Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୧୯ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ଯୁକ୍ତ ଚନ୍ଦ୍ର ପ୍ରଭାବରେ ଆପଣଙ୍କ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ବୃଦ୍ଧି କରିବ। ଯେ କୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଚଳାଇ ନେଇପାରିଲେ କୃତକାର୍ଯ୍ୟ ହେବେ। ଅପରାହ୍ନେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡିପାରେ।
ବୃଷ
ବୃଷ
ରାଶିରେ ଶୁଭଗ୍ରହ ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ତଥାପି ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି। ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିପାରିବେ।
ମିଥୁନ
ମିଥୁନ
ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ ସେହିକଥା ଭାବି ଭାବି ଅନ୍ୟମନସ୍କ ରହିପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
ଭାଗ୍ୟସ୍ଥ ମଙ୍ଗଳଜନିତ ନିଜର ଦକ୍ଷତା ହେତୁ ଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ବିତ ମନେ କରିବାର ସୁଯୋଗ ଲାଭ କରିବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା ଦିଗରେ ନିଜର ଅଭିଜ୍ଞତା ଓ ଦୂରଦର୍ଶିତା ଆପଣଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ସି˚ହ
ସି˚ହ
ବ୍ୟୟାଧିପଙ୍କ ବ୍ୟୟଭାବନାରୁ ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମାନସିକ ସ୍ଥିରତା ରହି ନ ପାରେ। ସାଧାରଣ ଭଲ କଥା କହିଲେ ମଧ୍ୟ ଭୁଲ୍‌ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି। ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ।
କନ୍ୟା
ଅତୀତର କେତେକ ଘଟଣା ମନକୁ ବାରମ୍ବାର ଆଲୋଡ଼ନ କରିବା ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ। ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ।
ତୁଳା
ତୁଳା
ରବି ଓ ବୁଧ ହେତୁ କର୍ମକ୍ଷେତ୍ରରେ କେତେକ କାର୍ଯ୍ୟରେ ସଫଳତା ହାସଲ କରିବାରେ ନିକଟସ୍ଥ ବନ୍ଧୁମାନେ ସାହାଯ୍ୟ କରିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଅଫିସରେ ଅଫିସରମାନଙ୍କ ସହ ମତଦୈଧ କିମ୍ବା ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ସପ୍ତମ କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରେ ଆପଣଙ୍କର ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ,ଫଳରେ ସାଧାରଣ ଆଶ୍ୱସ୍ତି ଅନୁଭବ କରିବେ। ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସୂଚନା ରହିଛି।
ଧନୁ
ଧନୁ
ରାହୁଙ୍କ କୌଶଳ କ୍ଷମତାରୁ ନିଜ ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସ୍‌ରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ।
ମକର
ମକର

ଗୁରୁ କ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁଁ ନିଜର ସମ୍ପର୍କୀୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବହୁତ ଦିନରୁ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇଲେ ମଧ୍ୟ ସାମୟିକ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି।

କୁମ୍ଭ
କୁମ୍ଭ
ମୁଖ ଭାବସ୍ଥ ମଙ୍ଗଳ ଯୋଗୁ ସତ୍ୟ ଓ ସଚ୍ଚୋଟ କଥା ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରିବେ। ବାଣିଜ୍ୟ, ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଏବଂ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ। ପରିବାରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମୀନମୀନ

କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସାମାଜିକ ସ୍ତରରେ ନୀଚ୍ଚ ବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବହୁତ ଖଟଣୀ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧ ଦୂରେଇ ଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri