ରାସ୍ତା ଅବରୋଧ କରି ୨୩ ଗିରଫ : ନିଖୋଜଙ୍କ ପତ୍ତା ମିଳୁ ନ ଥିବାରୁ କରିଥିଲେ ଆନ୍ଦୋଳନ

ରାଇକିଆ,୪ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଜଣେ ଯୁବକ ଗତ ମାସ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକଙ୍କ ସମ୍ପର୍କରେ ପତ୍ତା ଲଗାଇବାରେ ପୋଲିସ ସହଯୋଗ କରୁ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ରାସ୍ତା ଅବରୋଧ କରାଯାଇଥିଲା। ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ୨୩ ଜଣଙ୍କୁ ପୋଲିସ ଗିରଫ କରିଛି।
ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକ(୨୨) ଗତ ୧୫ ତାରିଖରୁ ନିଖୋଜ ଅଛନ୍ତି। ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ସହ ବନ୍ଧୁବାନ୍ଧବଙ୍କ ଘରେ ପଚାରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିଲାନି। ତେଣୁ ୨୫ ତାରିଖରେ ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ହେଲେ ଶୁଭେନ୍ଦୁଙ୍କୁ ଖୋଜି ବାହାର କରିବାରେ ପୋଲିସ ଅବହେଳା କରୁଥିବା ଦର୍ଶାଇ ପରିବାର ଲୋକଙ୍କ ସମେତ ସାହିବାସିନ୍ଦା ସୋମବାର ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। ସକାଳ ପ୍ରାୟ ୮ଟାରୁ ୧୧ଟା ପର୍ଯ୍ୟନ୍ତ ରାଇକିଆ ଥାନା ସମ୍ମୁଖ ରାଇକିଆ-ବାଲିଗୁଡ଼ା-ଜି.ଉଦୟଗିରି ରାସ୍ତା ଅବରୋଧ କରାଯିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା ା ଖବରପାଇ ଜି.ଉଦୟଗିରି ଏସଡ଼ିପିଓ ଜୟକୃଷ୍ଣ ବେହେରା, ଟିକାବାଲି ଥାନାଧିକାରୀ ରେବତୀ ଶବର, ସାରଙ୍ଗଡ଼ ଥାନାଧିକାରୀ ଅନିତା କିଡ଼ୋ, ରାଇକିଆ ଥାନାଧିକାରୀ ସମୀର ରାଉତ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଶୁଭେନ୍ଦୁଙ୍କ ସମ୍ପର୍କରେ ସୂଚନା ନ ଦେଲେ ରାସ୍ତାରୁ ଉଠିବୁନି ବୋଲି ସେମାନେ ଜିଦ୍‌ ଧରିଥିଲେ। ଏଣୁ ଥାନା ପରିସରରେ ଆଲୋଚନା କରାଯିବ ବୋଲି କୁହାଯିବାରୁ ରାସ୍ତାରୋକୋ ହଟିଥିଲା। ପରେ ୨୩ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଥିଲା। ନିଖୋଜ ଘଟଣାର ତଦନ୍ତ ସମ୍ପର୍କରେ ବୁଝାଇବା ସତ୍ତ୍ୱେ ରାସ୍ତାରୋକୋ ନ ହଟିବା, ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଶୁଭେନ୍ଦୁ ନିଖୋଜ ଘଟଣାରେ ଯେଉଁମାନଙ୍କୁ ସନ୍ଦେହ କରାଯାଉଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ ବିଳମ୍ବ କରୁଥିବା ନେଇ ରାସ୍ତା ଅବରୋଧ କରାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri