ମେଷ

ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା ମୁତାବକ କାମରେ ଲାଗିପଡନ୍ତୁ କୈାଣସି ପ୍ରକାରର ଅସୁବିଧା ହେବନାହିଁ। ଆର୍ଥିକ ଦୁରବସ୍ଥାଜନିତ କେତେକ କାମ ଅଟକି ରହିବାର ସୂଚନା ରହିଛି।
ବୃଷ

ବନ୍ଧୁଙ୍କ ଆହ୍ବାନ କ୍ରମେ ଯାତ୍ରା କରିବାକୁ ପଡିପାରେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ସାହିତ୍ୟ, ଚଳଚ୍ଚିତ୍ର ତଥା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାଧାରଣ ଘଟଣାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଯୁକ୍ତିତର୍କଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ

ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସାହାଯ୍ୟ ପାଇ ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିବେ। ବନ୍ଧୁମାନଙ୍କର ନିମନ୍ତ୍ରଣ କ୍ରମେ ଆମୋଦ ପ୍ରମୋଦର ମଉକା ମଜା ଉଠାଇ ପାରନ୍ତି ା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୌଣସି ଆମତ୍ୀୟ ଅଭିଯୋଗ ନେଇ ଆସିପାରନ୍ତି। ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ପାଇବାର ସୂଚନା ରହିଛି।
କର୍କଟ

ଉତ୍ତମ ସ୍ବାସ୍ଥ୍ୟ, ଉନ୍ନତ ଚିନ୍ତା ସାଙ୍ଗକୁ ଲୋକପ୍ରିୟତାଜନିତ ଦିନଚର୍ଯ୍ୟା ସୁଖଦ ଅନୁଭୂତି ପ୍ରଦାନ କରିବ। ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହେବ। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ସ୍ଥିତି ସୁଦୃଢ ହେବା ସହିତ ସୁନାମ ପାଇବେ। ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି।
ସି˚ହ

ଶାରୀରିକ ସୁସ୍ଥତା ସାଙ୍ଗକୁ ନିରଳସ ଜୀବନଯାତ୍ରା ମାନସିକ ସ୍ଥିତିକୁ ବହୁଗୁଣିତ କରିବ। ଅର୍ଥନୈତିକ, ସାମାଜିକ, ରାଜନୈତିକ ଦିଗ ପାଇଁ ଦିନଟି ଅନୁକୂଳ ରହିବ। ସଭାସମିତି, ମନୋରଞ୍ଜନ, ଆନୁଷ୍ଠାନିକ କାମରେ ସମୟ ଅତିବାହିତ କରିପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବ କାରଣରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇପାରେ।
କନ୍ୟା

ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ବନ୍ଧୁଙ୍କ ସହ ଯୋଗାଯୋଗ ନ କରିପାରି ବ୍ୟସ୍ତ ହେବେ। ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ ଅସ୍ଥିରତାଜନିତ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ପୁରାତନ ରୋଗରେ ପୀଡା ବୃଦ୍ଧି ଦୈହିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ତୁଳା

ଉତ୍ତମ ବୁଝାମଣା ମାଧ୍ୟମରେ ପାରିବାରିକ ଶାନ୍ତି, ବନ୍ଧୁ ସମ୍ପର୍କରେ ଉନ୍ନତି, ସ୍ଥଗିତ କାର୍ଯ୍ୟର ଅଗ୍ରଗତି ହେତୁ ଖୁସି ରହିବେ। ପାରିପାର୍ଶ୍ୱିକ ପରିସ୍ଥିତି ଜଟିଳ ହେଲେ ମଧ୍ୟ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିନେବେ। ସାହିତ୍ୟ, କ୍ରୀଡ଼ା, ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।
ବିଛା

ଚଳିତ ପରିସ୍ଥିତି ଆପଣଙ୍କୁ ଉନ୍ନତ ଚିନ୍ତାଧାରା ମାଧ୍ୟମରେ ସତ୍କର୍ମ ସକାଶେ ଅନୁପ୍ରେରିତ କରିପାରେ। ବିଭିନ୍ନ ବ୍ୟକ୍ତିଙ୍କ ପ୍ରଶଂସାରେ ଉତ୍ଫୁଲ୍ଲିତ ହୋଇ ଆମତ୍ଗୈାରବ ଅନୁଭବ କରିବେ। ଆମତ୍ୀୟଙ୍କ ବେଖାତିର କଥା ମନକୁ ବେଶି ବାଧିପାରେ। ତ୍ୟାଗପୂତ ମନୋଭାବ ଓ ସହନଶୀଳତା ମାଧ୍ୟମରେ ସମାଜରେ ଆଦରଣୀୟ ହେବେ।
ଧନୁ

ମନ ଭଲ ନ ଥିଲେ ମଧ୍ୟ ଆପଣଙ୍କ ବ୍ୟବହାରିକ କାର୍ଯ୍ୟକଳାପ ପ୍ରଭାବିତ ହେବନାହିଁ। ପାରିବାରିକ ତଥା ସାମାଜିକ କ୍ଷେତ୍ରର ସମସ୍ୟା ବନ୍ଧୁ ଜରିଆରେ ସମାଧାନ ହେବ। ସାହିତ୍ୟ, ସାମ୍ବାଦିକତା, ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ସନ୍ତୁଷ୍ଟ ରହିବେ। ବିଭିନ୍ନ ପ୍ରକାର ପ୍ରତିବନ୍ଧକ କାରଣରୁ ବ୍ୟବସାୟିକ ସ୍ଥିତି କେତେକାଂଶରେ ପ୍ରଭାବିତ ହୋଇପାରେ।
ମକର

କାର୍ଯ୍ୟସିଦ୍ଧି, ବନ୍ଧୁପ୍ରୀତି, ଯାତ୍ରାର ସଫଳତା ଯୋଗୁ ଦିନଟି ଖୁସୀରେ ଅତିବାହିତ ହେବ। ପାରିବାରିକ ଅସ୍ଥିରତାଜନିତ ଭାବପ୍ରବଣତା ବୃଦ୍ଧି ପାଇବା ଯୋଗୁ ମନୋବଳ ହ୍ରାସ ପାଇପାରେ। ଆଜି ଆପଣଙ୍କୁ ନିର୍ମାଣ କାର୍ଯ୍ୟ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନ ସନ୍ତୋଷଜନକ ରହିବ।
କୁମ୍ଭ

ଆଜିର ଦିନଚର୍ଯ୍ୟାରେ ଯେକୈାଣସି ବ୍ୟତିକ୍ରମକୁ ସଜାଡି ନେବାରେ ଅସୁବିଧା ରହିବନାହିଁ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ।
ମୀନ
ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ, ପରିବହନ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବାର ଆଶା କରାଯାଇପାରେ। ଶାରୀରିକ ଅସୁସ୍ଥତା କେତେକାଂଶରେ କର୍ମସମୂହର ଗତିରୋଧ କରିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.