Posted inRasifala

ରାଶିଫଳ: ଶନିବାର ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ
ଆଜି ଜନ୍ମଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା ଲାଗିରହିବ। ଆଜି ଯାତ୍ରାକଲେ ବିବାଦ,ବିବାଦରେ ପରାଜୟ, ଗୃହାରମ୍ଭରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। କିନ୍ତୁ ଅର୍ଥସମ୍ପର୍କ, ବନ୍ଧୁଙ୍କ ମିତ୍ରତା, ପଡ଼ୋଶୀଙ୍କ ସୌହାର୍ଦ୍ଦ୍ୟ ଯୋଗୁ ମନ ଖୁସି ରହିବ । ଦେବାକୁ ପଡ଼ିବ ଆଶଙ୍କାରେ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ ।
ବୃଷ
ବୃଷ
ପରିସ୍ଥିତି ଲାଘବ ସକାଶେ ବନ୍ଧୁମାନଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ । ଚେଷ୍ଟା କରୁଥିବା କାମଟି ପାଇଁ କଠିନ ଶ୍ରମ କରିବାକୁ ପଡ଼ିବ। ସ୍ବଗୃହାଭିମୁଖୀ ଶୁକ୍ର ପ୍ରଭାବରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ପାରିବାରିକ ସ୍ଥିତି ଗମ୍ଭୀର ରହିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇପାରେ ।
ମିଥୁନ
ମିଥୁନ
ରାଶିରେ କାଳସର୍ପଯୋଗ ସଂଘଟିତ ହେଉଥିବାରୁ ସ୍ବାସ୍ଥ୍ୟ ସଚେତନତା ଆପଣଙ୍କ ପାଇଁ ଜରୁରୀ ହୋଇପଡ଼ିବ । ବିବାଦ ଭିତରେ ପଶିଲେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ପ୍ରିୟଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ତଥାପି ଆରର୍ଦ୍ରା ନକ୍ଷତ୍ରର ମନ ଅସ୍ଥିର ରହିବ ।
କର୍କଟ
କର୍କଟ
କର୍ମାଧିପ ପାପଗ୍ରସ୍ତ ଯୋଗୁ ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବାକୁ ପଡ଼ିପାରେ । ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ। ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ନେଇ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁଙ୍କ ସହ ଆଲୋଚନା,ସାମୂହିକ କାର୍ଯ୍ୟ ସ୍ଥଗିତ ରହିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଚାପଗ୍ରସ୍ତ କାରଣରୁ କେତେକ ବାକିଆ କାମ ପାଇଁ ଚିନ୍ତା ବଢ଼ିଯିବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସୂଚନା ରହିଛି । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇପାରେ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ବଢ଼ିଯିବ ।
କନ୍ୟା
ପରିସ୍ଥିତିବଶତଃ ଚାପର ବଶବର୍ତ୍ତୀ ହୋଇ କଠିନ ପରିଶ୍ରମହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ନ ରହିବା ଏବଂ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇ ଅଶାନ୍ତ ରହିପାରନ୍ତି । ତଥାପି ହସ୍ତା ନକ୍ଷତ୍ର ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ତୁଳା
ତୁଳା
ପାରସ୍ପରିକ ସହୃଦୟତାର ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ । ବ୍ୟବସାୟରେ ସଫଳତା ହାସଲ କରିବେ, ତଥାପି କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ ।
ବିଛା
ବିଛା
ଅଭିଳାଷ ପୂରଣ ନ ହେବା କାରଣରୁ ଅନୁରାଧା ନକ୍ଷତ୍ର ବାରମ୍ବାର ନିଜର ମତ ବଦଳାଇବାକୁ ବାଧ୍ୟ ହେବେ । ରବି ଓ ରାହୁଙ୍କ ପ୍ରଭାବରୁ ଜନକଲ୍ୟାଣ କାର୍ଯ୍ୟ, ପ୍ରଶାସନିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇପାରନ୍ତି । ଯାନବାହନରେ ଯାତାୟାତରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ ।
ଧନୁ
ଧନୁ
ପାପଗ୍ରହଯୁକ୍ତ ବୃହସ୍ପତିଙ୍କ ଯୋଗୁ ପାରିବାରିକ ସମସ୍ୟା ଭାବପ୍ରବଣତା ବୃଦ୍ଧିକରିବ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ସାମ୍ବାଦିକତା,ଗବେଷଣା,ସାମୂହିକ କାମ ଓ ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ମକର
ମକର
ବନ୍ଧୁଙ୍କ ପରାମର୍ଶରେ ଦୀର୍ଘ ଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ହଠାତ୍‌ ଆରମ୍ଭ କରିବାକୁ ସ୍ଥିର କରିବେ ।  ପରିବାରରେ ଅପ୍ରୀତିକର ପରିସ୍ଥିତି ଜନିତ ଘଟଣାର ଦିଗ ବଦଳିଯାଇପାରେ ।  ଶିଳ୍ପ, ବ୍ୟବସାୟ, ଯୋଗାଯୋଗ, ପରିବହନ, ପ୍ରଶାସନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟରେ ଯେତେପ୍ରକାର ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ ।  ଆପଣଙ୍କ ଦୁରବସ୍ଥା କ୍ଷେତ୍ରରେ ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ ।  ଷଷ୍ଠାଧିପତି ଯୁକ୍ତ ଶୁକ୍ର ହେତୁ ପରିବାରରେ ବୁଝାମଣା ଠିକ୍‌ ରହିଲେ ମଧ୍ୟ ବାହ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେବ ।
ମୀନମୀନ
ପୁରାତନ ରୋଗର ପୀଡ଼ା ବୃଦ୍ଧି ଯୋଗୁ ମାନସିକ ସନ୍ତୁଳନ ହରାଇପାରନ୍ତି ।  ସହକର୍ମୀଙ୍କ ସହାନୁଭୂତି ଯୋଗୁ୍‌ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ ।  ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି ।  ବନ୍ଧୁଙ୍କ ସହଯୋଗ କେତେକାଂଶରେ ସମସ୍ୟା ସମାଧାନରେ ସାହାଯ୍ୟ କରିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri