Posted inRasifala

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ସକାଳୁ ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ଅପରାହ୍ନରେ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଫଳରେ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।
ବୃଷ
ବୃଷ
ଅନ୍ୟମାନଙ୍କର ମନକୁ ସୁହାଇଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । ମୃଗଶିରା ନକ୍ଷତ୍ର ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ । କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ ।
ମିଥୁନ
ମିଥୁନ
ଆଜି ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବାକୁ ପଡ଼ିପାରେ । ପୁନର୍ବସୁ ନକ୍ଷତ୍ର ପିଲାଙ୍କ ଅଭିଯୋଗକୁ ଅଦେଖା ଅଶୁଣା କରିବା ଦ୍ୱାରା ଓଲଟା ଫଳ ପାଇବେ । ପରିବାରରେ ସ୍ତ୍ରୀଙ୍କ ସହଯୋଗରେ ଅଟକି ରହିଥିବା କାମଗୁଡିକ ତ୍ୱରାନ୍ବିତ ହେବ । ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି ।
କର୍କଟ
କର୍କଟ
ଶୁକ୍ର ଅବସ୍ଥାନ କରିଥିବାରୁ ଅର୍ଥଲାଭ, ନଷ୍ଟଦ୍ରବ୍ୟ ପ୍ରାପ୍ତି ଓ ସହକର୍ମୀଙ୍କ ସହାନୁଭୂତି ପାଇବେ । ତଥାପି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଆଶା ପୂରଣ ନ ହେଲେ ମଧ୍ୟ କେତେକାଂଶରେ ଉପକୃତ ହେବା କାରଣରୁ ମନକୁ ବୁଝାଇ ନେଇପାରିବେ ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ମାନସିକ ଶାନ୍ତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ,ଏଣୁ ସତର୍କ ରହିବା ଭଲ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ।
କନ୍ୟା
ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ । ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ନିଜର କୌଣସି ତ୍ରୁଟି ନ ଥିଲେ ମଧ୍ୟ ଆତ୍ମୀୟସ୍ବଜନଙ୍କ ଭୁଲ୍‌ ବିଚାର ପାଇଁ ଚିନ୍ତା ବଢିପାରେ । ଚିତ୍ରା ନକ୍ଷତ୍ର ଆଇନ ଅଦାଲତରୁ ସୁଫଳ ପାଇବା ସଙ୍ଗକୁ ସମସ୍ୟା ମଧ୍ୟ ସମାଧାନ ହୋଇଯିବ ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ନତୁବା କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ । ସଭାସମିତିରେ ନିଜର ପ୍ରାଧାନ୍ୟତା ବଜାୟ ରଖିପାରିବେ ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ରର ମାନସିକ ଅସ୍ଥିରତା କାରଣରୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଅଫିସ୍‌ କାମରେ ଘଟଣାଗୁଡିକୁ ଅସ୍ବାଭାବିକ ମନେ ହେବ ଓ ସନ୍ଦହଜନକ ସ୍ଥିତି ଉପୁଜିବ । ଖଳ ଲୋକମାନଙ୍କ ଦ୍ୱାରା ଅପପ୍ରଚାର ଜନିତ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି ।
ଧନୁ
ଧନୁ
ଅତୀତ କଥାକୁ କେନ୍ଦ୍ର କରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଆବଶ୍ୟକତା ପୂରଣ କରିବା ସକାଶେ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ, ଯାହା କି ଦୁଶ୍ଚିନ୍ତାର କାରଣ ହୋଇପାରେ । ସାମୟିକ ଭାବରେ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି ।
ମକର
ମକର

ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ । ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପୂର୍ବ ଶତ୍ରୁତା କାରଣରୁ ସାଧାରଣ କଥାକୁ ନେଇ ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି । ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ ।

କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି କାମ ହାସଲ କରିବାରେ ସମର୍ଥ ହେବେ । ମାଙ୍ଗଳିକ କାର୍ଯ୍ୟ ସକାଶେ ଦୀର୍ଘ ପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ପରିବହନରେ ଲାଭାଂଶ ମାନ୍ଦା ହେବ ନାହିଁ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ଆପଣଙ୍କ ଚିନ୍ତାକୁ ବଢାଇ ଦେଇପାରେ ।
ମୀନମୀନ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବା ହେତୁ କର୍ମକ୍ଷେତ୍ରରେ ଟେନସନ ଲାଗି କମିଯିବ । ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି ତଥା ଆମଦାନୀ କାରବାରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ଉତ୍ତରଭାଦ୍ର ନକ୍ଷତ୍ରର ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri