Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କ ସ୍ବାସ୍ଥ୍ୟରେ ସାମ୍ୟତା, କାର୍ଯ୍ୟୟ ସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ବିତ ହେବ। ସନ୍ତାନଙ୍କ କୌଣସି ସମସ୍ୟା, ଶିକ୍ଷାରେ ପ୍ରତିବନ୍ଧକ, ଆଲୋଚନାରେ ବିଫଳତା ମାନସିକ ଦୁଃଶ୍ଚିନ୍ତାର କାରଣ ହୋଇପାରେ। ଜମିଜମା ବିବାଦ, ପଦୋନ୍ନତି, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରଭୃତି ସୁଫଳ ପାଇବେ।
ବୃଷ
ବୃଷ
ଆକସ୍ମିକ ଅନତିଦୂରକୁ ଯାତ୍ରା,ପଡୋଶିନୀଙ୍କ ସହ ମତାନ୍ତର,ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ। ସକାଳୁ ସକାଳୁ କୈାଣସି ଅର୍ଥ ସମ୍ବନ୍ଧିତ ଶୁଭ ଖବର ପାଇ ମନ ଖୁସୀ ହୋଇ ମନ ଖୁସୀ ହୋଇଯିବ। ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତିି ସାହାଯ୍ୟ କରିବେ। ଭ୍ରମଣ, ବନ୍ଧୁମିଳନ ହେତୁକ ଆନନ୍ଦ ପାଇବେ।
ମିଥୁନ
ମିଥୁନ
ଆଶାନୁଯାୟୀ ଅର୍ଥ ପ୍ରାପ୍ତି ଅବଶ୍ୟ ଘଟିବ କିନ୍ତୁ ପିଲା ମାନଙ୍କ ସକାଶେ କିମ୍ବା ଶିକ୍ଷା କ୍ଷେତ୍ର ପାଇଁ ଅଥବା ଜମିଜମା,ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ମଧ୍ୟ ସୂଚନା ରହିଛି। ରାଜନୈତିକ କ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି।
କର୍କଟ
କର୍କଟ
ଆଜି ଜହ୍ନମାମୁ ଭଳି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ ,ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ରାଜନୈତିକ କ୍ଷେତ୍ର କିମ୍ବା ଆନୁଷ୍ଠାନିକ କମ କିମ୍ବା ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହେବ। ପୂର୍ବ ସମସ୍ୟା ଗୁଡିକର ସମାଧାନ ପଇଁ ତପତ୍ରତା ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଆକସ୍ମିକ ଖର୍ଚ୍ଚ ସହ ବାରମ୍ବାର ସ୍ଥାନାନ୍ତର ଓ ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ କରିବାକୁ ବାଧ୍ୟ ହୋଇପାରନ୍ତି। ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ପୂର୍ବକ ବ୍ୟସ୍ତତା ବୃଦ୍ଧି ପାଇବ। କଚେରି ମାମଲାରେ, ପ୍ରତିଯୋଗୀତାରେ, ସଫଳତା ଅବଶ୍ୟ ପାଇବେ। ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା କାମ ହାସଲ କରିବେ।
କନ୍ୟା
ଆତ୍ମୀୟ ମାନଙ୍କ ସହ ମନାନ୍ତର କିମ୍ବା କଳହ ବ୍ୟତୀତ ଅନ୍ୟ ପ୍ରତ୍ୟେକ ଦିଗରୁ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ। ପକେଟ ଖାଲି ରହିବନି,ହସିଲେ କଥା କହିବେ, ମଜାମଉଜକୁ ମଧ୍ୟ ମନ ବଳିବ। କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ, ଲେଖାପଢାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ଅଭାବ ନଥିଲେ କଅଣ ହେଲା ହାତ ଖାଲି ରହିବା ଫଳରେ କିଣିବାକୁ ଇଛାଥିଲେ ମଧ୍ୟ କିଣି ପାରିବେ ନାହିଁ। ପରିସ୍ଥିତିବଶତଃ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଅବଶ୍ୟ ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସଙ୍ଗକୁ ପରିବାରରେ ଶାନ୍ତି ବିରାଜମାନ କରିବ। ବନ୍ଧୁଙ୍କ ସାହାଯ୍ୟରୁ ମୂଲ୍ୟବାନ ଦ୍ରବ୍ୟ ପାଇପାଇବେ ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ସ୍ଥିର ରହିବ, କିନ୍ତୁ ଈର୍ଷା କରୁଥିବା ଲୋକ ମାନଙ୍କର ପରୋକ୍ଷ ଟୁପ୍‌ଟାପ୍‌ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ ରାହୁଙ୍କ ଦୋଷରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି ଆପଣ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସୁଧାରିବା ସକାଶେ ବନ୍ଧୁମାନେ ସାହାଯ୍ୟ କରିବେ।
ଧନୁ
ଧନୁ
ଆଲୋଚନା ପରିସରରେ କିମ୍ବା ସଭାସମିତିରେ ନିଜର କିଛି ମତ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ରାଜନୀତିରେ,କଳା,ସାହିତ୍ୟ,ସଙ୍ଗୀତରେ, ସଭାସମିତିରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଆକସ୍ମିକ ଭାବରେ ଭ୍ରମଣ, ବନ୍ଧୁମିଳନରୁ ମନ ଖୁସି ରହିବ।
ମକର
ମକର
ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ସବୁଠି ଆଦର ଓ ସମ୍ମାନ, ପ୍ରଶଂସା ମଧ୍ୟରେ ମନ ଖୁସୀ ହୋଇଯିବ। କଳା, କ୍ରୀଡା. ସାହିତ୍ୟ, ସାମ୍ବାଦିକତା,ସଙ୍ଗୀତ,ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିପାରେ। କିଛି ମୂଲ୍ୟବାନ ଦ୍ରବ୍ୟ ହଜାଇଦେବା କାରଣରୁ କିମ୍ବା ଅନ୍ୟ ଦ୍ୱାରା ଧନହାନୀର ସୂଚନା ପ୍ରତି ସତର୍କ ରହିବା ଭଲ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରିବେ ନାହିଁ ଏହି କଥାକୁ ନେଇ କଳହର ମଧ୍ୟ ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ।
ମୀନମୀନ
ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ, ଅଯଥା ତର୍କ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ। କିନ୍ତୁ ମଙ୍ଗଳଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି, ପ୍ଲଟିଙ୍ଗ୍‌ କାରବାର, ଅଗ୍ନି, ବିଦ୍ୟୁତ୍‌ ସମ୍ପର୍କିତ ବ୍ୟବସାୟ କ୍ଷେତ୍ରରୁ ଲାଭବାନ୍‌ ହେବେ। ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେଇପାରନ୍ତି। ପାରିବାରିକ ସ୍ଥିତି, ବନ୍ଧୁ ସମ୍ପର୍କ, ଯାତ୍ରା ଓ ସଭାସମିତି କ୍ଷେତ୍ର୍ର ଉତ୍ତମ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ମାନସିକ ଅସ୍ଥିରତା ଲାଗିରହିବ। ଗ୍ରହଚକ୍ରରେ ତିନୋଟି ଗ୍ରହ ନୀଚାଂଶରେ ରହିଥିବାରୁ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ର, ବ୍ୟବସାୟିକ…

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?