Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୯ ତାରିଖ – Daily Horoscope

ମେଷ
ଅର୍ଥ ସମ୍ପର୍କକୁ କେନ୍ଦ୍ର୍ରକରି ବନ୍ଧୁ ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟରେ କେତେକ ସମସ୍ୟା ହଠାତ୍‌ ଦେଖାଯିବା କାରଣରୁ ସ୍ଥଗିତ ରହିପାରେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା, ମାଲିମକଦ୍ଦମା ସମ୍ବନ୍ଧୀୟ ଦୁଶ୍ଚିନ୍ତା ଲାଗିରହିବ। ସମ୍ପର୍କୀୟଙ୍କ ଉପରେ ଭରସା କରି କେଣସି କାମ କରିପାରିବେ ନାହିଁ।
ବୃଷ
ବୃଷ
କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ରୋହିଣୀ ନକ୍ଷତ୍ର କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ସମ୍ମାନିତ ହୋଇପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପାଖ ପଡ଼ୋଶୀମାନେ ସହାୟତା ଆଶା କରିପାରନ୍ତି। ସଙ୍ଗୀତ କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ଆଜି ପୁନର୍ବସୁ ନକ୍ଷତ୍ରର ଆକସ୍ମିକ ଦୂରଯାତ୍ରା ସାଙ୍ଗକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଆତ୍ମୀୟଙ୍କ ଆହ୍ବାନରେ ମନୋରଞ୍ଜନ ସକାଶେ ମନ ବଳାଇ ପାରନ୍ତି। ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ଅଯଥା ଦୋଷାରୋପ କରି ସମସ୍ୟାକୁ ବଢାଇଦେବେ। ପରିବାର ଭିତରେ ପୁରୁଣା କଥାକୁ ବେଶି ଦୋହରାଇଲେ କଳହ ଲାଗିପାରେ।
କର୍କଟ
କର୍କଟ
ପ୍ର୍ରତ୍ୟେକ ପରିସ୍ଥିତିକୁ ସଜାଡି ନେବାର କଳା, କୌଶଳରୁ କାମ ହାସଲ କରିପାରିବେ। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିପାରନ୍ତି। ପୁଷ୍ୟା ନକ୍ଷତ୍ରର ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହେବ।
ସି˚ହ
ସି˚ହ
ଆଜି ସକାଳୁ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇ ପାରନ୍ତି। ଉତ୍ତରାଫାଲଗୁନୀ ନକ୍ଷତ୍ର ମାତ୍ରାଧିକ ଭ୍ରମଣ ଓ କାମର ଚାପ ବ୍ୟଥିତ କରିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜର କାମଟି ଅଟକି ରହିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
କନ୍ୟା
ଆଜି ହସ୍ତା ନକ୍ଷତ୍ରର ପରିବାର, ଲୋକସମ୍ପର୍କ, ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତା ଅନୁଭବ କରି ଗୃହୋପକରଣ କ୍ରୟ ଯୋଜନା କରିବେ। ବନ୍ଧୁଙ୍କ କଥାରେ ପଡ଼ି ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ସାମୂହିକ କାମରେ ପଡ଼ୋଶୀ ସାହାଯ୍ୟ ପାଇଁ ଆଗେଇ ଆସିବେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ପାରିବାରିକ ଅଶାନ୍ତି ଲାଗିରହିବା କାରଣରୁ ମନ ଭଲ ରହି ନ ପାରେ। ଅନ୍ୟମାନଙ୍କ ସକାଶେ ଯେତେ ଭଲ କାମ କଲେ ସୁଦ୍ଧା ପର କଥା ଶୁଣି ସେମାନେ ଆପଣଙ୍କଠାରୁ ଦୂରେଇ ରହିପାରନ୍ତି। ବାଣିଜ୍ୟ, ଶିଳ୍ପ ଓ ପରିବହନରେ ସମସ୍ୟା ସମାଧାନ ହୋଇପାରେ। ଭ୍ରମଣ ଅବକାଶରେ ଖର୍ଚ୍ଚାନ୍ତ ହୋଇପାରନ୍ତି।
ବିଛା
ବିଛା
ବିଭିନ୍ନ ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ରାଜନୀତି, ପ୍ରଶାସନିକ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇପାରିବେ। ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳତା ଦୂରେଇ ଯାଉଥିବା ଅନୁଭବ କରି ଆଶାବାଦୀ ହେବେ। ଦୀର୍ଘ ଦିନର ଅପେକ୍ଷା ପରେ ସାଙ୍ଗଙ୍କ ସାହାଯ୍ୟରେ ବକେୟା ଆଦାୟ କରିପାରିବେ। କ୍ରନିକ୍‌ ରୋଗ ସକାଶେ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। ପୂର୍ବାଷାଢ଼ା ନକ୍ଷତ୍ରର ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମକର
ମକର
ବନ୍ଧୁଙ୍କ ସହାୟତାରେ ପାରିବାରିକ ଅସୁବିଧାକୁ ସୁଧାରି ନେବାର ପ୍ରଯତ୍ନ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭ ନ ହୋଇପାରେ। ଉପରିସ୍ଥଙ୍କ ହସ୍ତକ୍ଷେପ ଫଳରେ ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟା ସମାଧାନ ହୋଇଯିବ। ଶ୍ରବଣା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଶତଭିଷା ନକ୍ଷତ୍ର କୌଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।
ମୀନମୀନ

ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ଦିନଟି ବହୁତ ଭଲ ରହିବ। ମିତ୍ରତା ବୃଦ୍ଧି, କାର୍ଯ୍ୟ ସଫଳ, କଳା, ସାହିତ୍ୟ, ସଙ୍ଗୀତରେ ପ୍ରତିଷ୍ଠାଲାଭର ସମ୍ଭାବନା ରହିଛି। ପ୍ରଶାସନିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପକୁ ଯଥା ସାଧ୍ୟ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ନିର୍ମାଣାଧୀନ କାମର ଜଞ୍ଜାଳ ହେତୁ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?