Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ
ପ୍ରତିକୂଳତା କେତେକାଂଶରେ ଦୂରେଇଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ। କାର୍ଯ୍ୟ ହାସଲକଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳି ନ ପାରେ। ଅବଶ୍ୟ ସାହିତ୍ୟ, ଗବେଷଣା,ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଯାତ୍ରାରେ ଲକ୍ଷ୍ୟହାସଲ କରିବେ ଓ ବିବାଦରେ ବିଜୟୀ ହେବେ।
ବୃଷ
ବୃଷ
ଆର୍ଥିକ ଦିଗଟି ଭଲ ରହିବା ସହ ପାରିବାରିକ ଓ କର୍ମକ୍ଷେତ୍ର ପୂର୍ବପରି ରହିବ। କିନ୍ତୁ ସନ୍ତାନଙ୍କ ଦୁଶ୍ଚିନ୍ତା, ଯାନବାହନରେ କ୍ଷତି ମନସ୍ତାପର କାରଣ ହୋଇପାରେ। ଘରୋଇ ସମସ୍ୟାରେ କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ସହୃଦୟତାରେ ସନ୍ଦେହମୁକ୍ତ ହେବେ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ।
ମିଥୁନ
ମିଥୁନ
ଶାରୀରିକ ଓ ମାନସିକ ସ୍ଥିତି ବହୁତ ଭଲ ରହିଲେ ମଧ୍ୟ ଧନହାନି ମନସ୍ତାପର କାରଣ ହୋଇପାରେ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ସାକ୍ଷାତ୍‌କାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇପାରିବେ। ସାହିତ୍ୟସଭା, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ପ୍ରଶାସନ, ଗବେଷଣା, କୃଷି, ବାଣିଜ୍ୟରେ ଚେଷ୍ଟା ସଫଳ ହେବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ କରିବାରେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ନୂତନ ଗାଡ଼ି, ଯାନ୍ତ୍ରିକ ଜିନିଷ,ଧାତୁ ଅଳଙ୍କାର, ପୋଷାକପତ୍ର କିଣିବା ପାଇଁ ମନ ବଳାଇ ପାରନ୍ତି। ସଭାସମିତି, ସାହିତ୍ୟ ଚର୍ଚ୍ଚା,ସଙ୍ଗୀତ ଆସରରେ ନିଜକୁ ସାମିଲକରି ପାରନ୍ତି।
ସି˚ହ
ସି˚ହ
ପରିବାରର ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା ବିଚଳିତତାର କାରଣ ହୋଇପାରେ। କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନ ସାଙ୍ଗକୁ ବ୍ୟବସାୟିକ ସ୍ଥିତି ପ୍ରାୟତଃ ହାଲୁକା ରହିବ। ସଭାସମିତି, କଳା, ସାହିତ୍ୟ ସବୁ ଦିଗରୁ ଖୁସି ମନେଇବେ।
କନ୍ୟା
ଆଜିର ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ମାନସିକ ପ୍ରଫୁଲ୍ଲତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ କାମ ହାସଲ ଦିଗରେ ସାହାଯ୍ୟ କରିବ। କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ପରିବହନ କ୍ଷେତ୍ରରେ ସମସ୍ୟା ଓ ପରୋକ୍ଷ ଶତ୍ରୁତା ହେତୁ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ମନ ଅନୁଯାୟୀ କାମ କରିବାର ସୁବିଧା ସୁଯୋଗ ପାଇ ଖୁସି ହେବେ। ଧାର ନେଇଥିବା ବନ୍ଧୁଙ୍କୁ ବକେୟା ମାଗିବା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟାର ସୂଚନା ପାଇବେ। କୌଣସି ଅଜଣା ଲୋକ ସହ ବାକ୍‌ବିତଣ୍ଡା ସୃଷ୍ଟିହେବା ଆଶଙ୍କା ରହିଛି।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ସହକର୍ମୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟିଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ବ୍ୟବସାୟ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିପାରେ।
ଧନୁ
ଧନୁ
ବନ୍ଧୁ ଗହଣରେ ମନକଥା ମନରେ ରଖି ଯଥାସମ୍ଭବ ଔପଚାରିକତାକୁ ଭୁଲିଯିବା ଠିକ୍‌ ହେବନାହିଁ। ପାଖ ପଡ଼ୋଶୀଙ୍କ ସହାୟତାରେ ହଜିଯାଇଥିବା ଜିନିଷ ପୁଣି ଫେରିପାଇବେ। ପରିବହନ,ବ୍ୟବସାୟ, ନିର୍ମାଣ, ସଙ୍ଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ। ନୂତନ କର୍ମାରମ୍ଭ ସକାଶେ ପ୍ରସ୍ତୁତି ପର୍ବରେ ବ୍ୟସ୍ତ ରହିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସହକର୍ମୀଙ୍କ ଘରୋଇ ବ୍ୟାପାର କିମ୍ବା ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିବା ସମସ୍ୟାକୁ ବଢ଼ାଇଦେଇପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଲୋକ ସମ୍ପର୍କ, ଗଠନମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପାଇ ଯୋଜନା ଆରମ୍ଭ କରିବେ। ଆକସ୍ମିକ ଭାବେ ବନ୍ଧୁଙ୍କ ଅନୁରୋଧ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାର ମଧ୍ୟରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କଲେ ପରିସ୍ଥିତି ବିଗିଡ଼ିଯାଇପାରେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୁଯୋଗ ପାଇବେ। ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇବେ।
ମୀନମୀନ
ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଭା ସମିତି କ୍ଷେତ୍ରରେ ନିୟୋଜିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ, ଫଳରେ କେତେକ କାମ ଅଟକି ରହିଯାଇପାରେ। ପୂର୍ବ ସ୍ଥିରୀକୃତ ଯୋଜନା ପରିସ୍ଥିତି ଅନୁଯାୟୀ ବଦଳିଯିବା ସୂଚନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri