Posted inRasifala

ରାଶିଫଳ: ଶନିବାର, ଜୁନ ୮ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ମନ ଭିତରେ ଦୁଃଖ ଭରି ରହିଥିଲେ ମଧ୍ୟ ପାରିବାରିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ।
ବୃଷ
ବୃଷ
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନକରି ଏକ ପ୍ରକାର ଆଶ୍ୱସ୍ତି ଅନୁଭବକରିବେ। ପରିବାରରେ ସ୍ନେହ, ସଦିଚ୍ଛା ଓ ସମ୍ମାନର ଅଭାବ ସାମୟିକ ମନରେ ବହୁତ କ୍ଷୋଭ ଆଣିପାରେ ା ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ା ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଅନ୍ୟଥା ପରକ୍ଷଣରେ ବେଶି ଚିନ୍ତା କରିବାକୁ ପଡ଼ିବ।
ମିଥୁନ
ମିଥୁନ
ପାରସ୍ପରିକ ଯୁକ୍ତିତର୍କ କାରଣରୁ ପାରିବାରିକ କ୍ଷେତ୍ରରେ ଟେନ୍‌ସନ କିିଛି ମାତ୍ରାରେ ଲାଗିରହିବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସବୁ କିଛି ବିଗିଡ଼ିଯାଉଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ । ପୁନର୍ବସୁ ନକ୍ଷତ୍ର ପାଇଁ ପରୋକ୍ଷ ଶତ୍ରୁତା ପ୍ରତ୍ୟେକ କ୍ଷେତ୍ରରେ ସଙ୍କଟଜନକ ସ୍ଥିତିକୁ ନେବାରେ ମୁଖ୍ୟ ଭୂମିକା ସାଜିପାରେ।
କର୍କଟ
କର୍କଟ
ପରିସ୍ଥିତି ବିଶେଷ ଅନୁକୂଳ ରହିବା କାରଣରୁ ମାନସିକ ସ୍ତରରେ ଉତ୍ସାହିତ ରହିବେ। କିନ୍ତୁ ଅଶ୍ଳେଷା ନକ୍ଷତ୍ର ସକାଶେ ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ ା ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅଚାନକ ସମସ୍ୟା ସୃଷ୍ଟି ହୋଇପାରେ ା
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ବୁଝାଇ ସୁଝାଇ କାମ ହାସଲ ପାଇଁ ଚେଷ୍ଟାକଲେ ହୁଏତ କେତେକାଂଶରେ ଉପକୃତ ହୋଇପାରିବେ ା ବୁଝାମଣାର ଅଭାବ କିମ୍ବା ପକ୍ଷପାତିତା କାରଣରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ସାମାଜିକ ସ୍ତରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।
କନ୍ୟା
ଭାଗ୍ୟସ୍ଥାନ ପ୍ରତି ଗୁରୁଦୃଷ୍ଟି କାରଣରୁ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମଗୁଡ଼ିକୁ ସମ୍ପନ୍ନ କରିପାରିବେ ା କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡ଼ିପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବା ସୂଚନା ରହିଛି ା
ତୁଳା
ତୁଳା
କୌଣସି ପ୍ରକାର ସାହାଯ୍ୟ, ସହଯୋଗ ନ ପାଇଲେ ମଧ୍ୟ ନିଜର ଆମତ୍ବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ। ଦୀର୍ଘ କେତେଦିନ ହେଲା ଲାଗି ରହିଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ମଧ୍ୟ ହୋଇଯିବ। ପଡ଼ୋଶୀମାନେ ନିଜର ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି।
ବିଛା
ବିଛା
ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ, କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ ା ବନ୍ଧୁମାନଙ୍କ ଆଦର, ଗୌରବରେ ନିଜର ଅତୀତ ଦୁଃଖକୁ ସାମୟିକ ଭାବରେ ପାସୋରି ଦେଇପାରନ୍ତି। ସଭାସମିତି, ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ ା
ଧନୁ
ଧନୁ
ଧୀରେ ଧୀରେ ପୂର୍ବ ସମସ୍ୟା ବଦଳିଯାଇ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସି ରହିବେ। ପ୍ରଶାସନିକ ସ୍ତରରେ କିମ୍ବା ଅଫିସ୍‌ କାମରେ ଟେନ୍‌ସନ ବଢ଼ିପାରେ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟର ଆଶଙ୍କା ରହିଛି। ଆକସ୍ମିକ ଦୂରଯାତ୍ରା,ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ।
ମକର
ମକର
ବନ୍ଧୁମାନଙ୍କ ସହଯୋଗକ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯାଇପାରନ୍ତି।
କୁମ୍ଭ
କୁମ୍ଭ
ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁ ମାନସିକ ସ୍ତରରେ ବିଚଳିତବୋଧ କରିବେ। ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। କଚେରି ମାମଲା, ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ମୀନମୀନ
ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବା ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ବ୍ୟୟ ଭାର କ୍ରମଶଃ କମି ଆସିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଶୀଘ୍ର ଶୀଘ୍ର କାମ ଶେଷ କରିବା ପାଇଁ ବ୍ୟସ୍ତ ହୋଇପଡ଼ିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri