Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ
ଆଜି ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ଯଦିଓ ବିଶେଷ କିଛି ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ଉଚ୍ଚାବସ୍ଥାନ ଶନିଙ୍କ ସୁପ୍ରଭାବରୁ ଅଟକି ରହିଯାଇଥିବା କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ।
ବୃଷ
ବୃଷ
ପ୍ରତ୍ୟେକ କାମ ଖର୍ଚ୍ଚାନ୍ତ ହୋଇ କରିବାକୁ ପଡିବ। ରାଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଗୃହ ନିର୍ମାଣ କିମ୍ବା ଆନୁଷ୍ଠାନିକ କାମରେ ଲିପ୍ତ ରହିବା ହେତୁ ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ। ପାରିବାରିକ କ୍ଷେତ୍ରରେ ଏମିତି କେତେକ କଥା ରହିଛି, ଯାହାକୁ କି କହିପାରିବେ।
ମିଥୁନ
ମିଥୁନ
ସାହାଯ୍ୟ ଓ ସହାନୁଭୂତିର ସୁଯୋଗ ଲାଭ କରିବା ସଙ୍ଗକୁ ଅନ୍ୟମାନଙ୍କର ମାର୍ଗଦର୍ଶକ ହେବେ। କାରଣ ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ, କେତେକ ବନ୍ଧୁମାନଙ୍କ ସାହାଯ୍ୟରେ ଆଜି ତାହା ସୁବିଧାରେ ହୋଇଯିବ। ଅଫିସରେ ଅଟକି ରହିଥିବା କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ, ତଥାପି ବିଶେଷ କିଛି ଅସୁବିଧା ହେବ ନାହିଁ। ବନ୍ଧୁଙ୍କ ପକ୍ଷପାତିତାକୁ ଦେଖି ମଧ୍ୟ ନ ଦେଖିଲା ପରି ରହିବା କାରଣରୁ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ। ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାରର ଅସୁବିଧା, ପ୍ରତିବନ୍ଧକ ସୃଷ୍ଟି ହେବନାହିଁ।
ସି˚ହ
ସି˚ହ
ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ପୁନଶ୍ଚ ଜମିଜମା, ଯାନବାହନ, ଦିଆନିଆ ପ୍ରଭୃତିକୁ କେନ୍ଦ୍ରକରି ବିତର୍କ ଦେଖାଦେବ। ମାନସିକ ଚାପଗ୍ରସ୍ତରୁ କିଛିଟା ହଇରାଣ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ମଧ୍ୟରେ ହିଁ ରହିବାର ଆଶା କରାଯାଇପାରେ।
କନ୍ୟା
ଅଷ୍ଟମାଧିପତିଙ୍କ କୁପ୍ରଭାବରେ ସାଧାରଣ କଥାରେ କଳହ ଲାଗିବାର ଆଶଙ୍କା ରହିଛି। ଆଜିର ପରିସ୍ଥିତିରେ ବନ୍ଧୁମାନଙ୍କ ନିକଟରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବ ନାହିଁ। ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇଥିଲେ ଆଜି ତାହା କରିବା କାରଣରୁ ମନ ଖୁସୀ ରହିବ।
ତୁଳା
ତୁଳା
ଆଜି ଶୁକ୍ରଙ୍କ ଦୁର୍ବଳତା କାରଣରୁ ଦୁର୍ବଳତାଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସାଧାରଣ କଥାକୁ ନେଇ ଯୁକ୍ତିତର୍କ ଲାଗିପାରେ ଫଳରେ ମଧ୍ୟାହ୍ନରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ।
ବିଛା
ବିଛା
ହାତରେ ବହୁତ କାମ ଥିଲେ ମଧ୍ୟ ଅବହେଳା ଓ ନିରୁତ୍ସାହିତ ହୋଇ କୌଣସି କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବା କାରଣରୁ କ୍ଷୁବ୍ଧ ହୋଇପାରନ୍ତି। ଅଦାଲତ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଧନୁ
ଧନୁ
ସ୍ଥିରତା ଅବଲମ୍ବନ ପୂର୍ବକ ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରିପାରିଲେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଉପରିସ୍ଥ ଅଫିସରଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ ଓ ପରେ ମନସ୍ତାପ କରିବେ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର

ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ ବଦଳରେ କୁତ୍ସାରଟନା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ। ବନ୍ଧୁଙ୍କ ନିକଟରୁ ଶ୍ରଦ୍ଧା ଓ ସମ୍ମାନ ପାଇ ସାମୟିକ ଦୁଃଖକୁ ଭୁଲିଯାଇପାରନ୍ତି।

କୁମ୍ଭ
କୁମ୍ଭ
ଦିନଟିରେ ଅର୍ଥର ଅଭାବ, ଋଣ କିମ୍ବା ପୂର୍ବର ଶତ୍ରୁତା କୁ ନେଇ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ। କେତେକ ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ମୀନମୀନ

ଗୋଟିଏ ସମସ୍ୟା ଶେଷ ନ ହେଉଣୁ ଅନ୍ୟ ଏକ ସମସ୍ୟାରେ ମନ ପୂରାପୂରି ଭାରାକ୍ରାନ୍ତ ରହିବ। ଆଜି ଦିନଟିରେ ଆର୍ଥିକ ଦୃଷ୍ଟି କୋଣରୁ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri