Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
ଆଜିର ଶୁଭଚନ୍ଦ୍ର କାର୍ଯ୍ୟ ସିଦ୍ଧି ସହ ଯାତ୍ରାକୁ ସୁଗମ କରିବ। କର୍ମକ୍ଷେତ୍ରରେ ଆପଣଙ୍କ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରେ। ଅବହେଳାରୁ ପୁରାତନ ରୋଗପୀଡ଼ା ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।
ବୃଷ
ବୃଷ
ଯାହାକୁ କିଛି କହିବେ ବୋଲି ମନରେ ଭାବୁଥିଲେ ଆଜି ହଠାତ୍‌ ପାଖରେ ପାଇଲା ସମୟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି। ଆଜକୁ କେତେ ଦିନ ହେଲା ଭଲ ନ ଥିବା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଭାଗ୍ୟସ୍ଥାନ ପ୍ରତି ଏକାଧିକଗ୍ରହଙ୍କ ଦୃଷ୍ଟି ସୌଭାଗ୍ୟପ୍ରଦ ହେବ। କିନ୍ତୁ ପାପଗ୍ରହ ପ୍ରଭାବରେ ମୃଗଶିରା ନକ୍ଷତ୍ର ଯେତେ ଚେଷ୍ଟା କଲେ ମଧ୍ୟ ସମସ୍ୟା ସୁଧୁରିବା କଷ୍ଟକର ହୋଇପଡିବ। ଅଧିକାଂଶ ସମୟରେ ଭାବପ୍ରବଣତା ବୃଦ୍ଧି ପାଇବ, ଯାହାକି ଅଶାନ୍ତିର ହେତୁ ସ୍ବରୂପ ହେବାର ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ।
କର୍କଟ
କର୍କଟ
ଧନଭାବର ସୁପ୍ରଭାବରେ ଆକସ୍ମିକ ଅର୍ଥଲାଭ ସହ ସମସ୍ୟା ସମାଧାନରୁ ଆଶ୍ୱସ୍ତି ଅନୁଭବ କରିବେ। କେତେକ କାମ ଅଟକି ରହିଥିବା କାରଣରୁ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଅଫିସରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ଆଲୋଚନା କାଳରେ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁ ଅଭିମାନ କରିପାରନ୍ତି।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ସମସ୍ତ ସମସ୍ୟାକୁ ପ୍ରତିହତ କରି କର୍ମପ୍ରବାହକୁ ଅଗ୍ରଗାମୀ କରାଇନେବ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ନିକଟ ସମ୍ପର୍କୀୟମାନେ ପାଖ ମାଡି ନ ପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ରାଜନୀତି ଓ ସଭାସମିତିରେ ଚେଷ୍ଟା ସଫଳ ହେବ।
କନ୍ୟା
ପ୍ରତିକୂଳ ଗ୍ରହସ୍ଥିତି ସମସ୍ତ ଅନର୍ଥର କାରଣ ହୋଇପାରେ। ଅତଏବ ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ଚଳିବା ଭଲ ହେବ। ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଯେତେ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡିବା ସହଜସାଧ୍ୟ ହୋଇ ନ ପାରେ।
ତୁଳା
ତୁଳା
ଦ୍ୱାଦଶସ୍ଥ ଚନ୍ଦ୍ର ଯୋଗୁ ଦୂରଯାତ୍ରା କରିବାକୁ ପଡିପାରେ। ବହୁତ ଦିନହେଲା ବାରମ୍ବାର ଚେଷ୍ଟା କରୁଥିବା କାମଗୁଡିକ ସୁବିଧାରେ ନ ହେବା କାରଣରୁ ମନ ଭଲ ରହିବ ନାହିଁ । ଏପରି କି ସାମାଜିକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଦିନ ଭିତରେ ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତ ଅନୁଭବ କରିବେ।
ବିଛା
ବିଛା
ରାଶିରେ ବୃହସ୍ପତି ଏକାଦଶ୍ଥ ଚନ୍ଦ୍ର ଲକ୍ଷ୍ୟହାସଲରୁ ମାନସିକ ସ୍ତରରେ ପ୍ରସନ୍ନତା ଆସିବ। କିନ୍ତୁ ଶନି ଦୃଷ୍ଟ ଚନ୍ଦ୍ର ହେତୁ ଉପସ୍ଥିତ ପରିବେଶରେ କ’ଣ କରିବେ କିମ୍ବା ନ କରିବେ, ସେହି ନିଷ୍ପତ୍ତି ନେବା ମଧ୍ୟ ସହଜ ନ ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ବ୍ୟବସାୟ ଓ ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି।
ଧନୁ
ଧନୁ
ରାଶିରେ ଶନିଙ୍କ ଅବସ୍ଥିତି କାରଣ ଯୋଗୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଏଣେ ଯେତେ ନେହୁରା ହେଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ । ଶିକ୍ଷା, ଲେଖାପଢ଼ା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମକର
ମକର
ଦଶମ ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କ କଥାରେ ପ୍ରଭାବିତ ହୋଇ ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଏଣୁତେଣୁ ବିଗତ କଥାକୁ ମନରେ ସ୍ଥାନ ଦେଇ ସାୟାହ୍ନେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଶ୍ରବଣା ନକ୍ଷତ୍ର ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ କିମ୍ବା ଖେଳକୁଦରେ ପ୍ରଶଂସା ପାଇବେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତିଙ୍କ ସୁଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରିଚାଲନ୍ତୁ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। କିନ୍ତୁ ତାହା ବେଶିକ୍ଷଣ ତିଷ୍ଠି ରହିବ ନାହିଁ ।
ମୀନମୀନ
ପାରିବାରିକ ଅଶାନ୍ତି କାରଣରୁ ମନରେ ଦୁର୍ଭାବନା ବଢ଼ିଚାଲିବ ଏବଂ ଆପଣ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?