Posted inRasifala

ରାଶିଫଳ: ସୋମବାର ୧୮ , ଅଗଷ୍ଟ ତାରିଖ – Daily Horoscope

ମେଷ
ଆଜି ଆପଣ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ। କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ସାମୟିକ ଆଶ୍ୱସ୍ତି ମିଳିବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କିଛି କ୍ଷତି କରିପାରିବେ ନାହିଁ।
ବୃଷ
ବୃଷ
ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଭଲ ରହିବାରୁ ଆଶ୍ୱସ୍ତି ଲାଭ କରିବେ। ସରକାରୀ ସ୍ତରରେ ଅଟକିଥିବା କାମ ହାସଲ କରି ଖୁସି ହୋଇପାରନ୍ତି। କାମର ବାହାନା ଦେଖାଇ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ସାମାଜିକ ସ୍ତରରେ ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।
ମିଥୁନ
ମିଥୁନ
ଆଜି ଆପଣ ଯେଉଁ କାମରେ ହାତଦିଅନ୍ତୁନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ମାଲିମକଦ୍ଦମା କ୍ଷେତ୍ରରେ ବାଇଦା ପଡିବା ଯୋଗୁ ସାମୟିକ ଅସ୍ଥିରତା ସୃଷ୍ଟି ହେବ। ଆଶା କରୁଥିବା ଦିଗରୁ ଅର୍ଥ ଓ ଶୁଭଖବର ପାଇ ଆନନ୍ଦିତ ହୋଇପାରନ୍ତି।
କର୍କଟ
କର୍କଟ
ବିତର୍କ ବୃଦ୍ଧି କାରଣରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ବିବ୍ରତବୋଧ କରିପାରନ୍ତି। ବହୁତ ଦିନରୁ ଖୋଜଖବର ପାଉ ନ ଥିବା ଜିନିଷ ସନ୍ଧାନ ହଠାତ୍‍ ପାଇଯିବାରୁ ଖୁସି ହେବେ। ପ୍ରଶାସନ, ପ୍ରକାଶନ, ସାହିତ୍ୟକୃତି, ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ଭଲ ରହିବ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ଲାଭକରି ଖୁସି ଅନୁଭବ କରିବେ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ରହିବାରୁ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ପାରିବାରିକ ସ୍ଥିରତା ମାନସିକ ଶାନ୍ତି ପ୍ରଦାନରେ ସହାୟକ ହେବ। ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
ଆପଣଙ୍କ ସୁସଂଯତ କଥାବାର୍ତ୍ତା ଓ ବିଚାରଧାରା ସମସ୍ୟା ସମାଧାନରେ ସହାୟ ହେବ। କିନ୍ତୁ ଉତ୍ତରାଫାଲଗୁନୀ ନକ୍ଷତ୍ର ଅନ୍ୟମାନଙ୍କ ଦୃଷ୍ଟିକୋଣର ଭିନ୍ନତା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ପ୍ରତ୍ୟେକ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଘରେ ବନ୍ଧୁମିଳନ ଆମୋଦ ପ୍ରମୋଦ ବାତାବରଣର ସୂଚନା ରହିଛି ା
ତୁଳା
ତୁଳା
ବ୍ୟୟାଧିପ କର୍ମଭାବସ୍ଥ ହେତୁ ଅଫିସ କାମରେ ବାହାରକୁ ଯିବାକୁ ପଡ଼ିପାରେ। କର୍ମପରିସର ବୃଦ୍ଧି ସହ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ପାରିବାରିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ। ଘରଭଡ଼ାକୁ କେନ୍ଦ୍ରକରି ବିତର୍କ ହୋଇପାରେ।
ବିଛା
ବିଛା
ସବୁ କଥା ମନକୁ ନ ପାଇଲେ ମଧ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଚଳିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ ସାହାଯ୍ୟ ଲାଭକରି ଆଜି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ କଳହର ସମ୍ମୁଖୀନ ହେବେ। ଜମିଜମା କ୍ରୟବିକ୍ରୟ କ୍ଷେତ୍ରରେ ଚୁକ୍ତିପତ୍ର କିମ୍ବା ବ୍ୟବସାୟରେ ଖିଲାପ କରି ଦଣ୍ଡିତ ହୋଇପାରନ୍ତି।
ଧନୁ
ଧନୁ
କୌଣସି ପ୍ରକାରର ଅଭାବ ଅସୁବିଧା ନ ଥାଇ ସୁଦ୍ଧା ମନ ଭଲ ରହିବ ନାହିଁ। କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବାର ସୂଚନା ରହିଛି। ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମକର
ମକର
ଆଜିର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ, ଯାହାକି କାମ ପାଇଁ ମନୋବଳ ସୃଷ୍ଟି କରିବାରେ ସହାୟକ ହୋଇପାରେ। ପଡ଼ୋଶୀମାନେ ମନକୁ ସୁହାଇଲା ଭଳି କଥାକହି କାର୍ଯ୍ୟ ହାସଲ କରିପାରନ୍ତି। ବିବାଦୀୟ ପରିସ୍ଥିତିରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‍ ହେବନି।
କୁମ୍ଭ
କୁମ୍ଭ
ପ୍ରତିକୂଳ ପରିସ୍ଥିତି ଲାଗିରହିବା କାରଣରୁ କର୍ମକ୍ଷେତ୍ରରେ ସବୁ ଜାଣିଶୁଣି ମଧ୍ୟ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଅଧିକାଂଶ ସମୟରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଯାତ୍ରା, ବାଣିଜ୍ୟରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସଭାସମିତିରେ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ମୀନମୀନ

ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ କାମଗୁଡିକର ସମୀକ୍ଷା କରିବେ ଓ ଅସଙ୍ଗତି ଦୂର କରିବାର ପ୍ରଯତ୍ନ କରିପାରନ୍ତି। ବିଭିନ୍ନ ବିଷୟକୁ ସ୍ମରଣକରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‍ କରିବାର ସୂଚନା ରହିଛି। ବନ୍ଧୁମେଳରେ ଅପ୍ରିୟ ସତକଥା କହି ବିରୋଧୀ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?