Posted inRasifala

ରାଶିଫଳ: ଶନିବାର , ଜୁଲାଇ ୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଧନାଧିପ ଓ ରବି ଯୁକ୍ତ ଯୋଗୁ ପରିବାର ଓ କର୍ମକ୍ଷେତ୍ର ନୂତନ ଉତ୍ସାହ, ଉଦ୍ଦୀପନା ମଧ୍ୟରେ ଅତିବାହିତ ହେବ। ଯାହା କରନ୍ତୁନା କାହିଁକି ସବୁ କାମ ସୁବିଧାରେ ହୋଇଯିବ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କରି ସଫଳ ମଧ୍ୟ ହେବେ। ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ସ୍ବଗୃହୀ ଶୁକ୍ରଙ୍କ ସୁପ୍ରଭାବ କାରଣରୁ ବନ୍ଧୁମିଳନଜନିତ ଆନନ୍ଦ ଉଲ୍ଲାସରେ ସମୟ କଟାଇବେ। ଅତୀତରେ ବନ୍ଧୁଙ୍କୁ ଦେଇଥିବା ଟଙ୍କା ଫେରି ପାଇବା ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି। ଯୁକ୍ତିତର୍କ କାରଣରୁ ପରୋକ୍ଷ ଶତ୍ରୁତା ହେତୁ ବିଚଳିତବୋଧ କରିବେ। ପରକଥାରେ ମୁଣ୍ଡ ପୂରାଇଲେ ସମସ୍ୟା ଭିତରକୁ ଟଣା ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ସାହାଯ୍ୟର ପ୍ରତିଶ୍ରୁତି ମାଧ୍ୟମରେ କାମ ହାସଲ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ ଓ ନିର୍ମାଣ କ୍ଷେତ୍ରରେ କଳହ ଘେରରେ ପଡ଼ିପାରନ୍ତି। କୌଣସି ଦରକାରୀ ଅଫିସିଆଲି କାଗଜପତ୍ର ହଠାତ୍‌ ପାଇ ଖୁସି ହୋଇଯିବେ। ସଭାସମିତି କିମ୍ବା ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଲାଭସ୍ଥାନରେ ବୃହସ୍ପତି ରହିଥିବାରୁ ଯାହା ଚାହୁଁଛନ୍ତି ପାଇବାରେ ଅସୁବିଧା ରହିବ ନାହିଁ। ସାହାଯ୍ୟ କରୁଥିବା ଲୋକଟି ହଠାତ୍‌ ଦୂରେଇ ଯାଇଥିବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ସତ୍‌ସଙ୍ଗ, ପୁରାଣ ପଠନ, ଆଧ୍ୟାତ୍ମିକତା ସାଙ୍ଗକୁ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ରୁଚି ବଳିବ। ରାଜନୀତି, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ।
ସି˚ହ
ସି˚ହ
ଅସମ୍ପୂର୍ଣ୍ଣ କାମଟି ଆଜି ସୁବିଧାରେ ସମ୍ପନ୍ନ ହୋଇଯିବ। ରାହୁଙ୍କ ପ୍ରଭାବରେ ଅସ୍ଥିରତା ଓ ବିଶୃଙ୍ଖଳିତ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। କଚେରି ମାମଲାର ଶୁଣାଣିରେ ବିଳମ୍ବ ହେତୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। କଳା, ସାମ୍ବାଦିକତା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟ,ଗବେଷଣା, ସଭାସମିତିରେ ପ୍ରଂଶସିତ ହେବେ।
କନ୍ୟା
ରାଶିରେ କେତୁଙ୍କ ସମ୍ବନ୍ଧଜନିତ ମାନସିକ ଅସ୍ଥିରତା ଓ ବିରକ୍ତିବୋଧ ଅନୁଭବ କରିପାରନ୍ତି। ସବୁ କାମ ବିଳମ୍ବରେ ସମ୍ପନ୍ନ ହେବାରୁ ମନରେ ବିରକ୍ତି ଆସିବ। କିନ୍ତୁ ମୂଲ୍ୟବାନ ଦ୍ରବ୍ୟ ଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପର କଥାରେ ପ୍ରଭାବିତ ହୋଇ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଟିର ମନୋଭାବ ବଦଳିଯାଇପାରେ।
ତୁଳା
ତୁଳା
କର୍ମସ୍ଥାନରେ ବୁଧ ରହିଥିବାରୁ ପାରିବାରିକ ଓ କର୍ମକ୍ଷେତ୍ରକୁ ଆନନ୍ଦମୁଖର କରିବ। ସାମୂହିକ କାମରେ ପରିସ୍ଥିତିକୁ ଦେଖି ଚୁପ୍‌ ରହିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ ଘରୋଇ କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟା ଭିତରକୁ ଟାଣି ନେଇପାରେ। କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି।
ବିଛା
ବିଛା
ଆଜିର ଅଧିକାଂଶ ସମୟ ନୀରବତା ଓ କୋଳାହଳଠାରୁ ଦୂରରେ ରହିବାକୁ ପସନ୍ଦ କରିପାରନ୍ତି। ଅନୁରାଧା ନକ୍ଷତ୍ର ଦାନ, ଧର୍ମ, ପରୋପକାର, ସେବା ମନୋଭାବରୁ ପ୍ରଶଂସିତ ହେବେ। ପରିସ୍ଥିତି ବଦଳିଯିବା କାରଣରୁ ଇଚ୍ଛୁକ ଜିନିଷ ପାଇପାରିବେ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବିଚାର କରି କ୍ରମଶଃ ଦୂରେଇଯିବେ।
ଧନୁ
ଧନୁ
ତିନୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଆଜିର ଯାତ୍ରା, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଦକ୍ଷତାର ସହ ସମ୍ପାଦନ କରିବେ। ପରୋପକାର ପ୍ରବୃତ୍ତିକୁ ପଡ଼ୋଶୀ ପ୍ରଶଂସା କରିବେ। ପିଲାଙ୍କ ପଢ଼ା ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ସ୍ବୀକାର କରିନେବେ।
ମକର
ମକର
ଆଜି ଶ୍ରବଣା ନକ୍ଷତ୍ର ପାଇଁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ରହିବ। ଅର୍ଥ, ସମ୍ମାନ, ବନ୍ଧୁମିଳନରୁ ଖୁସି ରହିବେ। ଘରର ସମସ୍ୟା ବୃଦ୍ଧି ପାଉଥିବାରୁ ଧନିଷ୍ଠା ନକ୍ଷତ୍ର ଅନ୍ୟମନସ୍କ ରହିପାରନ୍ତି। ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
କେତୁଙ୍କ ପ୍ରଭାବରୁ ଅନ୍ୟମନସ୍କତା କିମ୍ବା ଅଯଥା ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଧନିଷ୍ଠା ନକ୍ଷତ୍ର ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ଧାର୍ମିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତି ପରିପ୍ରେକ୍ଷୀରେ ବ୍ୟସ୍ତ ରହିବେ। ପ୍ରଶାସନିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୀନମୀନ

ଭଲ ଓ ମନ୍ଦର ମିଶ୍ରିତ ଫଳ ମଧ୍ୟରେ ଦିନଟି ଅତିବାହିତ ହେବ। ସକାଳୁ ସକାଳୁ ଆତ୍ମୀୟକଙ୍କ ସହ ଦୂରଯାତ୍ରା କରିପାରନ୍ତି। ମନରେ ଉସତ୍ୁକତା ସାଙ୍ଗକୁ ବନ୍ଧୁମିଳନ ଓ ଦ୍ରବ୍ୟଲାଭ,ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri