Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମରେ ନୀଚସ୍ଥ ଚନ୍ଦ୍ର ଯୋଗୁ ମନ ବନ୍ଧୁ ପରିଜନଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପାରେ। ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ସତର୍କ ରୁହନ୍ତୁ, ଅନ୍ୟଥା ସାଧାରଣ ଘଟଣା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ଶିଳ୍ପ, ବ୍ୟବସାୟରେ ସମସ୍ୟା ସମାଧାନ ସକାଶେ ତପତ୍ର ହେବେ।
ବୃଷ
ବୃଷ
ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ବିଳମ୍ବ ଘଟିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝମେଲା ଆସିପାରେ। କର୍ମକ୍ଷେତ୍ରରେ ସମୟାନ୍ତରରେ ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶତ୍ରୁତା କରୁଥିବା ବ୍ୟକ୍ତିଟି ପ୍ରତି ସତର୍କ ରହିବା ଭଲ।
ମିଥୁନ
ମିଥୁନ
କର୍ମାଧିପ ଲାଭଭାବରେ ଥିବାରୁ ଯେଉଁ କାମରେ ହାତ ଦେବେ ସଫଳତା ଅର୍ଜିବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲର ଆଶା ରହିଛି। ନିଜ ଲୋକମାନେ ଗୋଟିଏ କଥା କହି ତାହାର ଓଲଟା କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ।
କର୍କଟ
କର୍କଟ
କୋଣସ୍ଥାନରେ ରାଶ୍ୟାଧିପ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। କିନ୍ତୁ ବଳହୀନ କାରଣରୁ ସାଧାରଣ ପ୍ରତିବନ୍ଧକଜନିତ ଅସୁବିଧା ମଧ୍ୟରେ ଗତି କରିପାରନ୍ତି। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆନୁଷ୍ଠାନିକ କାମ, ଆଧ୍ୟାମତ୍ିକ ଆଲୋଚନା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ରାଶିକୁ ତିନୋଟି ଗ୍ରହ ଅବଲୋକନ କରୁଥିବାରୁ କେତେକ ଅଧୁରା କାମକୁ ସୁଧାରି ନେବାର ଚେଷ୍ଟା କରିବେ। ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ।
କନ୍ୟା
ଅଷ୍ଟମସ୍ଥ ବୃହସ୍ପତିଙ୍କ ଚନ୍ଦ୍ରସହ ଷଡାଷ୍ଟକ ସ୍ଥିତି କାରଣରୁ ମନ ଅନୁଯାୟୀ କାମ ହାସଲ କରିବାରେ ବିଫଳ ହେବେ। ସାହାଯ୍ୟ କରିବାକୁ କଥା ଦେଇଥିବା ଲୋକଟି ପରକ୍ଷଣରେ ନାସ୍ତିବାଣୀ ଶୁଣାଇପାରେ। ପାରିବାରିକ କ୍ଷେତ୍ର ଏବଂ ବ୍ୟବସାୟ, ବାଣିଜ୍ୟାଦିରେ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି।
ତୁଳା
ତୁଳା
କେନ୍ଦ୍ରସ୍ଥ ଗୁରୁଙ୍କ ଯୋଗୁ କର୍ମକ୍ଷେତ୍ରରେ ବିଭିନ୍ନ କାମ ହାତକୁ ନେଇପାରନ୍ତି। ଆର୍ଥିକ ସ୍ଥିତି, ପାରିବାରିକ କ୍ଷେତ୍ର, ସ୍ବାସ୍ଥ୍ୟ ସମସ୍ୟା, ସନ୍ତାନଙ୍କ ଶିକ୍ଷା, ପରୀକ୍ଷାଦି ବିଷୟରେ ସଫଳତା ପାଇବେ। ଆନୁଷ୍ଠାନିକ କାମ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ। ଅବିବାହିତ ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିବ।
ବିଛା
ବିଛା
ଚନ୍ଦ୍ରଙ୍କ ଦୁର୍ବଳତା ହେତୁ ଅପୂରଣୀୟ ଅଭିଳାଷ, ଅଭିମାନିଆ ବନ୍ଧୁ, ଅତୀତ ଦୁଶ୍ଚିନ୍ତାଜନିତ ଅସ୍ଥିରତା ସୃଷ୍ଟି ହେବ। ଆଜିର ବ୍ୟବସାୟ, ପରିବହନ, ଯାତ୍ରାର ଲକ୍ଷ୍ୟ, ଅର୍ଥପ୍ରାପ୍ତିର ଆଲୋଚନା ସନ୍ତୋଷଜନକ ନ ହୋଇପାରେ। ସାହିତ୍ୟାନୁଚିନ୍ତା, ସଙ୍ଗୀତ ସମାରୋହ, ସଭାସମିତି, କଚେରି ମାମଲାର ଫଳଫଳରେ ଆମତ୍ତୃପ୍ତି ଲାଭ କରିବେ।
ଧନୁ
ଧନୁ
ଦୀର୍ଘଦିନଧରି ଲାଗି ରହିଥିବା କ୍ରନିକ୍‌ ରୋଗରେ କଷ୍ଟ ପାଇବେ। କେତେକ ଅବହେଳା ଯୋଗୁ ଅସମ୍ପୂର୍ଣ୍ଣ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ବ୍ୟବସାୟିକ ସ୍ଥିତି ଭଲ ରହିବ। ଋଣ ପରିଶୋଧର ଦୁଶ୍ଚିନ୍ତାରୁ ମୁକୁଳି ପାରିବେ ନାହିଁ। ରାହୁଙ୍କ ଯୋଗୁ ସାମୟିକ ପାରିବାରିକ ଅଶାନ୍ତି ଅନୁଭବ କରିବେ।
ମକର
ମକର
ରାଶିରେ ଦ୍ୱିଗ୍ରହଯୋଗ ସାମଗ୍ରିକ ସୁଖସାଧନରେ ସହାୟକ ହେବେ। ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ସମସ୍ୟା, ସରକାରୀ ସ୍ତରର ତାଗିଦା, ଟେନ୍ସନଯୁକ୍ତ ରହିବ। ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ବାଣିଜ୍ୟ, ବ୍ୟବସାୟରେ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ନ ହୋଇପାରେ।
କୁମ୍ଭ
କୁମ୍ଭ
ରାଶିରେ ପାପଗ୍ରହ ପ୍ରଭାବରୁ ଦୁଃଖକୁ ମନରେ ମାରି କର୍ମକ୍ଷେତ୍ରରେ ନିଜକୁ ମଜ୍ଜାଇ ରଖିବାକୁ ବାଧ୍ୟ ହେବେ। ଘରର ଗୁରୁତ୍ୱପୂର୍ଣ୍ଣ କାମ ଅବହେଳାରେ ରହିଯାଇଥିବା ହେତୁ ଯୁକ୍ତିତର୍କର ଆଶଙ୍କା ରହିଛି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ

ରାହୁ ରାଶିରେ ରହିଥିବାରୁ ଖାମଖିଆଲ ମନୋଭାବ ଓ ବିଳାସପୂର୍ଣ୍ଣ ଜୀବନଯାତ୍ରାରେ ଦିନଟି ଅତିବାହିତ ହେବ। ବ୍ୟବହାରରେ କଠୋରତା କାରଣରୁ ବନ୍ଧୁଙ୍କ ସହ କଳହର ସୂଚନା ରହିଛି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାପୂର୍ବରୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ର, ପରିବାର, ବ୍ୟବସାୟ, କଳା, ସାହିତ୍ୟ, ଯାତ୍ରା, ପରୀକ୍ଷା ପ୍ରଭୃତି ପାଇଁ ଦିନଟି ମନ୍ଦ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ,…

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଗତିକରିବାକୁ ପଡିପାରେ। ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି…

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଚନ୍ଦ୍ରମଙ୍ଗଳ ଯୋଗରୁ ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ। ମନ ଅସ୍ଥିର ରହିଲେ ମଧ୍ୟ ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri