ମେଷ

ଆଜି ଆପଣଙ୍କ ସକାଶେ ପାରିବେଶିକ କୁପ୍ରଭାବ ମାନସିକ ଓ ଶାରୀରିକ ଦିଗ ପାଇଁ ପ୍ରତିକୂଳ ପ୍ରଭାବ ପକାଇବ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ, ଧର୍ମୀୟ ଭାବନା, ବନ୍ଧୁମିଳନ ଓ ପ୍ରତ୍ୟୁଷ ଯାତ୍ରାରୁ ଖୁସି ରହିବେ। ପାରିବାରିକ, ପରିବହନ କ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜିପାରେ। ଭୁଲ୍ ବୁଝାମଣାରୁ ବନ୍ଧୁଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ।
ବୃଷ

କର୍ମଭାବରେ ରାହୁଙ୍କ ପ୍ରଭାବରୁ ପରିସ୍ଥିତି ଥମିବା ବଦଳରେ ଜଟିଳତା ଆଡକୁ ମୁହଁାଇପାରେ। ଅତ୍ୟଧତ୍କ ବ୍ୟୟବହୁଳତା କାରଣରୁ ଆର୍ଥିକ ଅଭାବ ଓ ଅନଟନ ମନସ୍ତାପର କାରଣ ହେବ। ପାରିବାରିକ ସମସ୍ୟା ସାଙ୍ଗକୁ ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁମିଳନର ପ୍ରୋଗ୍ରାମକୁ ଫିକା କରିଦେଇପାରେ।
ମିଥୁନ

ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ସାଙ୍ଗକୁ କଥା କହିବାର କୌଶଳରେ ବନ୍ଧୁମାନଙ୍କୁ ଆପଣାର କରିପାରିବେ। ପିଲାଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେବା ଏକପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ। ଭଲ ସମ୍ପର୍କ ନ ଥିବା ସହକର୍ମୀ ସମସ୍ୟାକୁ ବଢାଇ ଦେବେ। ଅର୍ଥ ସମ୍ପର୍କ, ବ୍ୟବସାୟ, ଆଲୋଚନା, ଆନୁଷ୍ଠାନିକ କାମରେ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ।
କର୍କଟ

ଆଜି ଚନ୍ଦ୍ରଙ୍କ ସ୍ଥିତି ଆଶା ସଫଳରେ ସାହାଯ୍ୟ କରିବ। ବନ୍ଧୁଙ୍କ ସହାୟତାରେ ନୂତନ ସମ୍ପର୍କ ସୃଷ୍ଟି ସହ ଅର୍ଥଦ୍ରବ୍ୟଲାଭର ଆଶା କରାଯାଇପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି। ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଖୁସି ରହିବେ।
ସି˚ହ

ବିଭିନ୍ନ ସମସ୍ୟା ଓ ଜଞ୍ଜାଳ ରହିଥିଲେ ମଧ୍ୟ ବନ୍ଧୁଙ୍କ ସହ ମନୋରଞ୍ଜନରେ ସମୟ କଟାଇବେ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପାରିବାରିକ ଅସ୍ଥିରତାରୁ ମାନସିକ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ, ପରିବହନ, ଜମିଜମା, କଳକାରଖାନା, ମନୋରଞ୍ଜନ କାର୍ଯ୍ୟକ୍ରମରୁ ଖୁସି ରହିବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା

କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ। ପରିସ୍ଥିତିର ବିଷମତା ହୃଦୟଙ୍ଗମ କରି ସମ୍ପର୍କୀୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ବାଣିଜ୍ୟ, ପ୍ରକାଶନ, ପ୍ରଶାସନ ଓ ଅଦାଲତରୁ ସୁଫଳ ପାଇବେ। ପାରିବାରିକ ସ୍ଥିତି ପୂର୍ବପରି ରହିଲେ ମଧ୍ୟ ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ହେବନାହିଁ।
ତୁଳା

ଆଜି ଆପଣ ହିତୈଷୀ ବନ୍ଧୁ, ଆମତ୍ୀୟ ସ୍ବଜନ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସାହାଯ୍ୟରେ କାମ ହାସଲ କରିବେ। ପରିବାର, ଯାନବାହନ ଓ ଲୋକସମ୍ପର୍କ, ଆନୁଷ୍ଠାନିକ କାମ ପାଇଁ ପ୍ରତିକୂଳ ପରିସ୍ଥିତି ଆସିପାରେ। ରପ୍ତାନି ବାଣିଜ୍ୟରେ ଉନ୍ନତି କରିବା ସହ ମାଲିମକଦ୍ଦମାର ରାୟ ସପକ୍ଷରେ ଯିବାର ସୂଚନା ରହିଛି।
ବିଛା

ଈର୍ଷାକରୁଥିବା କୌଣସି ବ୍ୟକ୍ତିଙ୍କ କୁମନ୍ତ୍ରଣାରେ ଭଲ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ମଧ୍ୟ ଭଲ ରହିବ ନାହିଁ ଏବଂ ପ୍ରାପ୍ୟଧନ ସକାଶେ ପ୍ରତିରୋଧ ଆସିବ। ବନ୍ଧୁମିଳନ, ନୂତନ କର୍ମାରମ୍ଭ, ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ କୌଣସି ଅସୁବିଧା ହେବନାହିଁ।
ଧନୁ

ମନକଥାକୁ ମନ ଭିତରେ ସାଇତି ରଖି ପରିସ୍ଥିତି ଅନୁସାରେ କାମକରିବା ସକାଶେ ବାଧ୍ୟହେବେ। ଅର୍ଥ ସଂଗ୍ରହରେ ତପତ୍ରତା ବଢିବା ସାଙ୍ଗକୁ ପ୍ରତିଦ୍ୱନ୍ଦ୍ୱିତାରେ ଆଗୁଆ ରହିବା ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ସହିତ ଦୈହିକ ଦୁର୍ବଳତା କାମ କରିବାରେ ନିରୁତ୍ସାହତା ସୃଷ୍ଟିକରିବ।
ମକର

ଭୁଲ୍ ବୁଝାମଣାରୁ ପରିବାରରେ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପଡ଼ୋଶୀଙ୍କ ପରୋକ୍ଷ ଶତ୍ରୁତା ଜନିତ କର୍ମକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟିର ଆଶଙ୍କା ରହିଛି। ବ୍ୟବସାୟିକ ସ୍ଥିତିରେ କ୍ଷତିର ଭରଣା କରିବା ଦିଗରେ ଚିନ୍ତାବ୍ୟକ୍ତ କରିବେ। କିନ୍ତୁ ଉଚ୍ଚଶିକ୍ଷା, ପରୀକ୍ଷା, ସନ୍ତାନ, ଲେଖାପଢା, ଆଲୋଚନା ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହେବେ।
କୁମ୍ଭ

କ୍ରନିକ୍ ରୋଗ, ବଢି ଚାଲିଥିବା ଋଣ ଓ ବନ୍ଧୁଙ୍କ ବିରୁଦ୍ଧାଚରଣଜନିତ ଲାଭକ୍ଷତିର ହିସାବ ନିକାଶ କରିପାରନ୍ତି। ପରିବାର ଭିତରେ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ର, ବ୍ୟବସାୟ, ସଭାସମିତି, ସାହିତ୍ୟ, ନୃତ୍ୟାଦି କ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ପାଇବେ।
ମୀନ
ସମୟୋଚିତ ନିଷ୍ପତ୍ତି ନେଇ କର୍ମକ୍ଷେତ୍ର ସମସ୍ୟା ସମାଧାନରେ ସଫଳ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ୍ କମିଯିବ ଏବଂ କୌଣସି କାମ ମଧ୍ୟ ଅଟକି ରହିବନାହିଁ। ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ସମସ୍ୟା ଆସିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.