Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରି ୧୦ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରି ଆପଣଙ୍କ ଚେଷ୍ଟା ଓ କର୍ମାନୁସରି ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରିବେ। ଆଶଙ୍କା ଥିଲେ ହେଁ ସାହାଯ୍ୟ, ସହଯୋଗ ଲାଭକରି କାମ ହାସଲରେ ସମର୍ଥ ହେବେ। କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ସଫଳତା ସାଙ୍ଗକୁ ଯାନବାହନ, ନିର୍ମାଣ, ଘର ସାଜସଜ୍ଜା କାମରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।
ବୃଷ
ବୃଷ
ଧନ ସ୍ଥାନରେ ତୃତୀୟାଧିପତି ଯୋଗୁ ବିଭିନ୍ନ ପ୍ରକାରର ମନଗଢା ଲୋଭନୀୟ ପ୍ରତିଶ୍ରୁତିଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରିବେ। ପାରିବାରିକ ଓ କର୍ମକ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଏଜେନ୍ସିପ୍‌, ପ୍ରକାଶନ, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିବ।
ମିଥୁନ
ମିଥୁନ
ଶୁକ୍ର ଭାଗ୍ୟସ୍ଥ ଓ ରାଶିରେ ବଳବାନ୍‌ ରାହୁଙ୍କ ସ୍ଥିତି ହେତୁ କୌଶଳର ସହ ସ୍ଥଗିତ କାମଗୁଡିକୁ ସମ୍ପାଦନ କରିପାରିବେ। ସଭାସମିତିରେ ବିଶିଷ୍ଟବ୍ୟକ୍ତିମାନଙ୍କର ସାନ୍ନିଧ୍ୟ ଲାଭ କରିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ନିଜର ପତିଆରା ଜାହିରକରି ସଫଳ ହେବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ପରିମାଣ ବଢିଯିବ।
କର୍କଟ
କର୍କଟ
ଦ୍ୱାଦଶଭାବକୁ ଗ୍ରହଙ୍କ ଦୃଷ୍ଟି ପ୍ରଭାବରେ ଆପଣ ଖର୍ଚ୍ଚାନ୍ତ ହୋଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇପାରନ୍ତି। କର୍ମକ୍ଷେତ୍ର, ପ୍ରଶାସନିକ ସ୍ତରରେ ଉଚ୍ଚପଦବୀ, ସମାଜରେ ପ୍ରତିଷ୍ଠା, ବନ୍ଧୁବର୍ଗରେ ଆଦର ସମ୍ମାନ ପ୍ରାପ୍ତି ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ଅନଟନ କିମ୍ବା ତତ୍‌ ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେବାର ସୂଚନା ରହିଛି।
ସି˚ହ
ସି˚ହ
କର୍ମାଧିପ କେନ୍ଦ୍ରସ୍ଥ ଯୋଗୁ ଆପଣଙ୍କ କୌଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ। କିନ୍ତୁ ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଭିତରେ ଭିତରେ ଚେର କାଟିଲା ଭଳି କାମ କରିପାରନ୍ତି। ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ବ୍ୟବସାୟିକ ସମ୍ପର୍କ, ଗବେଷଣା, ଅନୁସନ୍ଧାନ ଓ ବିଦେଶଯାତ୍ରାର ସୁଯୋଗ ପାଇବାର ସମ୍ଭାବନା ରହିଛି।
କନ୍ୟା
ମିତ୍ରଗୃହୀ ଧନାଧିପତି ଯୋଗୁ ଅର୍ଥଲାଭ ସାଙ୍ଗକୁ ବନ୍ଧୁଙ୍କ ସହ ସଦ୍‌ଭାବ ବୃଦ୍ଧି ମନରେ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟି କରିବ।  ପାରିବାରିକ ସମସ୍ୟା, ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା, ଅଧ୍ୟାପନା ଓ ବିଦେଶ ଯାତ୍ରାରେ ସଫଳତା ହାସଲ କରିବେ। କଳା, କାରିଗରି, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ସମାରୋହ ପ୍ରଭୃତି କ୍ଷେତ୍ରରେ ସଫଳତା ଅର୍ଜନ କରିବେ।
ତୁଳା
ତୁଳା
ମଙ୍ଗଳ ସ୍ବକ୍ଷେତ୍ରବର୍ତ୍ତୀ ହୋଇ ଅର୍ଥ ଓ ଭୂସମ୍ପତ୍ତି ପ୍ରାପ୍ତି, ବିବାଦରେ ବିଜୟ, ଦୂରଯାତ୍ରା, ଧୈର୍ଯ୍ୟର ସହ ବିଭିନ୍ନ ସମସ୍ୟାର ସମାଧନ କରିବାରେ ସମର୍ଥ ହେବେ। ପ୍ରଶାସନିକ ସ୍ତର, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସୁଫଳ ପ୍ରଦାନ କରିବେ। ପରିବହନରେ ଝଗଡ଼ା, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା, ଆନୁଷ୍ଠାନିକ କ୍ଷେତ୍ରର ବ୍ୟତିକ୍ରମକୁ ସୁଧାରି ନେଇପାରନ୍ତି।
ବିଛା
ବିଛା
ଅଭାବ ଅସୁବିଧା ନ ଥିଲେ ମଧ୍ୟ ପାପଯୁକ୍ତ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟି କରିବ। ବ୍ୟବସାୟ ଓ ପରିବହନରେ ଝଗଡ଼ାର ଆଶଙ୍କାକୁ ଏଡ଼ାଇହେବ ନାହିଁ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ସମୟ ଅତିବାହିତ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଆଇନ ଅଦାଲତରେ ସଫଳତା ହାସଲ କରିବେ।
ଧନୁ
ଧନୁ
ରାଶ୍ୟାଧିପତି ସ୍ବେକ୍ଷତ୍ରସ୍ଥ ହୋଇ ଏକାଧିକ ଗ୍ରହ ସଙ୍ଗତ୍ୱ ଯୋଗୁ ଆନୁଷ୍ଠାନିକ କାମ, ଗଠନମୂଳକ କାର୍ଯ୍ୟ ଓ ରାଜନୈତିକ ସ୍ଥିତି ବେଶ୍‌ ଅନୁକୂଳ ରହିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିଲେ ମଧ୍ୟ ସମୟାନ୍ତରରେ ସମାଧାନ ହୋଇଯିବ। ଶେୟାରବଜାର, ପ୍ରକଳ୍ପ କାମ, ରପ୍ତାନି ବ୍ୟବସାୟ କ୍ଷେତ୍ର ସନ୍ତୋଷଜନକ ରହିବ।
ମକର
ମକର
ଏକାଦଶସ୍ଥ ମଙ୍ଗଳ ଓ ଧନଭାବସ୍ଥ ଶୁକ୍ର ହେତୁ କୌଣସି ଅଭାବ, ଅସୁବିଧା ରହିବ ନାହିଁ। ପାରିବାରିକ ଜୀବନ, ସାମାଜିକ ସ୍ଥିତି, ଯାନବାହନ, ଲୋକସମ୍ପର୍କ କ୍ଷେତ୍ର ବହୁତ ଭଲ ରହିବ। ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗର ଆବଶ୍ୟକତା ଅନୁଭବ କରିପାରନ୍ତି। ପୂର୍ବପରିକଳ୍ପିତ ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ଦୈହିକ ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବୃତ୍ତି, ବାଣିଜ୍ୟ, କର୍ମକ୍ଷେତ୍ର ଓ ଲୋକ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ସାମାଜିକ ସ୍ଥିତି ଦୁର୍ବଳରୁ ଦୁର୍ବଳତର ହୋଇପାରେ। ମାଲିମକଦ୍ଦମା, ପ୍ରଶାସନିକ ସ୍ତରରେ, କଳା, ସାହିତ୍ୟରେ ସୁଫଳ ପାଇବେ। ନିର୍ମାଣ, ଆମଦାନୀ, ରେଷ୍ଟୁରାଣ୍ଟ,ହୋଟେଲ ଶିଳ୍ପ ବହୁତ ଭଲ ରହିବ।
ମୀନମୀନ
କର୍ମକ୍ଷେତ୍ରରେ ଏକାଧିକ ଗ୍ରହ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ପାରିବାରିକ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ। ଉପରିସ୍ଥଙ୍କ ଅନୁକମ୍ପା ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବା ସହ ମାନସିକ ସ୍ଥିତିକୁ ସ୍ଥିର ରଖିବାରେ ସହାୟକ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?