Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ
ଧନାଧିପତିଙ୍କ ସ୍ବଗୃହ ସଂସ୍ଥାନରୁ ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ । ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଚନ୍ଦ୍ରଙ୍କ ଶୁଭ ପ୍ରଭାବରେ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି କ୍ରମଶଃ ବଦଳିବାରେ ଲାଗିବ। ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। କିନ୍ତୁ ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି।
ମିଥୁନ
ମିଥୁନ
ରାଶିରେ ରାହୁ ଓ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେଇପାରେ। ତଥାପି ସ୍ତ୍ରୀଙ୍କ ଅନୁପ୍ରେରଣା, ପଡ଼ୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ। ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ସୁଯୋଗ ପାଇବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ ।
କର୍କଟ
କର୍କଟ
ଏକାଦଶସ୍ଥ ଚନ୍ଦ୍ର ହେତୁ ଏକାଧାରରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଅତୁଟ ରହିବ । ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇଲେ ସୁଦ୍ଧା ଶନିଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ରକୁ ଅସ୍ଥିରତା ପ୍ରଦାନ କରିପାରନ୍ତି। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।
ସି˚ହ
ସି˚ହ
ଦିନଟିରେ ପରିବାର, କର୍ମକ୍ଷେତ୍ର, ଶିକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ସମର୍ଥହେବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବରେ ପାଇବେ । ସଭାସମିତି, କଳା ସାହିତ୍ୟ, ରାଜନୀତି, ଜମିଜମା କାରବାର ତଥା ଗଠନମୂଳକ କାର୍ଯ୍ୟରେ କାମ କରି ଉଚ୍ଚ ପ୍ରଶଂସିତ ହେବେ ।
କନ୍ୟା
କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ଗଠନମୂଳକ କିମ୍ବା ସାମୂହିକ କାମରେ ନିଜର ପତିଆରା ଜାହିର୍‌ କରିପାରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ୟ ଅକ୍ଷୁଣ୍ଣ ରହିବ। ଶନିଙ୍କ ସୂତ୍ରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ ସ୍ତ୍ରୀ, ପ୍ରତିଦ୍ୱନ୍ଦ୍ୱୀ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ।
ତୁଳା
ତୁଳା
ଆଜି ମନରେ ବହୁବିଧ ଭାବନା ଉଦ୍ରେକ ହେବ କିନ୍ତୁ ବେଶି ଆଶାକରି କିଛି ପାଇବେ ନାହିଁ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ବହୁ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି ।
ବିଛା
ବିଛା
ଆଜି ଆପଣ ଯାହା କରନ୍ତୁନା କାହିଁକି ଆପଣଙ୍କର କୌଣସି ଅସୁବିଧା ହେବନାହିଁ । ଅବଶ୍ୟ ଶନିଙ୍କ କୁପ୍ରଭାବରୁ ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ। ବିବାଦୀୟ ଘଟଣା କିମ୍ବା ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି ।
ଧନୁ
ଧନୁ
ଆଜି ଆପଣଙ୍କ ପାଇଁ ଯିଏ ଖାଲ ଖୋଳିବ ସେଥିରେ ସେହି ବ୍ୟକ୍ତି ପଡ଼ିବାର ଖବର ପାଇବେ। ତଥାପି ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କଲେ ହଇରାଣରେ ପଡ଼ିପାରନ୍ତି। ସନ୍ତାନମାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା ଫଳପ୍ରଦ ହୋଇପାରେ। ଶାରୀରିକ ସୁସ୍ଥତା ଫେରିପାଇବେ।
ମକର
ମକର
ଗଣତନ୍ତ୍ରର ପ୍ରତୀକ ଶନିଶ୍ଚର ଗଣମାଧ୍ୟମ ସମ୍ବନ୍ଧିତ ବ୍ୟକ୍ତିମାନଙ୍କ ସକାଶେ ଖୁସି ଖବର ପ୍ରଦାନ କରିବ। ବୈରାଗ୍ୟକାରକ ହେତୁ ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟରେ ସମସ୍ୟା କ୍ରମଶଃ ଦୂରେଇଯିବ କିନ୍ତୁ କେତେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ କିନ୍ତୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଖୁସୀ ହୋଇପାରିବେ ନାହିଁ। ଆଗାମୀ ସମୟର ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ । ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଲାଗି ରହିବ। ପ୍ଲଟିଙ୍ଗ କାରବାର, ପ୍ରଶାସନ ଓ ଆନୁଷ୍ଠାନିକ କାମରେ ସମସ୍ୟାର ସମାଧାନ କରିପାରିବେ।
ମୀନମୀନ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବାର ଆଶଙ୍କା ରହିଛି । ପରିସ୍ଥିତି ଏପରି ହେବ ଯେ ଆଜି ଆପଣ କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ହୋଇପାରେ। ଅବଶ୍ୟ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri