Posted inRasifala

ରାଶିଫଳ: ମଙ୍ଗଳବାର, ଫେବ୍ରୁଆରି ୧୧ ତାରିଖ – Daily Horoscope

ମେଷ
କର୍ମଭାବର ଶୁଭତ୍ୱ ଆପଣଙ୍କ କାର୍ଯ୍ୟସିଦ୍ଧି ସହ ସାମାଜିକ ସମ୍ମାନ ଅକ୍ଷୁଣ୍ଣ ରହିବ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା ସଙ୍ଗକୁ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। କିନ୍ତୁ କୃତିକା ନକ୍ଷତ୍ର ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି।
ବୃଷ
ବୃଷ
ଆଜି ଏହିଭଳି ଜଣେ ବ୍ୟକ୍ତିଙ୍କ ସହାଯ୍ୟ ପାଇବେ ଯାହାକି ଆପଣ କେଭେଁ କଳ୍ପନା ମଧ୍ୟ କରି ନ ଥିବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ମୃଗଶିରା ନକ୍ଷତ୍ରର ବିବାଦୀୟ ଘଟଣା ପୂର୍ବପରି ଅମୀମାଂସିତ ରହିବ ଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ।
ମିଥୁନ
ମିଥୁନ
ଆଜି ସକାଳର ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା ରହିଛି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇପାରନ୍ତି। ଧୈର୍ଯ୍ୟର ସହ ସମସ୍ୟାର ସମାଧାନ କଲେ ସୁଫଳ ମିଳିବ।
କର୍କଟ
କର୍କଟ
ଆଜିର ପୂର୍ବାହ୍ନରେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପାରିବାରିକ, ପ୍ରଶାସନ, ପ୍ରକାଶନ ଓ ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବାର ସୂଚନା ରହିଛି। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହୋଇପାରନ୍ତି। ଆର୍ଥିକ ସମସ୍ୟା ପୂର୍ବଭଳି ଅକ୍ଷୁଣ୍ଣ ରହିପାରେ।
ସି˚ହ
ସି˚ହ
କୌଣସି ସମସ୍ୟା ବିଷୟରେ ଆଦୌ ଚିନ୍ତା କରନ୍ତୁ ନାହିଁ, ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ପୂର୍ବ ଶତ୍ରୁତା କାରଣରୁ ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । ପଦସ୍ଥବ୍ୟକ୍ତିଙ୍କ ସହାୟତାରେ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହୋଇପାରେ।
କନ୍ୟା
ଆଜି ସକାଳୁ ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଅବଶ୍ୟ ଶୁଭଫଳ ପାଇବେ। ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ। ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କ ଠାରୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି। ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ତୁଳା
ତୁଳା
ପରିବାର ଭିତରେ କେତେକ ଅକୁହା କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ନିଜ ଲୋକ ମାନଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ନିକଟସ୍ଥ ବ୍ୟକ୍ତି ବିଶେଷଙ୍କ ଠାରୁ ଶ୍ରଦ୍ଧା, ଆଦର ପାଇ ନିଜକୁ ଗର୍ବିତ ମନେ କରିପାରନ୍ତି।
ବିଛା
ବିଛା
କେତେକ ପାରିବାରିକ ସମସ୍ୟା ହେତୁ ମନଟା ଚହଲି ଯାଇପାରେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। କଠୋର ଶ୍ରମଜନିତ ସ୍ବାସ୍ଥ୍ୟରେ ଅବନ୍ନତି ଘଟିବା ଆଶଙ୍କା ରହିଛି। କିନ୍ତୁ ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ ରେ ଲାଭବାନ ହେବେ।
ଧନୁ
ଧନୁ
ସ୍ବରାଶିସ୍ଥ ବୃହସ୍ପତି ହେତୁ ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ନିଜର ଲୋକ ପ୍ରିୟତା କାରଣରୁ ଶତ୍ରୁ ଠାରୁ ମଧ୍ୟ କାମ ହାସଲ କରିନେବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇ ପାରନ୍ତି, କିମ୍ବା କାମ ହାସଲ କରି ପାରନ୍ତି।
ମକର
ମକର
ଆଜି ବନ୍ଧୁମାନଙ୍କ ଦ୍ୱାରା ରାଜକୀୟ ସମ୍ମାନ ପାଇ ନିଜକୁ ଭାଗ୍ୟବାନ ମନେ କରିବେ। ଦୀର୍ଘ ଦିନର ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଘର ଲୋକ ମାନଙ୍କ ଅନୁରୋଧରେ ମନୋରନ ଜିନିଷ କ୍ରୟ କରି ପାରନ୍ତି। କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସମ୍ପର୍କ ସ୍ଥାପନ କରି ଉପକୃତ ହେବେ।
କୁମ୍ଭ
କୁମ୍ଭ
ଆନୁସଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଆଜିର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ସାମୟିକ ପ୍ରତିବନ୍ଧକ ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନ, ପ୍ରଶାସନିକ ସ୍ତରରେ ସଫଳତା ହାସଲ କରି ଖୁସୀ ହେବେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ନିଜ ଇଚ୍ଛା ଅନୁଯାୟୀ ଚାହୁଁଥିବା ଜିନିଷଟି ନ ପାଇ ମନଦୁଃଖ କରି ପାରନ୍ତି।
ମୀନମୀନ
ଗ୍ରହସ୍ଥିତିର ପ୍ରଭାବରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଆପଣଙ୍କ କାମରେ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟିର ସହାୟକ ହୋଇପାରନ୍ତି। କିଛିଟା ସମସ୍ୟାମୂଳକ କଥାକୁ ମନରେ ରଖିପାରିବେ ନାହିଁ, ବନ୍ଧୁଙ୍କୁ କହିଦେବା ଫଳରେ ପରିସ୍ଥିତି ବିଗିଡିଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ନୀଚରାଶିରେ ଅଷ୍ଟମସ୍ଥ ହୋଇଥିବାରୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri