Posted inRasifala

ରାଶିଫଳ: ଶନିବାର , ଜାନୁଆରି ୧୮ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ରାଧିପ ସପ୍ତମସ୍ଥ ହେତୁ ଯାତ୍ରା, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭ ପାଇଁ ଅସୁବିଧା ହେବନାହିଁ। ଗୃହ ସମସ୍ୟା ସମାଧାନ ହୋଇପାରିବା ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ସଭାସମିତି, ସଙ୍ଗଠନ, ରାଜନୀତି, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂର ହୋଇଯିବ ।
ବୃଷ
ବୃଷ
ଚନ୍ଦ୍ରଙ୍କ ସ୍ଥିତିଜନିତ ଚଳିତ ପରିସ୍ଥିତିର ଗୁରୁତ୍ୱ ଉପଲବ୍‌ଧି କରି ନିକଟସ୍ଥ ବ୍ୟକ୍ତିମାନଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇ ନେବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବା ସାଙ୍ଗକୁ ଯାହା କରନ୍ତୁ ନା କାହିଁକି ସେଥିରେ ସଫଳତା ପାଇପାରିବେ । ନୂତନ ଯୋଜନାରମ୍ଭ ପାଇଁ ଅର୍ଥ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
ମିଥୁନ
ମିଥୁନ
ରବିଙ୍କ ପ୍ରଭାବରେ ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରି ମନକୁ ହାଲୁକା କରିବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ବିଭିନ୍ନ ପ୍ରକାର ଯୋଜନା କରିବା ସକାଶେ ମନ ବଳାଇବେ । ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ସବୁ କିଛି ଶେଷ ସମୟରେ ଓଲଟ ପାଲଟ ହୋଇଯିବାର ଆଶଙ୍କା ରହିଛି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ ।
କର୍କଟ
କର୍କଟ
ମଙ୍ଗଳଙ୍କ ଲକ୍ଷ୍ମୀସ୍ଥାନାବସ୍ଥାନ ଯୋଗୁ ଆତ୍ମୀୟମାନଙ୍କ ଅନୁଗ୍ରହରୁ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ । ପରିବାରରେ ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ବିଶେଷ ଅସୁବିଧା ରହିବ ନାହିଁ। ବାଣିଜ୍ୟ, ସାହିତ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ ।
ସି˚ହ
ସି˚ହ
ବୁଧଙ୍କ ସୁପ୍ରଭାବ ରବିଙ୍କ ସଙ୍ଗତ୍ୱରୁ ନଷ୍ଟହେବା ଯୋଗୁ ଆର୍ଥିକ ଦୁରବସ୍ଥା ସୃଷ୍ଟି ହେବ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ନେଇପାରନ୍ତି। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ ହୋଇପାରେ।
କନ୍ୟା
କେନ୍ଦ୍ରାଧିପ ବୃହସ୍ପତି ସ୍ବଗୃହସ୍ଥ ହୋଇ ଶନିଙ୍କ ପ୍ରଭାବରେ କାମକୁ ବିଳମ୍ବିତ କରାଇବେ । ମାନସିକ ଓ ଶାରୀରିକ ଦୃଷ୍ଟିକୋଣରୁ ପ୍ରତିକୂଳ ପ୍ରଭାବଜନିତ ଏକ ପ୍ରକାର ଅଶାନ୍ତି ଅନୁଭବ କରିପାରନ୍ତି। ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଯୋଡି ହୋଇଯିବାର ସମ୍ଭାବନା ରହିଛି। ସାହିତ୍ୟ,ବିଜ୍ଞାନ ପ୍ରଭୃତି କାର୍ଯ୍ୟରେ ସାମାଜିକ ସ୍ତରରେ ସମ୍ମାନିତ ହେବେ ।
ତୁଳା
ତୁଳା
ରାଜଯୋଗକାରକ ଶନି ଭାଗ୍ୟସ୍ଥାନକୁ ଦୃଷ୍ଟି ଦେଉଥିବାରୁ ଧୀରେ ଧୀରେ କାର୍ଯ୍ୟସିଦ୍ଧିର ଝଲକ ଦେଖିବାକୁ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଓ ଧର୍ମକାର୍ଯ୍ୟରେ ବ୍ୟୟଜନିତ ସାମୟିକ ମାନସିକ ସ୍ଥିତି ଭଲ ଦିଗକୁ ଗତି କରିବ। ଦୈନିକ ଜୀବନଚର୍ଯ୍ୟା ମଧ୍ୟରେ ଅପରିଣାମଦର୍ଶୀ ଭାବରେ କୌଣସି କ୍ଷେତ୍ରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
ବିଛା
ବିଛା
ଅଷ୍ଟମସ୍ଥ ରାହୁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ସୃଷ୍ଟିକରି ଶାରୀରିକ ଓ ମାନସିକ ସ୍ଥିତିକୁ ଅସ୍ଥିର କରିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା, ଅବହେଳିତ କାମ,ଭଲ ସମ୍ପର୍କଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାକୁ ନେଇ ବିଚଳିତ ରହିବେ । ଅବଶ୍ୟ ଲେଖାପଢ଼ା, କଳା, ସାହିତ୍ୟ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବାର ଆଶା ରହିଛି । ସମସ୍ତ କାମ ଠିକ୍‌ ଭାବେ ଚାଲିବ ।
ଧନୁ
ଧନୁ
ରାଶିରେ ମୁଣ୍ଡବିହୀନ ଗ୍ରହ କେତୁ ଆପଣଙ୍କ ତରବରିଆ ନିଷ୍ପତ୍ତିକୁ ନେଇ ସମସ୍ୟା ସୃଷ୍ଟି କରିବେ। କୌଣସି ଛୋଟ ଘଟଣାକୁ ନେଇ ପରିବାର ସଦସ୍ୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁମାନଙ୍କ ସହଯୋଗକ୍ରମେ କେତେକ ନୂତନ କାମର ପରିକଳ୍ପନା କରି କୃତକାର୍ଯ୍ୟ ହେବେ।
ମକର
ମକର
ମନଭିତର ଦୁଃଖ ଓ ଅସ୍ଥିରତାକୁ ହୃଦୟରେ ଚାପି ରଖି ମୁହଁରେ ହସ ଫୁଟାଇ କାମ କରିବେ । ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି। ଆର୍ଥିକ ପ୍ରଗତି, ସାଂଗଠନିକ ଅଗ୍ରଗତି, ଆନୁଷ୍ଠାନିକ କାମରେ ପ୍ରଶସ୍ତି ମନକୁ ସାମୟିକ ହାଲୁକା କରିଦେବ ।
କୁମ୍ଭ
କୁମ୍ଭ
ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇପାରେ। ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟାହତ ହେଲେ ମଧ୍ୟ ପରକ୍ଷଣରେ ସବୁ କିଛି ଠିକ୍‌ ହୋଇଯିବ । ଜମିଜମା, ଯାନବାହନ, ବାଣିଜ୍ୟ,ବ୍ୟବସାୟ ସମସ୍ୟା କ୍ରମଶଃ ଜଟିଳ ହେବାର ଆଶଙ୍କା ଦେଖାଦେବ । ଅର୍ଥସଂକଟ ଦୂର ହେବା କାରଣରୁ ଶତଭିଷା ନକ୍ଷତ୍ର ସାମୟିକ ଆଶ୍ୱସ୍ତି ଲାଭ କରିବେ ।
ମୀନମୀନ
ପରିବାରରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ । ରାଜନୀତିରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ, କିନ୍ତୁ କିଛି ଅସୁବିଧା ହେବନି। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ପ୍ରଶଂସିତ ହେବେ । ତଥାପି ଆପଣ ସହନଶୀଳତା ଓ ଉଦାରତା ଗୁଣରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri