Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୫ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ, ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ। ଭାଇ, ବନ୍ଧୁ ତଥା ପଡୋଶୀ ମାନଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟାକଲେ ସୁଫଳ ମିଳିପାରିବ। ସହକର୍ମୀମାନଙ୍କ ସହ ବିଭିନ୍ନ ପ୍ରକାରର ଆଲୋଚନାରେ ସମୟ କଟାଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରି ଯିବା କାରଣରୁ ଖୁସୀ ରହିବେ।
ବୃଷ
ବୃଷ
ଦିନସାରା ହସଖୁସୀରେ ବନ୍ଧୁ ଓ ପ୍ରିୟଜନ ମାନଙ୍କ ସହ ସମୟ ଅତିବାହିତ କରିବେ। ପରିବାରରେ ବିଭିନ୍ନ ପ୍ରକାରର ବ୍ୟୟ ବରାଦର ଭରଣା କରିବା ସକାଶେ ବ୍ୟସ୍ତତା ବଢିଯାଇପାରେ। କାମର ଚାପ ବଢିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇ ନ ପାରନ୍ତି। ବନ୍ଧୁଙ୍କ ଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ।
ମିଥୁନ
ମିଥୁନ
ପ୍ରତ୍ୟେକ ଦିଗଟି ଅନୁକୂଳ ରହିବ, ଫଳରେ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇବେ। ମାତ୍ର ଆକସ୍ମିକ ଭାବରେ ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ଯାନବାହାନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେବେ।
କର୍କଟ
କର୍କଟ
ଭାବପ୍ରବଣତାବଶତଃ ଅଶ୍ଳେଷା ନକ୍ଷତ୍ର ଅଧିକାଂଶ ସମୟ ତର୍କ ବିତର୍କ କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ମଧ୍ୟରେ ଅଶାନ୍ତ ରହିବେ। ସଭାସମିତିରେ କିମ୍ବା ଅଫିସରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଶୁଭ ସମ୍ବାଦ ଶୁଣି ଖୁସି ହେବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ନିକଟ ସମ୍ପର୍କୀୟ ମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିପାରେ। କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଯାହା ମନକୁ ଆସୁଛି କରି ଚାଲନ୍ତୁ କୌଣସି ପ୍ରକାରର ପ୍ରତିରୋଧ କିମ୍ବା ପ୍ରତିବନ୍ଧକ ରହିବ ନାହିଁ। ଅଧିକାଂଶ ସମୟ ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବା କାରଣରୁ ମନରେ ଭାବପ୍ରବଣତା ସୃଷ୍ଟି ହେବ। ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।
ତୁଳା
ତୁଳା
ନୂତନ ପରିବେଶ ଓ ପାରିପାଶ୍ୱି ସ୍ଥିତିର ପରିବର୍ତନ ମନକୁ ସାମୟିକ ସରସ ସୁନ୍ଦର କରିବାରେ ସମର୍ଥ ହେବ। ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ ଓ ବ୍ୟବସାୟରେ ଅଭୁତପୂର୍ବ ସଫଳତା ହାସଲ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ।
ବିଛା
ବିଛା
ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଅନୁକୂଳ ରହିବ ଯାହା ଚାହିଁବେ ତାହା ପାଇବେ ଓ କରିପାରିବେ ମଧ୍ୟ। ଆଜିର ପ୍ରତ୍ୟୁଷ ଯାତ୍ରା ରେ ସଫଳତା ଅବଶ୍ୟ ମିଳିବ ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବା ସହ ଆଲୋଚନା ଫଳପ୍ରଦ ହେବ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ପୂର୍ବ ସମସ୍ୟା ଦୂରେଇ ଯାଇ ଥିବାରୁ ମନ ଏକପ୍ରକାର ହାଲୁକା ରହିବ। କିନ୍ତୁ କେତକେ ଘଟଣାରେ ମୂଳା ନକ୍ଷତ୍ର ସମସ୍ୟା ବିଜଡିତ ରହିବା ହେତୁ ଠିକ୍‌ ନିଷ୍ପତି ନେବାରେ ସମସ୍ୟା ଦେଖାଦେଇପାରେ। ବହୁତ ଦିନରୁ ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୁଳ ସୁ୍‌ଯୋଗ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ମକର
ମକର
ଆଜି କିଛି ଭଲ ଓ ମନ୍ଦର ମିଶ୍ରିତ ଫଳ ଅନୁଭବ କରି ଦିନଟି ସ୍ବାଭାବିକ ଭାବରେ ବିତାଇବେ। ଯେ କୌଣସି କ୍ଷେତ୍ର ହେଉନା କାହିଁକି ଆପଣ ତରବର ନହୋଇ ସତର୍କତାର ସହ କାମ କରନ୍ତୁ କାରଣ ଏହାର ବ୍ୟତିକ୍ରମ କଲେ ଆକସ୍ମିକ ଭାବେ ନିଜ ଲୋକମାନେ ଶତୃତା କରି ବସିବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିବେ।
କୁମ୍ଭ
କୁମ୍ଭ
ସକାଳୁ ସକାଳୁ ଭ୍ରମଣ ସକାଶେ ମନ ବଳାଇ ଦୂର ସ୍ଥାନକୁ ଯାତ୍ର କରି ପାରନ୍ତି ଅବଶ୍ୟ ଚନ୍ଦ୍ରଙ୍କ କୃପାରୁ ଅର୍ଥଲାଭ ଅବଶ୍ୟମ୍ଭାବୀ। ଦୀର୍ଘ ସମୟରୁ ପ୍ରତୀକ୍ଷା କରି କରି ପରିଶେଷରେ ପଡୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ପରିବାରରେ ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।
ମୀନମୀନ
ସ୍ବାସ୍ଥ୍ୟ ଭଲ ରହିବା ସହ କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରକ୍ଷା କରନ୍ତୁ, ନତୁବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?