Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ
ରାଶିର ପୂବାର୍ଦ୍ଧରେ ବଳଶାଳୀ ଗ୍ରହଥିବାରୁ ଦିନର ପୂର୍ବାହ୍ନଟି ଆପଣଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ରହିବ । ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ । ପ୍ରଶଂସାକୁ ସହି ନ ପାରି ସମାଲୋଚନା କରିପାରନ୍ତି । ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ।
ବୃଷ
ବୃଷ
ଶନି ନବମସ୍ଥ ଯୋଗୁଁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ । ଦିନଚର୍ଯ୍ୟା ମଧ୍ୟରେ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କଲେ ଜଟିଳତା ଭିତରକୁ ଟଣା ହୋଇପାରନ୍ତି । ସାହିତ୍ୟ, ସାମ୍ବାଦିକତା, କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ । ଦର୍ଶନରୁ ମନ ଖୁସୀ ରହିବ ।
ମିଥୁନ
ମିଥୁନ
ରବିଙ୍କ ସ୍ଥିତି ପାଖପଡୋଶୀ,ବନ୍ଧୁବର୍ଗ କିମ୍ବା ସହକର୍ମୀଙ୍କ ଦ୍ୱାରା କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରନ୍ତି । ଆର୍ଥିକ ସ୍ଥିତିର ଅଭିବୃଦ୍ଧି ସଙ୍ଗକୁ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଆଗେଇ ଯିବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସ୍ଥିତି ମଧ୍ୟ ଆଜି ବିଶେଷ ଭଲ ରହି ନ ପାରେ ।
କର୍କଟ
କର୍କଟ
ସାମୟିକ ସମସ୍ୟା ମଧ୍ୟରେ ପାରିବାରିକ,ପ୍ରଶାସନରୁ ସୁଫଳ ମିଳିବ । ଆତ୍ମୀୟସ୍ବଜନଙ୍କ ସହାୟତାରେ ହାତକୁ ନେଇଥିବା କାଯର୍‌ୟ ସମ୍ପନ୍ନ ହେବାର ଆଶା ରଖିପାରନ୍ତି । ଭାବପ୍ରବଣ ହୋଇ କଣନା କ’ଣ କହି ବସିବେ,ଯାହା କି ଅନର୍ଥର କାରଣ ପାଲଟିଯିବ । ଆଲୋଚନା ପରିସରରେ ନିଷ୍ପତ୍ତି ନେବାରେ ପଛେଇ ଯିବେ ।
ସି˚ହ
ସି˚ହ
ମଙ୍ଗଳଗ୍ରହ ଷଷ୍ଠସ୍ଥାନସ୍ଥ ଯୋଗୁ ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ । ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା କାରବାର, ନିର୍ମାଣ କ୍ଷେତ୍ରରୁ ଭଲ ଲାଭ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇ ପାରେ ।
କନ୍ୟା
ଲଢ଼ିବା ସକାଶେ ଆତ୍ମୀୟସ୍ବଜନଙ୍କୁ ମନାଇବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିପାରନ୍ତି । ଅବଶ୍ୟ ଆଇନ ସହାୟତାଜନିତ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବନାହିଁ । କିନ୍ତୁ ଜମିଜମା କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟିର ସମ୍ଭାବନା ରହିବ । ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।
ତୁଳା
ତୁଳା
ନୀରବତା ଓ ଯୋଗାଯୋଗ ଅଭାବରୁ ଅଧିକାଂଶ ସମୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । ଦୈହିକ ଦୁର୍ବଳତା ଓ ମାନସିକ ଅସୁସ୍ଥତା ଯୋଗୁ ମନୋବଳ କମି ଯାଇପାରେ । ନୂତନ ସ୍ଥାନ ପରିଦର୍ଶନ ଠପ୍‌ ହୋଇଯାଇପାରେ । ଶତ୍ରୁତାର ଅନ୍ତ ଘଟିଥିବା ମନେକରି କେତେକାଂଶରେ ଆଶ୍ୱସ୍ତିି ଲାଭକରିବେ ।
ବିଛା
ବିଛା
କୌଣସି ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିବାରୁ ଆଶ୍ଚର୍ଯ୍ୟାନ୍ବିତ ହୋଇପାରନ୍ତି । ଅଭାବକୁ ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା କରିପାରନ୍ତି । ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେଇପାରନ୍ତି । ରାଜନୈତିକ ବ୍ୟକ୍ତି, ସାହିତି୍ୟକ ଓ କଳାକାରମାନଙ୍କ ସକାଶେ ଦିନଟି ଭଲ ।
ଧନୁ
ଧନୁ
ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ । ପ୍ଲଟିଙ୍ଗ କାରବାର, ଆଲୋଚନା,ପ୍ରେସ୍‌ ଓ ପବ୍ଲ୍ଳିକେଶନରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । କେତେକ କ୍ଷେତ୍ରରେ ଅନୁତାପ କରିବାକୁ ପଡିପାରେ । ଛୋଟ ଛୋଟ କଥାକୁ ନେଇ କଳହ ଲାଗିବାର ଆଶଙ୍କା ରହିଛି ।
ମକର
ମକର
ସାମୟିକ ଶାରୀରିକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ । ଆର୍ଥିକ ସ୍ଥିତି ଚିନ୍ତାଜନକ ନ ହେଲେ ମଧ୍ୟ ଏଥିପାଇଁ ମୁଣ୍ଡ ଖେଳାଇ କାମ କରିବାକୁ ପଡିବ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଝଗଡା ଲାଗିପାରେ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଅଶାନ୍ତ ମନରେ ସମୟ କଟାଇବାକୁ ପଡିବ ।
କୁମ୍ଭ
କୁମ୍ଭ
ଆର୍ଥିକ ଅନଟନକୁ ଦୂରେଇବାରେ ସମର୍ଥ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ
ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି । ଶିଳ୍ପ, ବାଣିଜ୍ୟ,ବ୍ୟବସାୟକ୍ଷେତ୍ରରେ କେତେକ ଆକସ୍ମିକ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ବାସ୍ଥ୍ୟସମସ୍ୟା କେତେକାଂଶରେ ଦୂରୀଭୂତ ହୋଇଯାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ରାଶିରେ ଚନ୍ଦ୍ର ଥିବାରୁ ପ୍ରାଥମିକ ଅବସ୍ଥାରେ ସମସ୍ୟା ଓ ପ୍ରତିବନ୍ଧକ ଦେଖା ଦେଲେ ମଧ୍ୟ ପରେ ସବୁ ଠିକ୍‌ ହୋଇଯିବ। ଭୁଲ୍‌ ବୁଝାମଣା ଯୋଗୁ...

ରାଶିଫଳ: ବୁଧବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଗୁରୁଚାନ୍ଦ୍ରୀ ଯୋଗ ହେତୁ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଅପୂରଣୀୟ ଅଭିଳାଷ ସାଙ୍ଗକୁ ମାନସିକ ଅବସାଦ ଜନିତ ଡିପ୍ରେସନ ଲାଗି ରହିବ। ନୀଚଜାତିର କୌଣସି ବ୍ୟକ୍ତିଙ୍କ ସହ କଳହ ସମ୍ଭାବନା ରହିଛି। ଦୂରଦର୍ଶିତା ବିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri