Posted inRasifala

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ
କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟକୁ ମନ ବଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ସହ ସତ୍‍ସଙ୍ଗର ସୁଯୋଗ ପାଇବେ। ଆଜିର ଯାତ୍ରା, ବାଣିଜ୍ୟ ଏବଂ ମାଙ୍ଗଳିକ କାମ ସନ୍ତୋଷଜନକ ରହିବ। କେବଳ ପାରିବାରିକ, ପରିବହନ, ଆଲୋଚନା କ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ବନ୍ଧୁଙ୍କ ଅସହଯୋଗ ସତ୍ତ୍ୱେ ଅର୍ଥାଭାବକୁ ଦୂରେଇବା ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ। ବନ୍ଧୁମିଳନ ସାଙ୍ଗକୁ ସାହିତ୍ୟ, ପ୍ରବଚନ, ଆଧ୍ୟାତ୍ମିକ ସଭା ସମିତିରେ ସମ୍ମାନିତ ହେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ମିଥୁନ
ମିଥୁନ
ଶନି ଓ ମଙ୍ଗଳ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରାଇପାରନ୍ତି। ହାତରୁ ଖର୍ଚ୍ଚ କରି ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। ପ୍ରିୟଜନଙ୍କ ଅନୁରୋଧକ୍ରମେ ସକାଳୁ ଦୂରଯାତ୍ରା କରିବାକୁ ପଡିପାରେ। ବାଣିଜ୍ୟ, ଆନୁଷ୍ଠାନିକ କାମ ତଥା ସଭାସମିତିରେ ପ୍ରତିଷ୍ଠାଲାଭ କରିପାରନ୍ତି।
କର୍କଟ
କର୍କଟ
କୌଶଳ ପ୍ରୟୋଗ ପୂର୍ବକ ବନ୍ଧୁଙ୍କୁ ମନୋଲୋଭା କଥା କହି କାମ ହାସଲ କରିବେ ା ଆଜିର ଗ୍ରହସ୍ଥିତି ପ୍ରଭାବରେ ପାରିବାରିକ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ପାରସ୍ପରିକ ଆଲୋଚନାକ୍ରମେ କର୍ମକ୍ଷେତ୍ରରେ ରହିଥିବା ଟେନ୍‍ସନ୍‍ କେତେକାଂଶରେ କମିଯିବ ା
ସି˚ହ
ସି˚ହ
କର୍ମଜଞ୍ଜାଳ ମଧ୍ୟରେ ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସନ୍ତୁଳନ ହରାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ଖର୍ଚ୍ଚ ପ୍ରସାରିତ ହୋଇପାରେ। ଆନୁଷ୍ଠାନିକ, ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଜମି କିଣାବିକା, କଳକାରଖାନା, ସଭାସମିତି କ୍ଷେତ୍ରରେ ସଫଳ ହେବେ।
କନ୍ୟା
ଶନିକ୍ଷେତ୍ରସ୍ଥ ଚନ୍ଦ୍ର୍ର ଯୋଗୁ କୌଣସି ଠିକ୍‍ ନିଷ୍ପତ୍ତି ନେଇପାରିବେ ନାହିଁ। କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। ଅର୍ଥ ଲାଭସାଙ୍ଗକୁ କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ।
ତୁଳା
ତୁଳା
ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ବୁଦ୍ଧି ଖଟାଇ ନିରାକରଣରେ ସମର୍ଥ ହେବେ। ନିଜ ଲୋକଙ୍କ ଉପରେ ଭରସା କରି ପାରିବେ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆନୁଷ୍ଠାନିକ, ମାଙ୍ଗଳିକ କାମ କିମ୍ବା ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ।
ବିଛା
ବିଛା
ଗୁରୁତ୍ୱପୂର୍ଣ୍ଣ କାମରେ ଅବହେଳା କରି ସମାଲୋଚିତ ହେବେ। ପାରିବାରିକ ବିଶୃଙ୍ଖଳା ସାଙ୍ଗକୁ ବନ୍ଧୁଙ୍କ ଉପର ଠାଉରିଆ ସ୍ନେହ ଓ ସଦ୍‍ଭାବକୁ ଲକ୍ଷ୍ୟକରି ଆନମନା ହେବେ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା କରିବେ।
ଧନୁ
ଧନୁ
ମନଲାଖି କାମ ନ କରିପାରିବାରୁ ମନ ଭଲ ଲାଗିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ମାନସିକ ଚାପକୁ ବୃଦ୍ଧି କରିବ। ଆନୁଷ୍ଠାନିକ କାମ କିମ୍ବା ସଭାସମିତିରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ନିର୍ମାଣ, ଚୁକ୍ତିପତ୍ର, ମାଲିମକଦ୍ଦମା, ବ୍ୟବସାୟ, ଯାତ୍ରା ଓ ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ରହିବ।
ମକର
ମକର
ଗତାନୁଗତିକ କର୍ମଧାରାରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ମଧ୍ୟ ନୀରବ ରହିବାକୁ ବାଧ୍ୟହେବେ। ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇ ଅସ୍ଥିରତା ସୃଷ୍ଟି କରିପାରନ୍ତି। କୌଶଳ ପ୍ରୟୋଗ ପୂର୍ବକ ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ ା
କୁମ୍ଭ
କୁମ୍ଭ
ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନ ଉଦ୍‍ବେଗ ରହିବ ା ପୂର୍ବ ଯୋଜନାନୁଯାୟୀ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂର ଯାତ୍ରା କରିବାକୁ ପଡିପାରେ। ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରନ୍ତି। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ
ଆପଣଙ୍କ ଯୁକ୍ତିରେ ଅସନ୍ତୋଷ ପ୍ରକାଶ କଲେ ମଧ୍ୟ କୌଣସି ବ୍ୟକ୍ତି ମୁହଁ ସାମନାରେ କିଛି କହିବାକୁ ସାହସ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପୂର୍ବ ବିବାଦର ସମାଧାନ ହେବା ସାଙ୍ଗକୁ ଟେନ୍‍ସନ୍‍ ମଧ୍ୟ କମିଯିବ। ଆଜିର ଯାତ୍ରା, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ପାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ…

ରାଶିଫଳ: ସୋମବାର, ଜୁନ୍ ୨୨ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା…

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ…

ରାଶିଫଳ: ଶନିବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ ଆଜି ପୂର୍ବ ସମସ୍ୟାକୁ ଦୂରେଇ ନେଇ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସି କରାଇବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri