Posted inRasifala

ରାଶିଫଳ: ରବିବାର, ମେ ୧୯ ତାରିଖ- Daily Horoscope

ମେଷ: ଆଜି ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ ।  କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ ଚାଲିବ।

ବୃଷ: ଆଜିର ପ୍ରତ୍ୟୁଷ ଯାତ୍ରା ତୃତୀୟ ଚନ୍ଦ୍ର ପ୍ରଭାବରୁ ନିରଙ୍କୁଶ ରହିବ। ଆପଣଙ୍କ ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ମଧ୍ୟ ଠିକ୍‌ ସମୟରେ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଆଇନ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ମହିଳା ମାନେ ପାରିବାରିକ ସମସ୍ୟାକୁ ସୁଧାରି ନେବା ସକାଶେ ଚେଷ୍ଟା କରିପାରନ୍ତି।

ମିଥୁନ: ଆଜି ପ୍ରତ୍ୟେକ କ୍ଷେତ୍ରରେ ପାଇବେ ଯେତିକି ତାହାଠାରୁ ଅଧିକ ଦେବାକୁ ପଡିପାରେ। ସଂନ୍ଧ୍ୟା ସମୟରେ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ। ଆର୍ଥିକ ଦିଗରୁ ଦିନଟି ବହୁତ ଭଲ। ମହିଳାଙ୍କ ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ।

କର୍କଟ: ପରିସ୍ଥିତ ଓ ପରିଣାମକୁ ଆଖି ଆଗରେ ରଖି କାମ କରିଚାଲିଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କିନ୍ତୁ ପରୋକ୍ଷ ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ। ପ୍ରତିବନ୍ଧକ ଲାଗି ରହିବା କାରଣରୁ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।

ସି˚ହ: ଯେଉଁ ଦୃଷ୍ଟିକୋଣ ନେଇ ଅନ୍ୟକୁ ସାହାଯ୍ୟ କରିବାକୁ ଯିବେ ତାହାକୁ ଖଳବୁଦ୍ଧି ବିଶିଷ୍ଟ ବନ୍ଧୁମାନେ ଅନ୍ୟାର୍ଥରେ ଗ୍ରହଣ କରିବେ। ଏଣେ ଅଭାବବୋଧ ଲାଗି ରହିବ ଏବଂ ତେଣେ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ତୁଷ୍ଟି କରି ପାରିବେ ନାହିଁ। ଫଳରେ ଦ୍ୱନ୍ଦ୍ୱ ଯୁକ୍ତ ହୋଇ ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡିପାରେ।

କନ୍ୟା: ଦିନଟିରେ ଏମିତି କୌଣସି କାମ ନାହିଁ, ଯାହାକି ସହଜ ଓ ସୁବିଧାରେ ହୋଇଛି ବୋଲି ଚିନ୍ତା କରିବେ ଯାହାକୁ ନିଜର ବୋଲି ଭାବିବେ ସେହି ବ୍ୟକ୍ତିହିଁ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ନିର୍ମାଣ, ପରିବହନ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ

ତୁଳା: ଅନାଗତ ଭବିଷ୍ୟତ ସମୟର ଅସୁବିଧା କଳ୍ପନା କରି ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମନର ଭାବବେଗକୁ ବନ୍ଧୁ ନିକଟରେ ପ୍ରକାଶ କରିବା ହେତୁ ଭୁଲ୍‌ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ। ବିଶାଖା ନକ୍ଷତ୍ରର ସୁସଂଯତ କାର୍ଯ୍ୟଶୈଳୀ ଜନ ସମାଜରେ ଆଦରଣୀୟ ହୋଇପାରିବ।

ବିଛା: ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଯାହାକହିବେ ଅବଶ୍ୟ ମାପିଚୁପି କହିବାକୁ ପସନ୍ଦ କରିପାରନ୍ତି। ମନକଥାକୁ ଗୋପନ ରଖି କାମ ହାସଲର ଆନୁସଙ୍ଗିକ ପଦ୍ଧତିକୁ ଅନୁସରଣ କରିପାରନ୍ତି। କିନ୍ତୁ ଅନୁରାଧା ନକ୍ଷତ୍ରର ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କୌଣସି କାମରେ ମନ ଲାଗିବ ନାହିଁ। କର୍ମକ୍ଷେତ୍ରରେ ବହୁଦିନର ମନାନ୍ତରର ସମାଧାନ ହୋଇଯିବ।

ଧନୁ: ଚିନ୍ତାଜନକ ପରିସ୍ଥିତି ଆଜିର ଦିନଟିକୁ ନିରୁସତ୍ାହିତ କରିପାରେ। କୌଣସି କାମ ଶୃଙ୍ଖଳିତ ଭାବରେ ନ ହେବ। କାରଣରୁ ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଙ୍କା ରହିଛି। ବ୍ୟବସାୟ ଓ ପରିବହନରେ କେତେକ ଅଧୁନିିକୀରଣ କରି ପାରନ୍ତି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ। ମହିଳାମାନେ ଭୁଲ୍‌ବୁଝାମଣା ଯୋଗୁ ମନସ୍ତାପ କରିବେ।

ମକର: ପରିବାର ମଧ୍ୟରେ ନିଜର ଅସ୍ଥିର ମନର ଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଯାହାକି ପରିବେଶକୁ କ୍ଷତ ବିକ୍ଷତ କରିବା ଭଳି ପରିସ୍ଥିତି ସୃଷ୍ଟି ହେବ। କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ବିଶେଷ ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ। ଆଗାମୀ ମାଙ୍ଗଳିକ ଉସତ୍ବକୁ ନେଇ ନିର୍ମାଣାଧୀନ ଗୃହ, ଯାନ ବାହାନକୁ ଶେଷ ସ୍ପର୍ଶ ଦେବେ।

କୁମ୍ଭ: ଅଧିକାଂଶ ସମୟ ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ,କିମ୍ବା କାମ ଗୁଡିକ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ। ଅଫିସ୍‌ କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ ଏବଂ ସମସ୍ୟା ଦୂରେଇ ଯିବ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ଆସିବ, ମାତ୍ର ବିଶେଷ ଅସୁବିଧା ହେବ ନାହିଁ। ନୂତନ ଯୋଜନା କଥା ଚିନ୍ତା କରିପାରନ୍ତି।

ମୀନ: କାର୍ଯ୍ୟବ୍ୟସ୍ତତା କାରଣରୁ ପରିବାର ପାଇଁ ଆଜି ବେଶୀ ସମୟ ଦେଇ ପାରିବେ ନାହିଁ। ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ନିଜ ପ୍ରତ୍ୟେକ କ୍ଷେତ୍ରରୁ ଆଶାନୁରୂପ ସହାନୁଭୁତି ପାଇ ମନ ଖୁସୀ ରହିବ। ବୃତ୍ତି, ବାଣିଜ୍ୟ, ଆଲୋଚନା କେତେକାଂଶରେ ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସକାଶେ ସନ୍ତୋଷଜନକ ନ ହୋଇପାରେ। ମହିଳାମାନଙ୍କ ପାଇଁ ଦିନଟି ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri