Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ
ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ମନ ଖରାପରୁ କୌଣସି ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଯାତ୍ରା, ପରିବହନ, ବାଣିଜ୍ୟରେ ଆଶାନୁରୂପ ସଫଳତା ମିଳିବ। ପଡ଼ୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମାଧାନ ହୋଇଯାଇପାରେ
ବୃଷ
ବୃଷ
ସୁସମ୍ପର୍କ ଥିବା ବନ୍ଧୁଙ୍କ ମାଧ୍ୟମରେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ଅର୍ଥର ଆବଶ୍ୟକତା ପଡିପାରେ। ଆତ୍ମୀୟ ସ୍ବଜନଙ୍କ ଅସହଯୋଗ ଅଭିଳାଷ ପୂରଣରେ ପ୍ରତିବନ୍ଧକ ସାଜିବ।
ମିଥୁନ
ମିଥୁନ
ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ ।
କର୍କଟ
କର୍କଟ
ଆନୁଷଙ୍ଗିକ ସାହାଯ୍ୟ, ସହଯୋଗରୁ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ଆର୍ଥତ୍କ ଅଭିବୃଦ୍ଧି ଓ ପାରିବାରିକ ସଦ୍‌ଭାବ ମନକୁ ଖୁସି କରାଇବାରେ ସାହାଯ୍ୟ କରିବ। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆତ୍ମୀୟମାନଙ୍କ ଅସହଯୋଗ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ।
ସି˚ହ
ସି˚ହ
ଗ୍ରହମାନଙ୍କ ଅନୁକୂଳ ସ୍ଥିତିରୁ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। କାମ ହାସଲ ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ। ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ।
କନ୍ୟା
ଆଶା ପୂରଣ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ କିଛି ଯୋଡିବା ସକାଶେ ଚିନ୍ତା କରିପାରନ୍ତି। ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ତୁଳା
ତୁଳା
ଭୁଲ୍‌ ବୁଝାମଣାଜନିତ ପରିବାରରେ ଅଶାନ୍ତିର ବାତାବରଣରୁ ଦୁଃଖୀ ହୋଇ ପାରନ୍ତି। ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁମାନେ ନିଜର ଫାଇଦା ହାସଲ ମତଲବରେ ସମ୍ପର୍କ ସ୍ଥାପନ କରିବା ପାଇଁ ଆଗେଇ ଆସିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଝଗଡ଼ା ଲାଗିପାରେ।
ବିଛା
ବିଛା
ଠିକ୍‌ ନିଷ୍ପତ୍ତିର ଅଭାବ ଓ ଅପରିଣାମଦର୍ଶିତା କାରଣରୁ ବହୁତ ଝଡ଼ଝଞ୍ଜା ମଧ୍ୟ ଦେଇ ଗତି କରିବାକୁ ପଡ଼ିବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ମାନସିକ ଅବସାଦ ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ।
ଧନୁ
ଧନୁ
ବିଜାତୀୟବ୍ୟକ୍ତିଙ୍କ ସହ ବିଶେଷ ସଂସର୍ଗତାରୁ ଦୂରେଇ ନ ରହିଲ ସମାଲୋଚିତ ହେବାକୁ ପଡ଼ିପାରେ। ଜମିଜମା କିଣାବିକା, ପ୍ରକଳ୍ପ କାର୍ଯ୍ୟ, ସମସ୍ୟା ସମାଧାନ କ୍ଷେତ୍ରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ରପ୍ତାନି ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତ ସାଧନା କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ।
ମକର
ମକର
ବନ୍ଧୁଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିଯିବ। ପୁରାତନ ରୋଗ ପୀଡ଼ାରୁ କଷ୍ଟ ପାଇପାରନ୍ତି। ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। ଜମିଜମା କିଣାବିକା, ପରିବହନ, ବାଣିଜ୍ୟ ପାଇଁ ଦିନଟି ଭଲ। ଆର୍ଥିକ ସ୍ଥିତି ପୂର୍ବ ପରି ସନ୍ତୋଷଜନକ ରହିବ ନାହିଁ।
କୁମ୍ଭ
କୁମ୍ଭ
ଆଜିର ସଭାସମିତରେ ବନ୍ଧୁମିଳନ, ପରିବହନ, ପ୍ରଶାସନିକ କ୍ଷେତ୍ରାଦିରେ ସଫଳତା ପାଇପାରିବେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହୋଇପାରନ୍ତି। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ। ପରିବାରରେ ଭୁଲ୍‌ ବୁଝାମଣାଜନିତ ସୁସମ୍ପର୍କରେ ଅବନତି ଘଟିପାରେ। ବ୍ୟବସାୟରେ ଭାଗୁଆଳମାନଙ୍କ ସହ ମାନମନାନ୍ତର ଦେଖା ଦେବାର ଆଶଙ୍କା ରହିଛି। ସ୍ବର୍ଣ୍ଣାଦି ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?