ସାଥୀ ଖେଳାଳିଙ୍କ ସହ ଏଠାକୁ ଚାମ୍ପିୟନ୍ସ ଟ୍ରଫି ଦେଖିବାକୁ ଆସିଥିଲି। ସେଦିନ ଷ୍ଟାଡିୟମରେ ବହୁ ଦର୍ଶକ ଥିଲେ। ମୋର ଯାହା ମନେପଡ଼ୁଛି ଟିକେଟ ପାଇଁ ମୋତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଭାରତ-ପାକିସ୍ତାନ ସେମିଫାଇନାଲରେ ଷ୍ଟାଡିୟମର ପରିବେଶ ମୋତେ ଆହ୍ଲାଦିତ କରିଥିଲା। ଏଠାରେ ମୁଁ ବି ଦିନେ ଖେଳିବି ବୋଲି କେବେ ଭାବି ନ ଥିଲି। ତେଣୁ କଳିଙ୍ଗ ଷ୍ଟାଡିୟମରେ ପଦାର୍ପଣ ମ୍ୟାଚ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ। ମୁଁ ପ୍ଲେଇଂ ଇଲେଭେନରେ ଥିବା କଥା ଜଣାଇବା ପରେ ମୋ ପରିବାର ବହୁତ ଖୁସି। ମୋ ବାପା ବହୁତ ଗର୍ବ ଅନୁଭବ କରିଥିଲେ“ ବୋଲି ରାହିଲ ପ୍ରକାଶ କରିଛନ୍ତି। ମ୍ୟାଚ ଖେଳିବାଦିନ ସକାଳୁ ମୁଁ ନର୍ଭସ ଥିଲି। ଉତ୍ସାହ ଓ ଉଦ୍ଦୀପନା ଯୋଗୁ ମନରେ ବିଭିନ୍ନ କଥା ଆସିଥିଲା। ଏହି ସ୍ତରରେ ଭଲ ଖେଳିପାରିବି କି ନାହିଁ ବୋଲି ବିଚାର ଆସିଥିଲା। ଏ କଥା ମୁଁ ନୀଳକାନ୍ତ ଶର୍ମାଙ୍କୁ କହିଥିଲି। ସେ ମୋତେ କିଛି ନକାରାତ୍ମକ କଥା ଚିନ୍ତା ନ କରି ନିଜ ଉପରେ ବିଶ୍ୱାସ ରଖିବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ପଡ଼ିଆକୁ ଯିବା ପରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିବା ଦେଖିଥିଲି। ଯଦିଓ ଆଚମ୍ବିତ ହୋଇଥିଲି ତେବେ ସେମାନେ ଜାତୀୟ ସଙ୍ଗୀତ ଗାନ କରିବା ସମୟରେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲି। କାରଣ କ୍ୟାରିୟରରେ ମୁଁ ୮ ବର୍ଷ ଧରି ଏହି କ୍ଷଣକୁ ଅପେକ୍ଷା କରିଥିଲି ବୋଲି ରାହିଲ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

