Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ
ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‍ବୁଦ୍ଧ ହେବା ସଙ୍ଗେ ସଙ୍ଗେ ସତ୍‍ସଙ୍ଗର ସୁଯୋଗ ପାଇବେ। ସ୍ବାମୀ/ସ୍ତ୍ରୀଙ୍କ ଅମନୋଯୋଗୀ ଓ ଚିଡା ସ୍ବଭାବ ଯୋଗୁ କ୍ଷୁବ୍ଧ ହୋଇପାରନ୍ତି।
ବୃଷ
ବୃଷ
ରବି ଷଷ୍ଠସ୍ଥ ଯୋଗୁ ପାରିବାରିକ କ୍ଷେତ୍ରରେ ତର୍କବିତର୍କର ସୂତ୍ରପାତ ହେବ। ଆର୍ଥିକ ଦୁରବସ୍ଥାକୁ ବାଲ୍ୟବନ୍ଧୁ ଦୂରେଇ ନେବାରେ ସାହାଯ୍ୟ କରିବେ। ସାଂସ୍କୃତିକ କାର୍ଯ୍ୟ,ବାଣିଜ୍ୟ, ପରିବହନ, ଏଜେନ୍ସିପରୁ ଖୁସି ରହିବେ। ରାଜନୈତିକ କ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ତପତ୍ରତା ଲାଗି ରହିବ। ପ୍ରତୀକ୍ଷିତ ଖବର ପାଇ ଆନନ୍ଦିତ ହେବେ।
ମିଥୁନ
ମିଥୁନ
କର୍ମସ୍ଥାନରେ ଶନି ଓ ଚନ୍ଦ୍ର ରହିଥିବାରୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ସଭାସମିତି, ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ଆଜିର ଯାତ୍ରା, ବାଣିଜ୍ୟ ବ୍ୟବସାୟ, ବନ୍ଧୁସମ୍ପର୍କ ଏବଂ ଜମିଜମା ସମ୍ପର୍କୀୟ କଥାବାର୍ତ୍ତାର ଆଲୋଚନା ଫଳପ୍ରଦ ହେବ।
କର୍କଟ
କର୍କଟ
ରାଶିର ସପ୍ତମରେ ଏକାଧିକ ଗ୍ରହ ରହିଥିବାରୁ ଆଜି ବିବାଦରେ ପଶିବା ଠିକ୍‍ ହେବନି। ଉଚ୍ଚସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ। ପରିବାରର ଖର୍ଚ୍ଚ ବୃଦ୍ଧିପାଇବା ହେତୁ ଚିନ୍ତା ଉଦ୍ରେକ ହେବ। ରୋଗପୀଡ଼ାର ଲାଘବ ସାଙ୍ଗକୁ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିପାରନ୍ତି।
ସି˚ହ
ସି˚ହ
ଅଷ୍ଟମ ଶନିଙ୍କ ସ୍ଥିତି ଜନିତ କୌଣସି କାମ ପରେ ପଶ୍ଚାତ୍ତାପ କରିପାରନ୍ତି। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରୁ ସମ୍ବର୍ଦ୍ଧିତ ମଧ୍ୟ ହେବେ। ରାଜନୈତିକ କ୍ଷେତ୍ର କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ମାନସିକ ଚାପ ବୃଦ୍ଧି ବିଚଳିତ କରିବ।
କନ୍ୟା
ନବମାଧିପତି କୋଣଭାବସ୍ଥ ଯୋଗୁ ସନ୍ତାନଙ୍କ ସକାଶେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ପ୍ରତ୍ୟାବର୍ତ୍ତନ ପଥରେ ଖୋଜୁଥିବା ଲୋକଟିକୁ ଠିକଣା ଜାଗାରେ ନ ପାଇ ବ୍ୟସ୍ତ ହେବେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ଦୂରେଇ ରହିବେ। ଆଜି ଆତ୍ମୀୟସ୍ବଜନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଦୁଶ୍ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ଉଚ୍ଚସ୍ଥ ମଙ୍ଗଳଙ୍କ ଯୋଗଫଳରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତିରେ ଭାରସାମ୍ୟ ରକ୍ଷା କରିପାରିବେ। ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ପରିବାର ସହମତିରେ ଯାନବାହନ, ବସ୍ତ୍ରଭୂଷଣାଦି କ୍ରୟ ଯୋଗ ରହିଛି। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଛା
ବିଛା
ସଫଳତା ଲାଭର ଯୋଗ ରହିଛି, କିନ୍ତୁ ଶନିଙ୍କ ଦୃଷ୍ଟି ଆପଣଙ୍କ ପ୍ରକାଶଭଙ୍ଗୀକୁ ଏପଟସେପଟ କରିଦେବ। ଅଧସ୍ତନ କର୍ମଚାରୀଙ୍କ ମନମୁଖିଆ ଚିନ୍ତାଧାରା ସମସ୍ୟା ସୃଷ୍ଟି କରିବ। ପରିବାରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ତିକ୍ତତାର ସମାପ୍ତି ଘଟାଇବେ। ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ଆନୁଷ୍ଠାନିକ କାମରେ ଉତ୍ସାହିତ ହୋଇପାରନ୍ତି।
ଧନୁ
ଧନୁ
ଚତୁର୍ଥସ୍ଥାନ ପାପଯୁକ୍ତ ଯୋଗୁ ପାରିବାରିକ ଜଞ୍ଜାଳ ବୃଦ୍ଧି ମାନସିକ ସନ୍ତୁଳନ ନଷ୍ଟ କରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି। ଆଜିର ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
ମକର
ମକର
ରାଶିରେ ରାଜଯୋଗ ଉନ୍ନତ ଚିନ୍ତା ଓ ଚେତନା ମାଧ୍ୟମରେ କାର୍ଯ୍ୟସିଦ୍ଧି କାରାଇ ପ୍ରଶଂସିତ କରାଇବ। ଗ୍ରହଦୃଷ୍ଟିର ପ୍ରଭାବରେ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଘଟିପାରେ। ପରିଜନ ଓ ବନ୍ଧୁ ମାନଙ୍କ ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ପାଇପାରନ୍ତି।
କୁମ୍ଭ
କୁମ୍ଭ
ପରିସ୍ଥିତିର ବଶବର୍ତ୍ତୀ ହୋଇ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ବନ୍ଧୁଙ୍କ ଠିକ୍‍ ଖବର ଦେବାରେ ହେଳା ଉଦ୍‍ବେଗର କାରଣ ହୋଇପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‍ଧ ହେବେ। ଆଲୋଚନା ପରିସରରେ ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତତା ଅନୁଭବ କରିବେ।
ମୀନମୀନ
ସମସ୍ୟା ସୁଧୁରିଯାଇଥିବାରୁ ଉତ୍ସାହିତ ହୋଇପାରନ୍ତି। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ର ଭୋଗ ବିଳାସ ଓ ଶାନ୍ତି ସୌହାର୍ଦ୍ଦ୍ୟ ସହ ହସ ଖୁସିରେ ଅତିବାହିତ ହେବ। ଅଯଥା ଗୁଡାଏ କାଳ୍ପନିକ ବିଷୟବସ୍ତୁକୁ ନେଇ ମନକୁ ଭାରାକ୍ରାନ୍ତ କରିପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri