Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ସାମାଜିକ ସ୍ତରରେ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। ପାରିବାରିକ ସ୍ତରରେ ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି କରିବେ ଓ ଆଶାନୁରୂପ ଫଳ ପାଇବେ। ଦ୍ୱିଜା ନକ୍ଷତ୍ରର ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ।
ବୃଷ
ବୃଷ
ରାହୁ ଅଷ୍ଟମ ଭାବକୁ ଦେଖୁଥିବାରୁ କର୍ମକ୍ଷେତ୍ରରେ ଦୁଃସାହସିକ କାମରେ ପ୍ରବେଶ କରିବେ କିନ୍ତୁ ପରିଶେଷରେ ଅନୁତାପ କରିବାକୁ ବାଧ୍ୟ ହେବେ। ମୃଗଶିରା ନକ୍ଷତ୍ରର ବିବାଦୀୟ ଘଟଣା ପୂର୍ବପରି ଅମୀମାଂସିତ ରହିବ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଲାଭକରିବେ।
ମିଥୁନ
ମିଥୁନ
ରବି ସ୍ବଗୃହକୁ ଦେଖୁଥିବାରୁ ସରକାରୀ ସ୍ତରରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ଗଣ ଯୋଗାଯୋଗ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ପୁନର୍ବସୁ ନକ୍ଷତ୍ର ଖଳ ଲୋକଙ୍କ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭତ୍ୱ ସଙ୍ଗକୁ ଶନିଙ୍କ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପାରିବାରିକ, ପ୍ରଶାସନ, ପ୍ରକାଶନ ଓ ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବନ୍ଧୁମିଳନ ସହ ନିଜର ଆତ୍ମୀୟମାନଙ୍କ ଠାରୁ ଆଦର ଅଭ୍ୟର୍ଥନା ପାଇ ଖୁସୀ ହୋଇପାରନ୍ତି।
ସି˚ହ
ସି˚ହ
ଶୁକ୍ରଙ୍କ ଶୁଭ ପ୍ରଭାବରୁ ଦୃଢ ପଦକ୍ଷେପ ନେବା ହେତୁ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। କିନ୍ତୁ ସଭାସମିତିରେ କୌଣସି ମନ୍ତବ୍ୟ ଜନିତ କର୍ମ କ୍ଷେତ୍ରରେ ସମସ୍ୟା ଓ ବନ୍ଧୁରେ ମନୋମାଳିନ୍ୟ ସୃଷ୍ଟି ହୋଇପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ, ନୂତନ ଗୃହ ପ୍ରବେଶ,ସକାଶେ ପୂର୍ବାଲୋଚନା କରିପାରନ୍ତି।
କନ୍ୟା
ବୁଧଙ୍କ କୁପ୍ରଭାବ ଜନିତ କୌଣସି ବ୍ୟକ୍ତିଙ୍କ ଠାରୁ ଦୁଃସମ୍ବାଦ ପାଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଉଲ୍ଲସିତ ହେବେ। ହସ୍ତା ନକ୍ଷତ୍ର ସାମାଜିକ ସ୍ତରରେ ପରୋପକାର ମନୋଭାବରୁ ପ୍ରସଂଶା ପାଇବେ। କିନ୍ତୁ ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବୁଦ୍ଧିଜିବୀମାନଙ୍କ ପୃଷ୍ଠ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ।
ତୁଳା
ତୁଳା
ଶନିଙ୍କ କୁପ୍ରଭାବ ଜନିତ ପରିବାରରେ ନିଜ ଲୋକ ମାନଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ତଥାପି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଙ୍ଗସାଥୀମାନଙ୍କ ସହ ଭ୍ରମଣ ସକାଶେ ମନ ବଳାଇ ପାରନ୍ତି। ବିଶାଖା ନକ୍ଷତ୍ର ଅପପ୍ରଚାର ସମ୍ଭନ୍ଧୀୟ ଶୁଣା କଥାକୁ ଆଦୌ ବିଶ୍ୱାସକରନ୍ତୁ ନାହିଁ।
ବିଛା
ବିଛା
ଭଲ କାମ କରି ମଧ୍ୟ ଆଶା ଓ ଆକାଂକ୍ଷା ପୂରଣ ନହେବାରୁ ମାନସିକ ସ୍ତରରେ ଆଘାତ ପାଇପାରନ୍ତି। ସାଧାରଣ କଥାରେ ପାରିବାରିକ ମତପାର୍ଥକ୍ୟ ବୃଦ୍ଧି ପାଇବା କାରଣରୁ ମାନସିକସ୍ଥିତି ବୋଝଉପରେ ନଳିତାବିଡା ପରି ମନେହେବ। ଅନୁରାଧା ନକ୍ଷତ୍ରର ବନ୍ଧୁ ମାନଙ୍କ ସାହାଯ୍ୟ ନେଇ ଆଶା କରୁଥିବା ସ୍ଥାନରୁ ସହସା ଧନପ୍ରାପ୍ତି ହୋଇପାରେ।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ଅନୁଯାୟୀ ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପୂର୍ବାଷାଢା ନକ୍ଷତ୍ର ନିଜର ଲୋକ ପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ମକର
ମକର
ଚତୁର୍ଥଭାବରେ ବିଳାସକାରକଗ୍ରହ ଶୁକ୍ର ରହିଥିବାରୁ ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଧାତୁ ଅଳଙ୍କାର ସମ୍ବନ୍ଧୀୟ ଦ୍ରବ୍ୟଲାଭ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ଧନିଷ୍ଠା ନକ୍ଷତ୍ରର ନିର୍ମାଣ, ମାଲିମକଦ୍ଦମା, ଜମିଜମା କାରବାର ଧିମେଇ ଯାଇପାରେ। ଆତ୍ମୀୟ ସ୍ବଜନମାନଙ୍କ ଅନୁରାଗର ବାଣୀ ମନକୁ ଆହ୍ଲାଦିତ କରିବ।
କୁମ୍ଭ
କୁମ୍ଭ
ଏକାଧିକଗ୍ରହଙ୍କ ଅଶୁଭତ୍ୱ କାରଣରୁ ମନକଥା ମନରେ ରହିଯିବ ସିନା କାମକୁ ଆସିବ ନାହିଁ। ଶତଭିଷା ନକ୍ଷତ୍ରର ସଫଳତା ହାସଲ ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଆଦୃତି ଲାଭ କରିପାରନ୍ତି। ସାମୟିକ ପ୍ରତିବନ୍ଧକ କାରଣରୁ ଯାତ୍ରା, ଆଲୋଚନା ଓ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିଯାଇପାରେ।
ମୀନମୀନ
ବୃହସ୍ପତିଙ୍କ ଅଶୁଭତ୍ୱରୁ ବାହ୍ୟିକ ଦୃଷ୍ଟିକୋଣରୁ ସୁସ୍ଥ ଦେଖାଗଲେ ମଧ୍ୟ ଅନ୍ତର୍ନିହିତ ରୋଗ ପ୍ରତି ସଜାଗ ନରହିଲେ ଅସୁବିଧାରେ ପଡିବେ। ଅଧିକାଂଶ ସମୟ ଜାଣିଶୁଣି କେତେକ ଜଣାଶୁଣା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ରେବତୀ ନକ୍ଷତ୍ର ନିଜ ମନ ପସନ୍ଦର ଜିନିଷ ଲାଭ କରି ଏକ ପ୍ରକାର ଖୁସୀ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri