Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ ପରିଶ୍ରମଜନିତ ଶାରୀରିକ କ୍ଳାନ୍ତି ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସଂସ୍କୃତି ପ୍ରତିଯୋଗିତାରେ ସଫଳତା ଅନୁଭବ କରିପାରନ୍ତି।
ବୃଷ
ବୃଷ
ଅନୁକୂଳ ଗ୍ରହସ୍ଥିତି ପ୍ରଭାବ ପାରିବାରିକ ଜୀବନକୁ ଶୃଙ୍ଖଳିତ କରିବ। ବନ୍ଧୁଙ୍କ ସମସ୍ୟା ବିଷୟରେ ବାରମ୍ବାର ଚିନ୍ତା କରିବା କାରଣରୁ ସାମୟିକ ମାନସିକ ସ୍ଥିରତା ରହି ନ ପାରେ। କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ୟାକୁ ସମାଧାନ କରି ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ ଓ ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ା
ମିଥୁନ
ମିଥୁନ
ବୃହସ୍ପତିଙ୍କ ପ୍ରଭାବରେ ନୂଆକରି ଆରମ୍ଭ କରିଥିବା କାମ ସୁବିଧାରେ ହୋଇଯିବ। କଠିନ ଶ୍ରମ ଏବଂ ଭ୍ରମଣ ଜନିତ ଦୈହିକ ଅସୁସ୍ଥତା ମାନସିକ ଶାନ୍ତି ନଷ୍ଟକରିବାର ଆଶଙ୍କା ରହିଛି। ଋଣ ପରିଶୋଧର ଚିନ୍ତା ସାଙ୍ଗକୁ ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବାର ଆଶା ରହିଛି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛ ହେବନି। ପରିବହନ, ଯାତ୍ରା, ନିର୍ମାଣକାର୍ଯ୍ୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ବନ୍ଧୁଙ୍କ କଥାକୁ ଭାଙ୍ଗି ନ ପାରି କେତେକ କାମ କରିବାକୁ ବାଧ୍ୟ ହେବେ। ଆକସ୍ମିକ ଭାବେ ନିଜ ଲୋକଙ୍କ ଉପରେ ରାଗି ବିନା କାରଣରେ ଶତ୍ରୁତା ସୃଷ୍ଟି କରିବାକୁ ପଡିପାରେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ଭଲ ରହିବା ସହ ସରକାରୀ ସୁବିଧା କିମ୍ବା ଅନୁକମ୍ପା ଲାଭ କରି ଖୁସି ହେବେ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଅଟକିଥିବା କାମଟିକୁ ସମ୍ପନ୍ନ କରିପାରିବେ। ଜମିଜମା, ସଭାସମିତି, ଆନୁଷ୍ଠାନିକ କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୂଳ ହୋଇପାରନ୍ତି ।
କନ୍ୟା
ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ଓ ସହଯୋଗ ମାଧ୍ୟମରେ କର୍ମକ୍ଷେତ୍ରର ସମସ୍ୟାର ସମାଧାନ କରିପାରିବେ। ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇ ଅର୍ଥସଙ୍କଟକୁ ଦୂରେଇ ନେବେ। ପାରିବାରିକ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିପାରେ। ବ୍ୟବସାୟିକ ସ୍ଥିତି ସୁଦୃଢ ଓ ପରିବହନରେ ଲାଭବାନ ହେବେ।
ତୁଳା
ତୁଳା
ଅସୁସ୍ଥତା ଯୋଗୁ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପନ୍ନ କରିବା କଷ୍ଟକର ହେବ। ପ୍ରତିଯୋଗିତା, ମାଲିମକଦ୍ଦମା ଓ ବିବାଦୀୟ ଘଟଣାରେ ବିଜୟଲାଭ ଅବଶ୍ୟମ୍ଭାବୀ। ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ ଓ ସ୍ନେହ,ସଦିଚ୍ଛା ଲାଭ କରିବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ। ନୂତନସ୍ଥାନ ପରିଦର୍ଶନ ସହିତ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଜରିଆରେ ଅପରାହ୍ନେ ଅର୍ଥ ଓ ସମ୍ମାନ ପାଇ ମନ ଖୁସି ହୋଇଯିବ। କ୍ରୀଡା, କଳା ସହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ କିମ୍ବା ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ
ମନ ଅସ୍ଥିର ରହିପାରେ। ଆଜିର ଯାତ୍ରା, ପରିବହନ, ବ୍ୟବସାୟ ମାନ୍ଦା ହେବ ନାହିଁ। ସହକର୍ମୀଙ୍କଠାରୁ ଭୁଲ୍‍ ଖବର ପାଇ ବିବ୍ରତ ହୋଇପାରନ୍ତି। ପରିବାରର ସହମତି ନେଇ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ ା
ମକର
ମକର
ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଓ ଶାନ୍ତି ଫେରି ଆସିବ। ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିରେ ସମସ୍ୟାର ସମାଧାନ ହୋଇଯିବ। ଆଲୋଚନା ପରିସରରେ ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହୋଇପାରନ୍ତି ା
କୁମ୍ଭ
କୁମ୍ଭ
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରର ସ୍ଥିତି ବିଭିନ୍ନ ପ୍ରକାରର ସମସ୍ୟାରେ ଚିନ୍ତିତ କରାଇବ। ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି। ବିବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆଜିର ଯାତ୍ରା, ବାଣିଜ୍ୟ ଓ ପରିବହନରେ ଆଶା ପୂରଣ ହେବ।
ମୀନମୀନ
ଆଶା କରିଥିବା ଦିଗରୁ ଅର୍ଥ ଓ କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ସହକର୍ମୀଙ୍କ ମିଥ୍ୟାରୋପ ଲାଗି ସମାଲୋଚନାର ପାତ୍ର ହେବେ। ଋଣ ପରିଶୋଧ କରି ନ ପାରିବା ସହ ବେଳକୁ ବେଳ ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଆଶ୍ୱସ୍ତି ଅନୁଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri