Posted inRasifala

ରାଶିଫଳ: ସୋମବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ
ଭାଗ୍ୟସ୍ଥାନ ଚନ୍ଦ୍ର ଦୃଷ୍ଟିରେ ଥିବାରୁ ଯାହା ବହୁତ ଦିନହେଲା ହୋଇପାରିନି ତାହା ଆଜି ଆକସ୍ମିକ ଭାବରେ ହୋଇଯିବ। ଆଜି ଉଚ୍ଚସ୍ଥ ମଙ୍ଗଳ ରାଶିକୁ ଅବଲୋକନ କରୁଥିବାରୁ ଆପଣଙ୍କୁ ଉନ୍ନତ ଚିନ୍ତା ପ୍ରଦାନ କରି କାମହାସଲ ସକାଶେ ଅନୁପ୍ରେରିତ କରିବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତାରେ ଆନନ୍ଦିତ ହେବେ।
ବୃଷ
ବୃଷ
ମୁଖ ଭାବରେ ଚନ୍ଦ୍ର ମନକୁ ଖୁସିରେ ରଖିବେ ଏବଂ କଅଁଳ କଥା କହି କାମ ହାସଲ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟକ୍ଷେତ୍ରରେ ସୁଫଳ ମିଳିବ। ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନ ଉନ୍ନତୀକରଣ କରିପାରିବେ। ସଭା ସମିତିରୁ ଉପକୃତ ହେବେ। ଟେନ୍‌ସନ ଲାଗିରହିବ।
ମିଥୁନ
ମିଥୁନ
ଶ୍ରୀଚନ୍ଦ୍ର ପ୍ରଭାବରେ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ଘଟିବ। ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମ ଆଶଙ୍କା ରହିଛି। ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ। ଆଜିର କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିଯିବ।
କର୍କଟ
କର୍କଟ
ଏକାଧିକ ଗ୍ରହ ସପ୍ତମସ୍ଥ ହେତୁ ବିବାଦୀୟ ଘଟଣାରେ ନ ପଶିବା ଭଲ ହେବ। ସମ୍ମୁଖରେ ଆପଣଙ୍କୁ କିଏ କିଛି ସିନା କହିବେ ନାହିଁ ପଛରେ ବହୁତ ସମାଲୋଚନା କରିବେ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଯାହାକି ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ପରିବାରରେ ସମସ୍ୟା ସମାଧାନ କରିବାରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଏକାଦଶସ୍ଥ ଗୁରୁ ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ଲାଭରେ ସହାୟକ ହେବ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ବ୍ୟବସାୟ, ଜମିଜମା କାରବାର, ନିର୍ମାଣ, ପରିବହନରୁ ଲାଭ ପାଇବେ। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ହେଳା କରିବେ ନାହିଁ।
କନ୍ୟା
ଆଜି ଚତୁର୍ଥଭାବର ଶୁଭତ୍ୱ ପାରିବାରିକ ସ୍ଥିତିକୁ ସଜାଡ଼ିବାରେ ସାହାଯ୍ୟ କରିବ। ଆଲୋଚନା କ୍ଷେତ୍ରରେ କଡ଼ା ଭାଷାର ପରିଣାମ ଭୋଗିବାକୁ ପଡ଼ିପାରେ। ଶତ୍ରୁତା କରୁଥିବା ଲୋକେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ରାଜନୀତି, ସଂଗଠନ, ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ଯେମିତି ଇଚ୍ଛା କରୁଛନ୍ତି ତାହା ପାଇବେ।
ତୁଳା
ତୁଳା
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ ସମସ୍ୟା ଭିତରେ ଅଣନିଃଶ୍ୱାସୀ ହୋଇପାରନ୍ତି। ଆଜି କେତେକ କ୍ଷେତ୍ରରେ ସମସ୍ୟା ସମାଧାନଜନିତ ଟେନ୍ସନ ଲାଗି ରହିବ। ସାହିତ୍ୟ ଚର୍ଚ୍ଚା, ସଭାସମିତି ଓ ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଶତ୍ରୁତା କାରଣରୁ ସୁଯୋଗ ହରାଇବେ।
ବିଛା
ବିଛା
ଶନି ଦୃଷ୍ଟରେ ରାଶି ଥିବାରୁ ସ୍ବାସ୍ଥ୍ୟ ପ୍ରତି ସଚେତନତା ରହିବା ଭଲ। ଆଜି ଆପଣଙ୍କୁ ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ ଏବଂ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରିପାରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବଢ଼ିଯାଇପାରେ।
ଧନୁ
ଧନୁ
ସପ୍ତମରେ ଅଷ୍ଟମସ୍ଥ ହେତୁ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହ ମତାନ୍ତର ଅଶାନ୍ତି ସୃଷ୍ଟି କରିପାରେ। ପୁରାତନ ରୋଗର ପୀଡା ସାମାନ୍ୟ ଅନୁଭବ କଲେ ମଧ୍ୟ ବିଶେଷ ଅସୁବିଧା ନ ହୋଇପାରେ ା ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପରିବାରରେ ଆର୍ଥିକ ପରିସ୍ଥିତି ପୂର୍ବପରି ଦୁଶ୍ଚିନ୍ତାକୁ ବୃଦ୍ଧି କରିବ।
ମକର
ମକର
ଶୁକ୍ର ରାଶିସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁ କିମ୍ବା ଗୁରୁଜନମାନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ହୋଇପାରିବ। ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ, କିନ୍ତୁ ଧନିଷ୍ଠା ନକ୍ଷତ୍ର ପାଇଁ ବିପରୀତ ଫଳ ମିଳିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପଙ୍କ ସ୍ଥିତି ସନ୍ତାନଙ୍କ ସମସ୍ୟାକୁ ବହୁଗୁଣିତ କରିପାରେ। ଆଜି ଯେଉଁଠି ଯାହା କହିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ବଦଳରେ କଷ୍ଟକର ହୋଇ ପଡ଼ିବ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିବେ। ନୀଚ୍ଚ ସଂସର୍ଗରୁ ଦୂରେଇ ନ ରହିଲେ ଅନୁତାପ ପାଇଁ ସମୟ ପାଇବେ ନାହିଁ।
ମୀନମୀନ

ରାହୁଙ୍କ କୁପ୍ରଭାବରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ପରିବାରର ଖର୍ଚ୍ଚ ଭାର ବଢ଼ି ଯିବା କାରଣରୁ ଆବଶ୍ୟକତା ପୂରଣ ସକାଶେ ଚିନ୍ତିତ ରହିବେ। ସରକାରୀ ସ୍ତରରୁ କିମ୍ବା ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?