ମେଷ


ବାଣୀକାରକ ବକ୍ରୀବୁଧ ଓ ରାହୁ ନକ୍ଷତ୍ରସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରକାଶଭଙ୍ଗୀ ଠିକ୍ ହେବନାହିଁ। ଫଳରେ ମତାନ୍ତର, ଧନହାନି ଓ କାମରେ ପ୍ରତିରୋଧ ଆଶଙ୍କା ଦେଖାଦେବ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେଇପାରନ୍ତି।
ବୃଷ


ଆଜି ରାଶ୍ୟାଧିପତି ବଳବାନ୍ ରାହୁଙ୍କ ସହ ରହି ପ୍ରଲୋଭିତ ଜିନିଷ ହାସଲ କରିବା ପାଇଁ ଚେଷ୍ଟିତ ହୋଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ଚେଷ୍ଟାକରି ସଫଳତା ପାଇ ପାରିବେ। ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ। କର୍ମକ୍ଷେତ୍ରରେ କେହି ଜଣେ ପ୍ରତିବାଦର ସ୍ବର ଉଠାଇପାରନ୍ତି।
ମିଥୁନ


ମୁଖ ଭାବରେ ମଙ୍ଗଳ ଓ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋରକରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବେ। ବନ୍ଧୁମାନଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳିଯାଇଥିବା ଆଶା ପୁଣି କଅଁଳି ଉଠିବ। ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
କର୍କଟ


କୌଣସି ବନ୍ଧୁଙ୍କ ଦ୍ୱାରା ଅନୁପ୍ରରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧିପାଇବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତାକୁ ନେଇ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ସି˚ହ


ରାଶ୍ୟାଧିପ ଏକାଦଶ ସ୍ଥାନରେ ରାହୁ ଓ କର୍ମାଧିପଙ୍କ ସହ ରହିଥିବାରୁ ଆଜିର କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍ ଜିନିଷ କ୍ରୟ, ଭ୍ରମଣ ରାଜନୀତି ପାଇଁ ଭଲ। ଅତ୍ୟାବଶ୍ୟକ କାର୍ଯ୍ୟ ସକାଶେ ଧାରକରଜ କରି କାମ ଚଳାଇନେଇପାରନ୍ତି।
କନ୍ୟା


ରାଶିରେ ଚନ୍ଦ୍ର ଆପଣଙ୍କ ଆଶା ଓ ଅଭିଳାଷ ପୂରଣ କରିବାରେ ସାହାଯ୍ୟ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କିନ୍ତୁ ଚତୁର୍ଥସ୍ଥ ପାପଗ୍ରହ ପ୍ରଭାବରେ ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। କଳା,ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିଯୋଗିତାଦି କ୍ଷେତ୍ରରେ ସଫଳତା ମିଳିପାରେ।
ତୁଳା


ଚନ୍ଦ୍ର ଦ୍ୱାଦଶରେ ଶନିଙ୍କ ପୂର୍ଣ୍ଣଦୃଷ୍ଟିରେ ରହିଥିବାରୁ ଆଜିର ଯାତ୍ରା ସମସ୍ୟା ବହୁଳ ହେବ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣହେବା ଆଶଙ୍କା ରହିଛି। ବନ୍ଧୁ ତଥା ପରିଜନଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଆଜିର ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା


ଶନି ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆଶା ଓ କାମନାକୁ ତୀବ୍ରତର କରିପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ କାର୍ଯ୍ୟସାଧନ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସମସ୍ୟା ଲାଗି ରହିଥିଲେ ମଧ୍ୟ ଆପଣ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରିପାରିଲେ ସଫଳତା ପ୍ରାପ୍ତ କରିବେ। କୌଣସି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି।
ଧନୁ


କୌଣସି ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ। ପାଖ ପଡ଼ୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର


ଦୁର୍ବଳ ଚତୁୁର୍ଥାଧିପ ଷଷ୍ଠଭାଗ୍ୟାଧିପଙ୍କ ସହ ଅବସ୍ଥାନ କରି ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରିବେ। ଅଭାବବଶତଃ ଇଚ୍ଛା କଲେ ମଧ୍ୟ କୌଣସି ମନସ୍ଥ ଜିନିଷକୁ କିଣି ନ ପାରି ପସ୍ତେଇବେ। ଆଲୋଚନା, ଧାର୍ମିକ ସଙ୍ଗଠନ ତଥା ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂରହେବ।
କୁମ୍ଭ


ଷଷ୍ଠାଧିପ ଚନ୍ଦ୍ର ଅଷ୍ଟମଭାବରେ ରୋଗ,ଋଣ ଓ ଶତ୍ରୁକୃତ ସମସ୍ୟା ବିଷୟରେ ଚିନ୍ତିତ କରାଇପାରନ୍ତି। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ। ପରିବାରରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃ ଭ୍ରମଣ ବେଶ୍ ଆନନ୍ଦଦାୟକ ହେବ।
ମୀନ

ଶୁଭଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଭ୍ରମଣ ସାଙ୍ଗକୁ ଆକର୍ଷଣୀୟ ଜିନିଷ ପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପରିବହନ, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ୟା ସମାଧାନ ହୋଇଯିବ।

