Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରି ୩ ତାରିଖ – Daily Horoscope

ମେଷ
ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ କରାଇ ପାରିବାରିକ ଅଶାନ୍ତି ସୃଷ୍ଟିକରିବ। ଉଚ୍ଚାରୋହୀ ଧନାଧିପତିଙ୍କ ସୁପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ସଫଳତା, ପରିବହନରେ ଉନ୍ନତି ଓ ଆନୁଷ୍ଠାନିକ କାମରେ ନିୟୋଜିତ କରାଇପାରନ୍ତି। କର୍ମାଧିପତି ଗୁରୁକ୍ଷେତ୍ରସ୍ଥ ହୋଇ ନୂତନ ଯୋଜନାରମ୍ଭକୁ ଅଗ୍ରାଧିକାର ଦେବେ।
ବୃଷ
ବୃଷ
ଏକାଦଶସ୍ଥ ଚନ୍ଦ୍ର ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରିବ। କର୍ମାଧିପତି ଶନି ସ୍ବଭାବକୁ ଦେଖୁଥିବାରୁ ବହୁତ ଦିନରୁ ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ, ନିର୍ମାଣ, ଶିଳ୍ପ, ବାଣିଜ୍ୟ, ଏଜେନ୍ସିପ୍‌, ବୀମା, ଶେୟାର ବଜାର ଦିଗରୁ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ଗ୍ରହସ୍ଥିତିର କୁପରିଣାମଜନିତ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ ହେବା କଷ୍ଟକର ହୋଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି। କଳା, ସାହିତ୍ୟ,ସଙ୍ଗୀତ, ଚଳଚ୍ଚିତ ତଥା ରାଜନୀତି, ସଙ୍ଗଠନ, ଭ୍ରମଣ, ସଭା ସମିତିକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
କର୍କଟ
କର୍କଟ
କର୍ମାଧିପତି ମଙ୍ଗଳ ରାଶ୍ୟାଧିପ ଚନ୍ଦ୍ରଙ୍କ ଏକାଦଶସ୍ଥ ଯୋଗୁ ଅତ୍ୟଧିକ ଭାବ ପ୍ରବଣତାଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଉଚ୍ଚଶିକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ସମସ୍ୟା ସମାଧାନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ବାକ୍‌ ଅସଂଯମତା ଯୋଗୁ ସହକର୍ମୀ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ବ୍ୟୟସ୍ଥାନକୁ ଶୁକ୍ର ଅବଲୋକନ କରୁଥିବାରୁ ଭୋଗବିଳାସ ପ୍ରତି ଆଗ୍ରହୀ ହେବେ। ମୂଲ୍ୟବାନ ଦ୍ରବ୍ୟ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବା ପାଇଁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନୀଭୂତ ହୋଇପାରେ। ପରିବହନ, ବାଣିଜ୍ୟ, ନିର୍ମାଣାଦି କାମରେ ଉନ୍ନତି ଘଟିବାର ସମ୍ଭାବନା ରହିଛି।
କନ୍ୟା
ଶନି କ୍ଷେତ୍ରସ୍ଥ ଶୁକ୍ର ଏକାଦଶାଧିପତି ଯୁଚ୍ଛ ହୋଇ ବ୍ୟୟଭାବକୁ ଦେଖୁଥିବାରୁ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିଯିବ। ପ୍ରତୀକ୍ଷା କରିଥିବା କୌଣସି ଖବର ସରକାରୀ ସ୍ତରରୁ ପାଇ ବିସ୍ମୟ ପ୍ରକାଶ କରିବେ। କ୍ରୀଡ଼ା,ଚଳଚ୍ଚିତ୍ର, ସାହିତ୍ୟ, କଳା,କାରିଗରି କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ଖରାପ ରହିଥିବା କାରଣରୁ ମନ ସ୍ଥିର ରହିବ ନାହିଁ।
ତୁଳା
ତୁଳା
ପାପଗ୍ରହ ଦୃଷ୍ଟି ବିବର୍ଜିତ କର୍ମାଧିପତି ପ୍ରଭାବରେ ନିଜ ମନ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ, ସଭାସମିତିରେ ଗଠନମୂଳକ ପ୍ରସ୍ତାବ ପ୍ରଦାନ କରି ପ୍ରଶଂସିତ ହେବେ। ଯାତ୍ରା ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅସୁସ୍ଥତା କାରଣରୁ କେତେକ କାମ ଝୁଲନ୍ତା ଅବସ୍ଥାରେ ଅଟକି ରହିଯିବାର ଆଶଙ୍କା ରହିଛି।
ବିଛା
ବିଛା
ଆଜିର ଦିନଟି ସବୁ ଦିଗରୁ ଶୁଭଫଳ ପ୍ରଦାନ କରିବ। ଯାହା ଇଚ୍ଛା କରିବେ ତାହା ପାଇବେ ଏବଂ ନିଜ ପରିବେଶରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ। ବିଶାଖା ନକ୍ଷତ୍ରର ସ୍ବାଧୀନ ମନୋବୃତ୍ତି ବାଧାପ୍ରାପ୍ତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଅଫିସିଆଲି କାମରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ କୌଣସି ଦୂର ସମ୍ପର୍କୀୟ ବନ୍ଧୁଙ୍କ ଦର୍ଶନରେ ମନ ଖୁସୀ ରହିବ। ନିଜ ପରିସରରେ ଦେଖେଇ ଶିଖେଇ କହୁଥବା ନିକଟ ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ମକର
ମକର
ଦ୍ୱାଦଶ ଭାବରେ ଏକାଧିକ ଗ୍ରହ ଆପଣଙ୍କୁ ବିଭିନ୍ନ ଦୁଃଶ୍ଚିନ୍ତା ଜନିତ ଅସ୍ଥିରତା ଓ ଅନିଦ୍ରା ରଖିପାରେ। ବନ୍ଧୁଙ୍କ ଅନୁପସ୍ଥିତି, ଆଳସ୍ୟ ଓ ଅବହେଳା ଜନିତ ପରିବାରରେ ମନାନ୍ତର ସୃଷ୍ଟି ହେବ। ଅର୍ଥ ସାହାଯ୍ୟ ପାଇବେ ଓ ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୌ ଅଟକିବ ନାହିଁ। ସଭା ସମିତି, ନିର୍ମାଣ ଓ ପରିବହନ ସକାଶେ ଦିନଟି ଅନୁକୂଳ ରହିବ।
କୁମ୍ଭ
କୁମ୍ଭ
ଆଜି ଆପଣ ଯେକୌଣସି ପରିସ୍ଥିତିର ସାମ୍‌ନା କଲେ ମଧ୍ୟ କେବଳ ମିଠା କଥାରେ ଅନ୍ୟମାନଙ୍କୁ ବୁଝାଇବାରେ ସମର୍ଥ ହେବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା ପ୍ରଭୃତିରେ ଆପଣଙ୍କ ସପକ୍ଷରେ ଯିବାର ପୂର୍ଣ୍ଣଅନୁକୂଳ ସ୍ଥିତି ରହିଛି। ସାମୟିକ ଭାବରେ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ।
ମୀନମୀନ
ଆପଣଙ୍କ ସମ୍ମୁଖରେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରହିବା ଭଲ ହେବ। ରପ୍ତାନି ବାଣିଜ୍ୟ, ପ୍ଲଟିଙ୍ଗ କାରବାର,ଧାତୁ ଅଳଙ୍କାର, କୁଟୀରଶିଳ୍ପ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅନୁକୂଳ। ରାଜନୀତି, ସଂଗଠନ, କଳା, ସାହିତ୍ୟ, ଚଳଚ୍ଚିତ୍ର ପ୍ରଭୃତିରେ ଉଚ୍ଚମାନର ଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri