Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ
ଆଜି ସ୍ବଗୃହୀ ଚନ୍ଦ୍ର ପ୍ରଭାବରେ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ  ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି ।  ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ ।  ସଙ୍ଗୀତ ଓ ଚଳଚ୍ଚିତ୍ର ଦର୍ଶନରୁ ଆନନ୍ଦ ଉପଭୋଗ କରିବେ ।
ବୃଷ
ବୃଷ
ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ବନ୍ଧୁମାନଙ୍କ ପରାମର୍ଶ ଅନୁଯାୟୀ ହଠାତ୍‌ ନୂତନ ଯୋଜା ଆରମ୍ଭ କରିପାରନ୍ତି ।  ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବହୁତଗୁଡିଏ କାମ ହାତକୁ ନେବା ଦ୍ୱାରା ଟେନସନ ବୃଦ୍ଧି ପାଇବ ।  କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ,ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ସ୍ବଗୃହୀ ମୁଖାଧିପତି ହେତୁ ଶ୍ରୁତିମଧୁର କଥା କହି ପରକୁ ଆପଣାର କରିବେ ।  ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ପରିବାରରେ ବିବାଦୀୟ ପରିସ୍ଥିତିର ସୂଚନା ରହିଛି ।  ସାମାଜିକ ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।  ସରକାରୀ କ୍ଷେତ୍ରରୁ ଉପକୃତ ହେବେ ।
କର୍କଟ
କର୍କଟ
ଚନ୍ଦ୍ର ଏକାଧିକ ପାପଗ୍ରହ ଦୃଷ୍ଟି ପଥାରୂଢ କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ ।  ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ ।  ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରେ ସମ୍ପର୍କୀୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ ।  ଶିଳ୍ପ, ବାଣିଜ୍ୟରେ ସଫଳତା ହାସଲ କରିବେ ।
ସି˚ହ
ସି˚ହ
ଶନି ସହ ମଙ୍ଗଳଙ୍କ ସଂଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା କରି ନିରାଶ ହେବେ ।  ପାରସ୍ପରିକ ମତଭେଦ କାରଣରୁ ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ । ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡା ହୋଇପାରେ । ବହୁତ ଦିନହେଲା ସ୍ଥଗିତ କାମ ସକାଶେ ମନସ୍ତାପ କରିପାରନ୍ତି ।
କନ୍ୟା
ଏକାଧିକଗ୍ରହଙ୍କ ସମାବେଶରୁ ପରିବାରରେ ଅଶାନ୍ତିର ବାତାବରଣରୁ ସେତିକି ଦୁଃଖୀ ହୋଇ ପାରନ୍ତି ।  ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।  ବନ୍ଧୁ ମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି ।  ବ୍ୟବସାୟ କିମ୍ବା ପରିବହନରେ ଝଗଡା ଲାଗିପାରେ ।
ତୁଳା
ତୁଳା
ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବିଜାତୀୟବ୍ୟକ୍ତିଙ୍କ ସାହାଯ୍ୟ,ସହଯୋଗ ବିଶେଷଭାବେ ରହିବ ।  ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ ।  ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ ।
ବିଛା
ବିଛା
ଚନ୍ଦ୍ରଙ୍କ ପ୍ରଭାବରେ ଭାବ ପ୍ରବଣତାରେ ଭାସିଯାଇ ଆପଣଙ୍କର କୌଣସି ମନ୍ତବ୍ୟକୁ ବନ୍ଧୁ ନାପସନ୍ଦ କରିପାରନ୍ତି ।  କାର୍ଯ୍ୟହାନି କାରଣରୁ ମାନସିକସ୍ଥିତି କେତେକାଂଶରେ ଠିକ୍‌ ରହି ନ ପାରେ ।  ବ୍ୟବସାୟ କ୍ଷେତ୍ରରେ ଅର୍ଥାତ୍‌ କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି ।  ପୁରୁଣା କଥାରୁ ଓଲଟା ଫଳ ପାଇବେ।
ଧନୁ
ଧନୁ
କର୍ମାଧିପତିଙ୍କ ଶୁଭତ୍ୱ ଏକାଧାରରେ ପରିବାର ଓ କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିରଖିବ ।  କିନ୍ତୁ ମାନସିକ ଦୁଶ୍ଚିନ୍ତା ବଢିଯିବା ଦ୍ୱାରା କାମଗୁଡିକ ମଧ୍ୟ ଶୃଙ୍ଖଳିତ ହେବ ନାହିଁ ।  ବୃହସ୍ପତି ନୀଚଭାବରେ ବଳହୀନ ହୋଇଥିବାରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ ।
ମକର
ମକର
ଆଜି ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।  କିନ୍ତୁ ଆତ୍ମୀୟ ମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି ।  ଦୀର୍ଘଦିନରୁ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।  ପିଲାଙ୍କ ଆଚରଣଗତ ତ୍ରୁଟିରୁ ସମସ୍ୟା ଆସିବା ଦ୍ୱାରା କଷ୍ଟ ପାଇବେ।
କୁମ୍ଭ
କୁମ୍ଭ
ସାଧାରଣ କଥାରେ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି, ମାତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ।  ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ କିନ୍ତୁ ବାଧା,ବିଘ୍ନ ଓ ପ୍ରତିବନ୍ଧକ ଲାଗିରହିବ ।  ଅର୍ଥସମ୍ପର୍କକୁ କିମ୍ବା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ ।  ପର କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି ।
ମୀନମୀନ
ଅପ୍ରିୟ ସତ୍ୟଭାଷଣରୁ କର୍ମକ୍ଷେତ୍ରରେ ସମସ୍ୟାରେ ପଡ଼ି ଅପଦସ୍ଥ ହୋଇପାରନ୍ତି ।  ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ଚେଷ୍ଟା କଲେ ସଫଳତା ହାସଲ କରିପାରିବେ ।  ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି ।  ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri