Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୦୪ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଲାଭ। ଉନ୍ନତ ଚିନ୍ତା,ନିରଳସ ଉଦ୍ୟମ,ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ। ଶିକ୍ଷାକ୍ଷେତ୍ରରେ ସୁନାମ,ପିଲାଙ୍କ ସଫଳତା,ପ୍ରେମ ସମ୍ପର୍କ,ଉନ୍ନତମାନର ଆଲୋଚନା,ପାରିବାରିକ ସଦ୍ଭାବ , ଶିଳ୍ପ, ବ୍ୟବସାୟ,ପରିବହନ ଓ ରାଜନୀତିରେ ଆଶା ପୂରଣହେବ।
ବୃଷ
ବୃଷ
ଯାତ୍ରା,ବାଣିଜ୍ୟ,ପ୍ରତିଦ୍ୱନ୍ଦ୍ୱିତା,ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ,ସ୍ତ୍ରୀ ସମ୍ପର୍କ କ୍ଷେତ୍ରରେ ଉଚ୍ଚମାନର ସୁଫଳ। ପଡ଼ୋଶୀଙ୍କ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହୋଇପାରନ୍ତି। ଘର ତିଆରି , ଯାନବାହନ,ଦୋକାନର ଉନ୍ନତି ଓ ସଭାସମିତିରୁ ଉପକୃତ ହେବେ। ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ। ଖଳପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି।
ମିଥୁନ
ମିଥୁନ
ଜମିଜମା,ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଦ୍ରବ୍ୟ କିଣାବିକା ସକାଶେ ମନ ବଳାଇବେ। ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟା ସୃଷ୍ଟି ହୋଇପାରେ। ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିପାରନ୍ତି। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିବା ସହ ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଆପଣଙ୍କ ସମ୍ମୁଖରେ କିଛି ସିନା କହିବେ ନାହିଁ, କିନ୍ତୁ ପଛରେ ସମାଲୋଚନା କରିପାରନ୍ତି। ଟଙ୍କା ପଇସା ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ ନଚେତ୍‌ କ୍ଷତିରେ ପଡ଼ିବେ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ନ ରହିବାରୁ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ସାହିତ୍ୟ,ସାମ୍ବାଦିକତା,ବ୍ୟବସାୟ,ବାଣିଜ୍ୟ, ଜମିଜମା କାରବାର,ନିର୍ମାଣ, ପରିବହନରୁ ଲାଭ ପାଇବେ। ପର ଉପରେ ନିର୍ଭରକରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇପାରେ। ମନ ମଧ୍ୟରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ଆଦୌ ହେଳା କରିପାରିବେ ନାହିଁ।
କନ୍ୟା
ଆପଣ ଯାହା କରିବାକୁ ମନସ୍ଥ କରିଥିଲେ ବାସ୍ତବ କ୍ଷେତ୍ରରେ ତାହାର ଓଲଟା ଫଳ ମିଳିବ। ଉପରିସ୍ଥଙ୍କ ବିରକ୍ତିଭାବରୁ କଡ଼ା ଭାଷା ଶୁଣିବାକୁ ପଡ଼ିପାରେ। କୌଣସି ଏକ ଭିନ୍ନ ପରିବେଶରେ ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ର ହେବାକୁ ଚେଷ୍ଟିତ ହେବେ। ସାମ୍ବାଦିକତା,ପ୍ରଶାସନ,ଆଇନ, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ।
ତୁଳା
ତୁଳା
ସମସ୍ୟା ସମାଧାନ କରିବା କ୍ଷେତ୍ରରେ ଟେନ୍‌ସନ ଲାଗି ରହିବ। ଦୀର୍ଘ ସମୟ ପରେ କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ, ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। କଳା,କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା,ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା,ଅନୁସନ୍ଧାନ,କୃଷି,ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ଅଭିଳାଷ ପୂରଣ ଲକ୍ଷ୍ୟରେ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରିପାରିବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ,ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅତି ନିକଟରେ ରହୁଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ, କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବ। ଆପଣ ମନେ ମନେ ଯାହା ଭାବୁଛନ୍ତି ତାହା ବନ୍ଧୁଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରି ପାରିଲେ ହିଁ ଭଲ ହେବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ଆଶା ରହିଛି। ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନଦେଇ ପ୍ରଶଂସିତ ହେବେ। ବନ୍ଧୁ କିମ୍ବା ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଅସାବଧାନତା କାରଣରୁ ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡ଼ିହେବ ନାହିଁ। ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇପାରନ୍ତି।
କୁମ୍ଭ
କୁମ୍ଭ
ଯେଉଁଠି ଯାହା କହିବେ ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ବଦଳରେ କଷ୍ଟକର ହୋଇପାରେ। ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ,କିନ୍ତୁ ଋଣ ପରିଶୋଧ କରିବାରେ ପଛେଇଯିବେ। ପ୍ରେସ୍‌,ପବ୍ଳିକେଶନ,ଜମିଜମା କାରବାର, ନିର୍ମାଣ, ବାଣିଜ୍ୟ,ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ।
ମୀନମୀନ
ସକାଳୁ କର୍ମପନ୍ଥା ସ୍ଥିର କରି ନି ଜକୁ ପ୍ରସ୍ତୁତ କରିନେଇପାରନ୍ତି। ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରିବାକୁ ମନସ୍ଥ କରିବେ। ବହୁଦିନରୁ କ୍ଷତିରେ ଚାଲୁଥିବା ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri