Posted inRasifala

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ ା ଜମିଜମା କିମ୍ବା କାର୍ଯ୍ୟକ୍ଷେତ୍ରର ବିଫଳତା ଯୋଗୁ ଅଶାନ୍ତ ରହିପାରନ୍ତି। ପାରିବାରିକ ସ୍ଥିତି, ପରିବହନ, ନିର୍ମାଣ, କାରିଗରି ବିଦ୍ୟା ଏବଂ ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ।
ବୃଷ
ବୃଷ
ଆଜି କେନ୍ଦ୍ରାଧିପ ରବିଙ୍କ ରାଶ୍ୟାବସ୍ଥାନ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରାଇବ। କର୍ମକ୍ଷେତ୍ରରେ ଟିକିଏ ଜୋର୍‍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରର ଆବଶ୍ୟକତାକୁ ନେଇ କୌଣସି ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି।
ମିଥୁନ
ମିଥୁନ
ଧନାଧିପ ପାପଗ୍ରହଯୁକ୍ତ କାରଣରୁ ଅର୍ଥ ସମ୍ପର୍କୀୟ ବିବାଦଜନିତ ମାନସିକ ଉତ୍ତେଜନା ବୃଦ୍ଧି ପାଇବ। କାର୍ଯ୍ୟବ୍ୟସ୍ତତା କାରଣରୁ ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ। ଅଭାବନୀୟ ପରିସ୍ଥିତି ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ। ଉଚ୍ଚବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଅଶୁଭ ସମ୍ପର୍କ ଏବଂ ସ୍ଥିତି ଆପଣଙ୍କ ଦୈହିକ ଏବଂ ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରେ। ତଥାପି ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ବନ୍ଧୁ ମିଳନ ଆନୁଷ୍ଠାନିକ କାମରେ ନିଜକୁ ସାମିଲ କରିପାରନ୍ତି। ମାଲିମକଦ୍ଦମା, ନିର୍ମାଣ, ଯୋଗାଯୋଗ, ସାମ୍ବାଦିକତା, ଏଜେନ୍‍ଶିପ୍‍ରେ ସଫଳତା ମିଳିବ।
ସି˚ହ
ସି˚ହ
ରବିଙ୍କ ସୁପ୍ରଭାବରୁ ଆପଣଙ୍କ ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ନିରଙ୍କୁଶ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି ପରିବେଶକୁ ଗମ୍ଭୀର କରି ଦେଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ସଫଳତା ମିଳିବ। ଭୁଲ୍‍ ନିଷ୍ପତ୍ତି ନେଇ ସାମାଜିକ ସ୍ତରରେ ସମାଲୋଚିତ ହୋଇପାରନ୍ତି ା
କନ୍ୟା
ଆଜି ଆପଣ ଖର୍ଚ୍ଚାନ୍ତ ହେଲେ ମଧ୍ୟ କାର୍ଯ୍ୟ ହାସଲ ହେବା କଷ୍ଟକର ହୋଇପାରେ। ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ଭଲ ସମ୍ପର୍କ ନଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ପାରିବାରିକ କ୍ଷେତ୍ରକୁ କିଛି ମାତ୍ରାରେ ପ୍ରଭାବିତ କରିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଜିନିଷପତ୍ର ଅଦଳ ବଦଳ ହୋଇଯାଇପାରେ। ବନ୍ଧୁମାନଙ୍କ ସାହାଯ୍ୟରୁ ଦ୍ରବ୍ୟ ଲାଭ ହେତୁ ଖୁସି ହେବେ। ରୋଗ, ଋଣ ଓ ଶତ୍ରୁତା ସମ୍ବନ୍ଧୀୟ ଟେନ୍‍ସନ ସୃଷ୍ଟିଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ।
ବିଛା
ବିଛା
ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଚତୁର୍ଥାଧିପଙ୍କ ନୀଚାରୋହଣ ପରିବାରରେ ମତଦୈଧଜନିତ କାମ ଶୃଙ୍ଖଳିତ ହେବ ନାହିଁ। ଲେଖାପଢ଼ା, ସାମ୍ବାଦିକତା, ପ୍ରକାଶନ, ଯାନବାହନ, ନିର୍ମାଣରୁ ସୁଫଳ ପାଇବେ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷାରେ କୃତିତ୍ୱ ଯୋଗୁ ଆନନ୍ଦ ଅନୁଭବ କରିପାରନ୍ତି।
ଧନୁ
ଧନୁ
ଗ୍ରହସ୍ଥିତି ଅନୁକୂଳ ନ ଥିବାରୁ କେତେକ ଅସୁବିଧା ଭୋଗ କରିବାକୁ ପଡ଼ିପାରେ। କୌଣସି କଥାରେ ଅନ୍ୟମାନଙ୍କୁ ପୂର୍ଣ୍ଣ ବିଶ୍ୱାସ କରି କାମ କରିବା ଠିକ୍‍ ହେବ ନାହିଁ। ପୂର୍ବରୁ ଭଲ ସମ୍ପର୍କ ନଥିବା ନିଜ ଲୋକ ଈର୍ଷା ପରାୟଣତା କାରଣରୁ ଦାଉ ସାଧିପାରନ୍ତି। ଅଧିକାଂଶ ସମୟ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମକର
ମକର
ଆଜି କର୍ମାଧିପତିଙ୍କ ଶୁଭ ସଂସ୍ଥିତିରୁ ଆପଣଙ୍କ ଉଦ୍ୟମ ନିଷ୍ଫଳ ହେବନାହିଁ। ପରିବାରର ସହଯୋଗ ଓ ସମର୍ଥନ ଆଜିର କାମରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ। ବନ୍ଧୁମାନଙ୍କ ଗହଣରେ ନିଜ ନିଜର ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ଅତୀତ ସମସ୍ୟା ମନକୁ ଭାରାକାନ୍ତ କରିପାରେ ା
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ନଥିଲେ ମଧ୍ୟ ଦିନଚର୍ଯ୍ୟାରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା କାରଣରୁ ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ଛୋଟ ଛୋଟ କଥାକୁ କେନ୍ଦ୍ର କରି ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ରବିଙ୍କ ପ୍ରଭାବରୁ ବାଣିଜ୍ୟ ଓ ସାହିତ୍ୟରେ ସମସ୍ୟା ସମାଧାନ ହେବ।
ମୀନମୀନ
ବୃହସ୍ପତିଙ୍କ ସ୍ଥିତି କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ। ଆନୁଷ୍ଠାନିକ କିମ୍ବା ଶୁଭକାର୍ଯ୍ୟ ସମ୍ପାଦନ କରିବେ ଏବଂ ସମ୍ପର୍କୀୟଙ୍କ ସହଯୋଗ ମଧ୍ୟ ମିଳିବ। ଅନ୍ୟମନସ୍କରୁ ମୂଲ୍ୟବାନ୍‍ ଜିନିଷ ଠିକ୍‍ ସମୟରେ ନପାଇ ବ୍ୟତିବ୍ୟସ୍ତ ହେବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ପରକ୍ଷଣରେ ପସ୍ତାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri