Posted inRasifala

ରାଶିଫଳ: ସୋମବାର, ଜୁନ ୧୦ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥସମ୍ପର୍କୀୟ ଚିନ୍ତା, ବିଳାସବ୍ୟସନ ଦିଗରେ ମନକୁ ନିମଜ୍ଜିତ କରାଇବ। ତୃତୀୟସ୍ଥ ରାହୁ ସହ ମଙ୍ଗଳଙ୍କ ଭ୍ରାତୃ, ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦ ବୃଦ୍ଧି କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇ ପାରନ୍ତି। ବନ୍ଧୁଙ୍କ ସହାୟତାରେ ପରିବାରର ସମସ୍ୟା ସମାଧାନ ହୋଇପାରେ।
ବୃଷ
ବୃଷ
ଆଜି ରବିଙ୍କ ନକ୍ଷତ୍ରସ୍ଥ ଶୁକ୍ର ରାଶିରେ ରହି ଆମତ୍ୀୟମାନଙ୍କୁ ଆପଣେଇ ନେବାରେ ସାହାଯ୍ୟ କରିବେ। କେତେକ ଅତୀତ ଘଟଣା, ସ୍ବାସ୍ଥ୍ୟହାନି ଯୋଗୁ ସାମୟିକ ମନ ଉଦାସ ରହିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି, ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବାର ସମ୍ଭାବନା ରହିଛି ା ନୂତନକର୍ମାରମ୍ଭ କ୍ଷେତ୍ରରେ ବିଶେଷ ଅସୁବିଧା ନ ହୋଇପାରେ।
ମିଥୁନ
ମିଥୁନ
ବୁଧ ଉଚ୍ଚସ୍ଥ ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ସମସ୍ୟାକୁ ପ୍ରତିହତ କରିବା ସଙ୍ଗକୁ ବିବାଦରେ ବିଜୟୀ କରାଇବ। ଆନୁସଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଧନସ୍ଥାନରେ ରାଶ୍ୟାଧିପତି ଆର୍ଥିକ ଉନ୍ନତି କରାଇବ ସହ ଦୈହିକ ସୁସ୍ଥତାକୁ ଅକ୍ଷୁଣ୍ଣ ରଖିବ। ରାହୁ ସହ ମଙ୍ଗଳ ପ୍ରଭାବରୁ ଜମା ଭଲ ପଡୁ ନ ଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ ଓ ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ ଲାଗି ରହିବ।
ସି˚ହ
ସି˚ହ
କର୍ମସ୍ଥାନରେ କର୍ମାଧିପତି ସହ ରାଶ୍ୟାଧିପତି ଚେଷ୍ଟା କରୁଥିବା କ୍ରମେ ସଫଳତା ହାସଲ କରିବେ। ବାଣୀକାରକ ବୁଧ ପାପାକ୍ରାନ୍ତ ଯୋଗୁ ଅଫିସ୍‌ କାମରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଦୂରଯାତ୍ରା ସାଙ୍ଗକୁ ଦେବଦର୍ଶନର ସୁଯୋଗ ପାଇବେ। ଶିଳ୍ପ, ବାଣିଜ୍ୟ, ସଭାସମିତି, ଆନୁଷ୍ଠାନିକ କାମରେ ମନୋନିବେଶ କରିପାରନ୍ତି।
କନ୍ୟା
ବୁଧ ଯୁକ୍ତ ରାହୁ ଓ ମଙ୍ଗଳ ଚତୁର୍ଥସ୍ଥାନକୁ ପ୍ରଭାବିତ କରୁଥିବାରୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ। କର୍ମକ୍ଷେତ୍ର, ସାମାଜିକ କାର୍ଯ୍ୟ, ବନ୍ଧୁ ପରିଜନ ଓ ପରିବହନ କ୍ଷେତ୍ର ମଧ୍ୟ ସମସ୍ୟା ବହୁଳ ରହିପାରେ ା ଏଣେ ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜାଳ ବଳିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ଓ ବନ୍ଧୁମିଳନରୁ ଖୁସୀ ରହିପାରନ୍ତି।
ତୁଳା
ତୁଳା
ଲାଭାଧିପତିଙ୍କ ଧନଭାବ ପ୍ରତି ସମ୍ବନ୍ଧ ଅର୍ଥଲାଭର ସୂଚନା ପ୍ରଦାନ କରେ। ଆଜି ଆପଣ ଅଫିସ୍‌ କାମରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରି ହୋଇ ପଡିବ।
ବିଛା
ବିଛା
ବଳହୀନ ରାଶ୍ୟାଧିପ ଅଷ୍ଟମରେ ସ୍ବାସ୍ଥ୍ୟହାନୀ ସହ ବିଭିନ୍ନ ସମସ୍ୟାରେ ବିର୍ବତ କରାଇବ। ଅବଶ୍ୟ ରବିଙ୍କ ସବଳତା କାରଣରୁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିପାରନ୍ତି। ସମ୍ପର୍କୀୟ ବନ୍ଧୁବର୍ଗ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି।
ଧନୁ
ଧନୁ
ବୃହସ୍ପତି ପରମୂହୂର୍ତ୍ତରେ ଅବସ୍ଥା ସ୍ବାଭାବିକ ହେଲେ ମଧ୍ୟ ପାରିବାରିିକ କ୍ଷେତ୍ର ଭୁଲ୍‌ବୁଝାମଣା ମଧ୍ୟରେ ବିଶୃଙ୍ଖଳିତ ରହିପାରେ। ମାଲିମକଦ୍ଦମା,ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ। ବ୍ୟବସାୟରେ ଲାଭ ମିଳିବ; ମାତ୍ର ବକେୟା ପରିଶୋଧ କରିବାରେ ବିଫଳ ହେବେ।
ମକର
ମକର
ଆଜିର ଅଷ୍ଟମଚନ୍ଦ୍ର ରାଶିସ୍ଥ କେତୁଙ୍କ ନକ୍ଷତ୍ରସ୍ଥ ହେତୁ ମାନସିକ ଦୁଃଶ୍ଚିନ୍ତାରେ ମନ ଉଦ୍ୱେଳିତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ,ସଭାସମିତି ତଥା ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ ।
କୁମ୍ଭ
କୁମ୍ଭ
କର୍ମଭାବରୁ ଅଷ୍ଟମସ୍ଥ କର୍ମାଧିପତି ଯୋଗୁ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବନାହିଁ। ତଥାପି ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ଯୋଜନାଟିକୁ ଆରମ୍ଭ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଜର ଦକ୍ଷତା ହେତୁ ପ୍ରଶଂସିତ ହୋଇପାରନ୍ତି।
ମୀନମୀନ
ଆଜିର ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା ସଙ୍ଗକୁ ବନ୍ଧୁମାନଙ୍କ ଆଦର, ଅର୍ଭ୍ୟର୍ଥନା ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ସକାଳୁ ସକାଳୁ ଆଜିର ଯାତ୍ରା,କାମର ଶୈଳୀ, ବନ୍ଧୁ ମାନଙ୍କ ସଦିଛାରୁ ମନ ପ୍ରାୟତଃ ଖୁସୀ ରହିବ। ପାରିବାରିକ କ୍ଷେତ୍ରକୁ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରିବେ ବାସ୍ତବରେ ସେପରି କିଛି ହେବନି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri