Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ
ପ୍ରତିକୂଳତା କେତେକାଂଶରେ ଦୂରେଇଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। କାର୍ଯ୍ୟ ହାସଲକଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳି ନ ପାରେ। ଅବଶ୍ୟ ସାହିତ୍ୟ, ଗବେଷଣା,ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଯାତ୍ରାରେ ଲକ୍ଷ୍ୟହାସଲ କରିବେ ଓ ବିବାଦରେ ବିଜୟୀ ହେବେ।
ବୃଷ
ବୃଷ
ଆର୍ଥିକ ଦିଗଟି ଭଲ ରହିବା ସହ ପାରିବାରିକ ଓ କର୍ମକ୍ଷେତ୍ର ପୂର୍ବପରି ରହିବ। କିନ୍ତୁ ସନ୍ତାନଙ୍କ ଦୁଶ୍ଚିନ୍ତା, ଯାନବାହନରେ କ୍ଷତି ମନସ୍ତାପର କାରଣ ହୋଇପାରେ। ଘରୋଇ ସମସ୍ୟାରେ କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ସହୃଦୟତାରେ ସନ୍ଦେହମୁକ୍ତ ହେବେ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ।
ମିଥୁନ
ମିଥୁନ
ଶାରୀରିକ ଓ ମାନସିକ ସ୍ଥିତି ବହୁତ ଭଲ ରହିଲେ ମଧ୍ୟ ଧନହାନି ମନସ୍ତାପର କାରଣ ହୋଇପାରେ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ସାକ୍ଷାତ୍‌କାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇପାରିବେ। ସାହିତ୍ୟସଭା, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ପ୍ରଶାସନ, ଗବେଷଣା, କୃଷି, ବାଣିଜ୍ୟରେ ଚେଷ୍ଟା ସଫଳ ହେବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ କରିବାରେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ନୂତନ ଗାଡ଼ି, ଯାନ୍ତ୍ରିକ ଜିନିଷ,ଧାତୁ ଅଳଙ୍କାର, ପୋଷାକପତ୍ର କିଣିବା ପାଇଁ ମନ ବଳାଇ ପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା,ସଙ୍ଗୀତ ଆସରରେ ନିଜକୁ ସାମିଲକରି ପାରନ୍ତି।
ସି˚ହ
ସି˚ହ
ପରିବାରର ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା ବିଚଳିତତାର କାରଣ ହୋଇପାରେ। କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନ ସାଙ୍ଗକୁ ବ୍ୟବସାୟିକ ସ୍ଥିତି ପ୍ରାୟତଃ ହାଲୁକା ରହିବ। ସଭାସମିତି, କଳା, ସାହିତ୍ୟ ସବୁ ଦିଗରୁ ଖୁସି ମନେଇବେ।
କନ୍ୟା
ଆଜିର ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ମାନସିକ ପ୍ରଫୁଲ୍ଲତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ କାମ ହାସଲ ଦିଗରେ ସାହାଯ୍ୟ କରିବ। କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ପରିବହନ କ୍ଷେତ୍ରରେ ସମସ୍ୟା ଓ ପରୋକ୍ଷ ଶତ୍ରୁତା ହେତୁ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ମନ ଅନୁଯାୟୀ କାମ କରିବାର ସୁବିଧା ସୁଯୋଗ ପାଇ ଖୁସି ହେବେ। ଧାର ନେଇଥିବା ବନ୍ଧୁଙ୍କୁ ବକେୟା ମାଗିବା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟାର ସୂଚନା ପାଇବେ। କୌଣସି ଅଜଣା ଲୋକ ସହ ବାକ୍‌ବିତଣ୍ଡା ସୃଷ୍ଟିହେବା ଆଶଙ୍କା ରହିଛି।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ସହକର୍ମୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟିଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ବ୍ୟବସାୟ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିପାରେ।
ଧନୁ
ଧନୁ
ବନ୍ଧୁ ଗହଣରେ ମନକଥା ମନରେ ରଖି ଯଥାସମ୍ଭବ ଔପଚାରିକତାକୁ ଭୁଲିଯିବା ଠିକ୍‌ ହେବନାହିଁ। ପାଖ ପଡ଼ୋଶୀଙ୍କ ସହାୟତାରେ ହଜିଯାଇଥିବା ଜିନିଷ ପୁଣି ଫେରିପାଇବେ। ପରିବହନ,ବ୍ୟବସାୟ, ନିର୍ମାଣ, ସଙ୍ଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ। ନୂତନ କର୍ମାରମ୍ଭ ସକାଶେ ପ୍ରସ୍ତୁତି ପର୍ବରେ ବ୍ୟସ୍ତ ରହିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସହକର୍ମୀଙ୍କ ଘରୋଇ ବ୍ୟାପାର କିମ୍ବା ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିବା ସମସ୍ୟାକୁ ବଢ଼ାଇଦେଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଲୋକ ସମ୍ପର୍କ, ଗଠନମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପାଇ ଯୋଜନା ଆରମ୍ଭ କରିବେ। ଆକସ୍ମିକ ଭାବେ ବନ୍ଧୁଙ୍କ ଅନୁରୋଧ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାର ମଧ୍ୟରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କଲେ ପରିସ୍ଥିତି ବିଗିଡ଼ିଯାଇପାରେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୁଯୋଗ ପାଇବେ। ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇବେ।
ମୀନମୀନ
ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଭା ସମିତି କ୍ଷେତ୍ରରେ ନିୟୋଜିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ, ଫଳରେ କେତେକ କାମ ଅଟକି ରହିଯାଇପାରେ। ପୂର୍ବ ସ୍ଥିରୀକୃତ ଯୋଜନା ପରିସ୍ଥିତି ଅନୁଯାୟୀ ବଦଳିଯିବା ସୂଚନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri