Posted inRasifala

ରାଶିଫଳ: ମଙ୍ଗଳବାର ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ
ରବି ରଶ୍ମିରେ ଅସ୍ତଗତ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରେ । ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଅବହେଳା ଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କୁ କୈଫିୟତ ଦେବାକୁ ପଡ଼ିବାର ଆଶଙ୍କା ରହିଛି । ତଥାପି ଶୁକ୍ରଙ୍କ ସ୍ଥିତି ଆପଣଙ୍କୁ ଖୁସିରେ ରହିବାର ମଉକା ଜୁଟାଇପାରନ୍ତି।
ବୃଷ
ବୃଷ
ଅଟକି ରହିଯାଇଥିବା ବିଭିନ୍ନ ପ୍ରକାର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଅର୍ଥ ସମ୍ବନ୍ଧୀୟ ବିବାଦର ଅବସାନ ଘଟିବାର ସୂଚନା ରହିଛି ।
ମିଥୁନ
ମିଥୁନ
ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ବୃଦ୍ଧି ପାଇବ । ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆରର୍ଦ୍ରା ନକ୍ଷତ୍ରର ଶିଳ୍ପ,ବାଣିଜ୍ୟ ଓ ଯାତ୍ରା ପାଇଁ ସମସ୍ୟା ରହିବ ନାହିଁ ।
କର୍କଟ
କର୍କଟ
ଆମତ୍ୀୟମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ । ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ବୃଦ୍ଧ ପିତା,ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଖୁସି ଅନୁଭବ କରିବେ । ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ସି˚ହ
ସି˚ହ
ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବ । ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦ ଘେରରେ ପଡ଼ିପାରନ୍ତି । କ୍ରୀଡ଼ା,ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରର ବରାଦ ଅନୁସାରେ ନୂତନ ଗାଡ଼ି କିମ୍ବା ସୁନା ଗହଣାଦି ସାମଗ୍ରୀ କ୍ରୟ କରିପାରନ୍ତି।
କନ୍ୟା
ଯେତେ ଭଲ କାମ କଲେ ମଧ୍ୟ କର୍ମ କ୍ଷେତ୍ରରୁ ଅଭିଯୋଗ ଆସିପାରେ । ଆକସ୍ମିକ ଦୁର୍ବଳତା ଜନିତ କାମରେ ପଛେଇ ରହିପାରନ୍ତି । ବନ୍ଧୁଙ୍କ ନିକଟରୁ ବକେୟା ଆଦାୟକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ । ଔଷଧ, ବହିପତ୍ର,ଲୁଗାପଟା ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲହେବ ।
ତୁଳା
ତୁଳା
ଭୁଲ୍‌ ବୁଝାମଣା ଯୋଗୁ ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯିବ ା କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି ା ଆକସ୍ମିକ ଭାବରେ ପିଲାମାନଙ୍କ ତରଫରୁ ସମସ୍ୟା ଆସିପାରେ ା ଶନିଙ୍କ ପ୍ରଭାବରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ ା
ବିଛା
ବିଛା
ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ଜନିତ ମନୋବଳ ହ୍ରାସ ପାଇବ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କରି ଟେନସନ୍‌ ବଢ଼ିପାରେ । ଅଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଓ ଆଳସ୍ୟ ଅନୁଭବ କରିପାରନ୍ତି। ଆଶା କରୁଥିବା ଦିଗରୁ ଆର୍ଥିକ ସହଯୋଗର ଅଭାବ ରହିବ ନାହିଁ କିନ୍ତୁ କୌଣସି ବନ୍ଧୁଙ୍କୁ ଅପେକ୍ଷା କରି ବ୍ୟସ୍ତ ରହିବେ ।
ଧନୁ
ଧନୁ
ଶାରୀରିକ ଓ ମାନସିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ । ଆପଣଙ୍କ ପରିସ୍ଥିତି ପ୍ରତି ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି । ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡ଼ିବେ । ନିଜର ଭୁଲ୍‌କୁ ଆଖିବୁଜି ଦେଇ ଅନ୍ୟ ଉପରେ ଦୋଷ ଢାଳିବାର ଅପଚେଷ୍ଟା କରି ସମାଲୋଚିତ ହୋଇପାରନ୍ତି।
ମକର
ମକର
ରାଶିରେ ଶନି ଓ ମଙ୍ଗଳଙ୍କ ସମାବେଶ ଯୋଗୁ କୁହୁଳୁଥିବା ଅଶାନ୍ତି ହଠାତ୍‌ ପରିବେଶକୁ ବଦଳାଇ ଦେଇପାରେ । ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି। କୈାଣସି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଆପଣଙ୍କୁ ଭାବପ୍ରବଣ କରାଇପାରେ । ପରିସ୍ଥିତିବଶତଃ ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନଧରି ଚଳିବାକୁ ବାଧ୍ୟ ହେବେ ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ସ୍ଥଗିତ କାମଟିକୁ ସହକର୍ମୀଙ୍କ ଦ୍ୱାରା କରାଇ ନେଇପାରନ୍ତି। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଅଯଥା ଯୁକ୍ତିତର୍କ କରିବା ଦ୍ୱାରା କିଣା,ବିକା କାରବାରରେ ଅପଦସ୍ଥ ହେବାର ଆଶଙ୍କା ରହିଛି। ଯାତ୍ରା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ ।
ମୀନମୀନ
ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ଦାୟିତ୍ୱ ନେଇଥିବା ଲୋକଟି ଠିକ ଖବର ଦେବାରେ ହେଳା କରିପାରନ୍ତି। ବନ୍ଧୁଙ୍କ ପାଖରେ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri