Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୫ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ ପାଇବାକୁ ଥିବା ଜିନିଷଟି ନ ପାଇ ନିରାଶ ହୋଇପାରନ୍ତି। ପରିବାରରେ ଶାନ୍ତି ଫେରି ଆସିବା ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କଚେରି ମାମଲାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବୃଷ
ବୃଷ
କୌଣସି କାମ କରିବା ପାଇଁ ଇଛା ହେବନାହିଁ। ହାତରେ ଗୁରୁ ଦାୟିତ୍ୱ ଥିଲେ ମଧ୍ୟ ଅପୂର୍ଣ୍ଣତା ହେତୁ ବ୍ୟସ୍ତତା ବଢିଯିବ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, କଳା, କ୍ରୀଡା, ସଙ୍ଗୀତକ୍ଷେତ୍ର ମନ୍ଦ ହେବନି। ଅପବ୍ୟୟ, ଅତୀତ ଚିନ୍ତା, କାର୍ଯ୍ୟହାନୀ, ବ୍ୟବସାୟିକ ବିଫଳତା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ। କୈାଣସି କ୍ଷେତ୍ରରେ ପ୍ରତିବାଦ କଲେ ଟେନ୍ସନ୍‌କୁ ନିମନ୍ତ୍ରଣ କରିବେ।
ମିଥୁନ
ମିଥୁନ
ବନ୍ଧୁଙ୍କ ସହାୟତାରେ ଆଜି ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ସକାଳୁ ସକାଳୁ କିଛି ଅପେକ୍ଷା କରି ରହିଥିବା ଖବର ପାଇ ସାମୟିକ ଖୁସୀ ହୋଇଯିବେ।
କର୍କଟ
କର୍କଟ
ପରିଶ୍ରମ ମୁତାବକ ପାରିଶ୍ରମିକ ପାଇବା କଷ୍ଟକର ହୋଇପାରେ। ପୂର୍ବେ ଯେଉଁମାନଙ୍କ ସହ ସମ୍ପର୍କ ଭଲଥିଲା ବର୍ତମାନ ସେମାନେ ଦୂରେଇ ରହିବେ। ବନ୍ଧୁମାନେ ଫାଇଦା ହାସଲ ପାଇଁ ଚେଷ୍ଟା କରିପାରନ୍ତି। ପରିବହନ, ପ୍ରଶାସନ, ଜମିଜମା, ଗୃହନିର୍ମାଣ, କଳା, କ୍ରୀଡାରୁ ସମ୍ମାନ ଓ ପ୍ରଶଂସା ଉଣା ହେବନାହିଁ।
ସି˚ହ
ସି˚ହ
ପରିବାରରେ ସ୍ତ୍ରୀ ଏବଂ ବାଣିଜ୍ୟ, ବ୍ୟବସାୟରେ ସମସ୍ୟା ସୃଷ୍ଟି ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ସହକର୍ମୀଙ୍କ ମଧ୍ୟସ୍ଥତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ।
କନ୍ୟା
ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କାମରେ ଯାତ୍ରା ପାଇଁ ଅନୁକୂଳ। ପାରିବାରିିକ ପ୍ରତିରୋଧ ହେତୁ ଅଟକି ରହିଥିବା କାମ ଗୁଡିକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ସାମିକ ମନ ଖୁସୀ ରହିବ। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱରା କଳା, ସଙ୍ଗୀତ, ଚଳଚ୍ଚିତ୍ର, ଆନୁଷ୍ଠାନିକ ଓ ପ୍ରଶାସନିକ ସ୍ତରର ସମସ୍ୟା ସମାଧାନ ହୋଇପାରିବ।
ତୁଳା
ତୁଳା
ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ। ଅର୍ଥ ଲାଭ, ଶାରିରୀକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ପଦସ୍ଥବ୍ୟଚ୍ଛିଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ଶିଳ୍ପ,ବାଣିଜ୍ୟ ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବିଛା
ବିଛା
ଆନୁଷ୍ଠାନିକ କାମରେ ବନ୍ଧୁମିଳନ ଜନିତ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ହୁଏତ ହୋଇ ନ ପାରେ । ଅଧ୍ୟୟନ, ଅଧ୍ୟାପନା ସଙ୍ଗକୁ ଜଳ, ତୈଳ, ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ, କର୍ମକ୍ଷେତ୍ରରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ।
ଧନୁ
ଧନୁ
ଅର୍ଥଲାଭ,ସଦ୍‌ଭାବନା ସହ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ପ୍ରଶାସନ,ଏଜେନ୍ସିପ୍‌, ଶିଳ୍ପ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ। ସଭାସମିତିରେ ବନ୍ଧୁମାନଙ୍କର କଟୁକ୍ତି ଶୁଣି ମନ ଦୁଃଖ କରିପାରନ୍ତି।
ମକର
ମକର
ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ହଠାତ୍‌ ଯାତ୍ରା କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବଦାନ୍ୟତାରୁ କାର୍ଯ୍ୟ ସାଧନ କରି ପ୍ରଶଂସିତ ହେବେ। ଆଲୋଚନାର ଶେଷ ପର୍ଯ୍ୟାୟରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇ ପାରନ୍ତି।
କୁମ୍ଭ
କୁମ୍ଭ
ଆର୍ଥିକ ଅନଟନ କାମକୁ ସ୍ଥଗିତ ରଖିବାର ବହୁତ ସମ୍ବାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। କିନ୍ତୁ ଆପଣ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। ପାରିବାରିକ ସ୍ଥିତି ପୂର୍ବପରି ରହିବ।
ମୀନମୀନ
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳନ୍ତୁ, ନତୁବା ଝାମେଲା ବଢି ଯାଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ତାହାକୁ ଓଲଟା ବୁଝତ୍ବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟରେ ସଫଳତା ହାସଲ କରିପାରିବେ। ଯାତ୍ରା ସମୟରେ ଯାନ ବାହାନରେ ସତର୍କ ରୁହନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri