Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ
ପାପଗ୍ରସ୍ତ ମଙ୍ଗଳଜନିତ ସ୍ବାସ୍ଥ୍ୟ ହାନିଜନିତ ହତୋତ୍ସାହିତ ହୋଇପାରନ୍ତି। ପରିବାର ହେଉ କିମ୍ବା କର୍ମକ୍ଷେତ୍ର ହେଉ, ଆପଣ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ । ଦ୍ୱିଜା ନକ୍ଷତ୍ର ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକ ସ୍ଥିତି, ସଭା ସମିତି, ମନୋରଞ୍ଜନ, କଳା,ସାହିତ୍ୟ ସବୁ ଦିଗରୁ ଖୁସି ରହିପାରନ୍ତି।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ପାଇଁ ଆଜିର ପ୍ରତ୍ୟୁଷ ଯାତ୍ରା, ନୂତନ ବାଣିଜ୍ୟାରମ୍ଭ, ପ୍ରଶାସନିକ ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନୁକୁଳ ପରିବେଶ ସୃଷ୍ଟି ହୋଇ କାମ ହାସଲ ପାଇଁ ଖୋରାକ ଯୋଗାଇବ। କୌଣସି ଆଲୋଚନାରେ ତର୍କ ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ ।
ମିଥୁନ
ମିଥୁନ
ଅନଟନ ଦୂର ହେବ କିନ୍ତୁ ବିବାଦୀୟ ସ୍ଥିତିରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ବାକି ଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ । ବ୍ୟବସାୟ, ପରିବହନରେ କିଛିଟା ସମସ୍ୟା ଦେଖା ଦେଇପାରେ । ପୁନର୍ବସୁ ନକ୍ଷତ୍ରର ରାସ୍ତାରେ ଯିବା ସମୟରେ କୌଣସି ଅଜଣା ଲୋକ ସହ ବାକ୍‌ ବିତଣ୍ଡା ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ ।ଶିଳ୍ପ,ବାଣିଜ୍ୟ, ବ୍ୟବସାୟ,ଭ୍ରମଣ,ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ । ମଘା ନକ୍ଷତ୍ର ହଜି ଯାଇଥିବା ଜିନିଷ ପୁଣି ଫେରି ପାଇବେ, ଅବଶ୍ୟ କିଛି ସମୟ ହଇରାଣ ହେବାକୁ ପଡ଼ିବ। ପରିବହନ, ବ୍ୟବସାୟ, ନିର୍ମାଣ, ସଙ୍ଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ ।
କନ୍ୟା
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ବାଧ୍ୟ ହେବେ । ବ୍ୟବସାୟ, ପରିବହନ, ଲୋକ ସମ୍ପର୍କ, ଗଠନମୂଳକ କାମରୁ ସୁଫଳ ମିଳିବ । ପୂର୍ବାଫାଲଗୁନୀ ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ।
ତୁଳା
ତୁଳା
ମଙ୍ଗଳଙ୍କ ଅଶୁଭତ୍ୱ କାରଣରୁ ଆବଶ୍ୟକୀୟ ଟଙ୍କା ଯୋଗାଡ଼ କରିବା ସକାଶେ ବହୁତ ହଇରାଣ ହେବାକୁ ପଡ଼ିବ । ସ୍ବାତୀ ନକ୍ଷତ୍ର ସଭାସମିତି, ସାହିତ୍ୟ ଚର୍ଚ୍ଚା, ମେଳା ମହୋତ୍ସବ, ସଙ୍ଗୀତ ଆସରରେ ନିଜକୁ ସାମିଲ କରି ପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପ୍ରତି ଯୋଗିତା, ମାଲିମକଦ୍ଦମା କ୍ଷେତ୍ରରେ ଲକ୍ଷ୍ୟପୂରଣ ହୋଇପାରିବ।
ବିଛା
ବିଛା
ରବି ନକ୍ଷତ୍ରସ୍ଥ ରାଶ୍ୟାଧିପ ଯୋଗୁ କିଛି ନୂଆ କାମ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟଚର୍ଚ୍ଚା, ସଭାସମିତିରେ ଅଅପଣଙ୍କ ଅବଦାନ ରହିବ। ପାରିବାରିକ କ୍ଷେତ୍ର, ଆର୍ଥିକ ସ୍ଥିତି, ବନ୍ଧୁସମ୍ପର୍କ ଭଲ ରହିବା ସହ ଅପବ୍ୟୟ ଓ ଶତ୍ରୁତା ଦୁଃଶ୍ଚିନ୍ତାର କାରଣ ହୋଇପାରେ।
ଧନୁ
ଧନୁ
ରାଶ୍ୟାଧିପତି ସହ କେତୁ ଗ୍ରହ ଯୋଗୁ ସ୍ବାସ୍ଥ୍ୟ ସଚେତନତା ଆପଣଙ୍କ ସକାଶେ ଜରୁରୀ ହୋଇପଡ଼ିବ। କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡି ପଛରେ ଦୌଡ଼ିପାରନ୍ତି। ବ୍ୟବସାୟିକ ଦିଗଟି ମନ୍ଦ ହେବନି ଏବଂ ଯାତ୍ରା, କଳା ଓ ସାହିତ୍ୟାଦିରେ ପ୍ରଶଂସିତ ହେବେ।
ମକର
ମକର
ବିଶେଷ ଅସୁବିଧା ନ ହେଲେ ମଧ୍ୟ ରାଶିରେ ଶନି ଓ ଚନ୍ଦ୍ର ହେତୁ ଥଣ୍ଡାରୋଗ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ। ସ୍ବନକ୍ଷତ୍ରସ୍ଥ ଶୁକ୍ର ଚତୁର୍ଥ ସ୍ଥାନସ୍ଥ ଯୋଗୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ। କାର୍ଯ୍ୟରେ ପ୍ରତିବନ୍ଧକ କିମ୍ବା ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇ ପାରେ।
କୁମ୍ଭ
କୁମ୍ଭ
ଶୁକ୍ର ମିତ୍ରରାଶିରେ ରହି ଭାଗ୍ୟସ୍ଥାନକୁ ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ,ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା, ଅନୁସନ୍ଧାନରେ ଆଶାନୁଯାୟୀ ଫଳ ପାଇବେ। ଶତଭିଷା ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ, ପରିବହନ, ଭ୍ରମଣ, ସଭାସମିତି, ଆଲୋଚନା ଓ ବନ୍ଧୁ ମିଳନରୁ ଖୁସି ରହିବେ ।
ମୀନମୀନ
ବୃହସ୍ପତି ସହ କେତୁ ଓ ମଙ୍ଗଳଙ୍କ ପ୍ରଭାବରେ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ମିଥୁନସ୍ଥ ରାହୁଙ୍କ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଫଳରେ ଅଜୀର୍ଣ୍ଣ ଦେଖାଦେଇପାରେ। ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ,…

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଗତିକରିବାକୁ ପଡିପାରେ। ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି…

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଚନ୍ଦ୍ରମଙ୍ଗଳ ଯୋଗରୁ ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ। ମନ ଅସ୍ଥିର ରହିଲେ ମଧ୍ୟ ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri